• padmabati kund

ଫ୍ଲିପକାର୍ଟ ସେଲ 19ରୁ : କେଉଁ ମୋବାଇଲରେ କ'ଣ ଅଫର


(ବେତାର ବ୍ୟୁରୋ) ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟର ବିଗ ବିଲିଅନ ଡେ ସେଲ, ଫେଷ୍ଟିଭ ଧମାକା ଡେ ସେଲ ଓ ବିଗ ଦିୱାଲି ସେଲ ସରିବା ପରେ, ଗ୍ରାହକଙ୍କ ପାଇଁ ଆଉ ଏକ ନୂଆ ସେଲ ନେଇ ଆସୁଛି। ଏହି ସେଲକୁ ‘ମୋବାଇଲ ବୋନାଞ୍ଜା’ ସେଲ ବୋଲି କୁହାଯାଉଛି। ନଭେମ୍ବର ମାସ 19 ତାରିଖରୁ ଏହା ଆରମ୍ଭ ହେବ ଓ ନଭେମ୍ବର 22 ତାରିଖ ପର୍ଯ୍ୟନ୍ତ ଚାଲିବ। ସେଲ ନାମରୁ ହିଁ ଜଣାପଡିଯାଉଛି ଯେ, ଏଥିରେ ମୋବାଇଲ ଉପରେ ଖାସ ଅଫର ମିଳିବ। ଗ୍ରାହକଙ୍କୁ ଏହି ସେଲରେ ଆସସ୍, ଜିଓମି, ନୋକିଆ, ଗୁଗୁଲ ଓ ଅନ୍ୟ କମ୍ପାନୀର ମୋବାଇଲ ଉପରେ ଖାସ ଅଫର ମିଳିବ।

ଏହି ସେଲରେ ଗ୍ରାହକମାନେ ନିଜ ମନପସନ୍ଦ କମ୍ପାନୀର ଫୋନକୁ ବିନାମୂଲ୍ୟ ଇଏମଆଇ, ଏକ୍ସଚେଞ୍ଜ ଅଫର ଓ ଏଚ.ଡି.ଏଫ.ସି ବ୍ୟାଙ୍କ ଡ଼ିସକାଉଣ୍ଟ ଅଫର ସହିତ କିଣିପାରିବେ। ଏହି ସେଲରେ ଆପଣ କେଉଁ ସ୍ମାର୍ଟଫୋନ ଉପରେ କଣ ଅଫର ପାଇବେ ଜାଣନ୍ତୁ।

. ଦେଶର ପ୍ରମୁଖ ସ୍ମାର୍ଟଫୋନ ବିକ୍ରେତା କମ୍ପାନୀ ମଧ୍ୟରେ ଜିଓମି ଅନ୍ୟତମ। ଜିଓମିର ରେଡମି ନୋଟ ୫ ପ୍ରୋ (୪ଜିବି ରାମ + ୬୪ଜିବି ଷ୍ଟୋରେଜ) ଏହି ସେଲରେ ଟ.୧୩,୯୯୯ରେ ଉପଲବ୍ଧ ହେବ। କିଛିଦିନ ପୂର୍ବରୁ ଏହି ମୋବାଇଲର ଦାମରେ ଟ.୧,୦୦୦ କମ କରାଯାଇଛି। ଏହାସହିତ ଗ୍ରାହକ POCO F1 ମୋବାଇଲ କିଣିଲେ ସେଥିରେ ଟ.2,000 ପର୍ଯ୍ୟନ୍ତ ରିହାତି ପାଇପାରିବେ।

. ଆସସ୍ କମ୍ପାନୀର ଜେନଫୋନ ମ୍ୟାକ୍ସ ପ୍ରୋ ଏମ୧ (Asus Zenphone Max Pro M1)ର ବଜାର ମୂଲ୍ୟ ଟ.10,990 ରହିଥିବା ବେଳେ ଏହି ଫୋନକୁ ଫ୍ଲିପକାର୍ଟରେ ଟ.୯,୯୯୯ରେ ପାଇପାରିବେ। ଏଥିରେ ୩ଜିବି ରାମ ରହିବ। ଏହାସହିତ ଏହି ମଡେଲର ୪ଜିବି ରାମ + ୬୪ଜିବି ଷ୍ଟୋରେଜ ଥିବା ମୋବାଇଲଟି ଟ.୧୦,୯୯୯ ରେ ଉପଲବ୍ଧ ହେବ। ଯାହାର ବଜାରମୂଲ୍ୟ ଟ.୧୨,୯୯୯ ଅଟେ।

. କିଛିଦିନ ପୂର୍ବରୁ ଭାରତରେ ଲଞ୍ଚ କରାଯାଇଥିବା Realme pro ଏବଂ Realme C1 କୁ ମଧ୍ୟ ଗ୍ରାହକମାନେ ଏହି ସେଲରେ ପାଇ ପାରିବେ। ଏଥିରେ ମଧ୍ୟ ଗ୍ରାହକମାନଙ୍କୁ ରିହାତି ମିଳିବ, ତେବେ କେତେ ରିହାତି ମିଳିବ ସେ ବିଷୟରେ କିଛି ସୂଚନା ଦିଆଯାଇନାହିଁ।

.ଏହି ସେଲରେ ଗ୍ରାହକକୁ ମୋବାଇଲ ଏକ୍ସଚେଞ୍ଜ କରିବା ଉପରେ ଅଫର ମଧ୍ୟ ମିଳିବ। ଯେକୌଣସି ୩g ମୋବାଇଲକୁ ଦେଇ ଗ୍ରାହକ ୪g ମୋବାଇଲ କିଣିଲେ ଗ୍ରାହକଙ୍କୁ ଅତିକମରେ ଟ.୭୫୦ ରିହାତି ମିଳିବ। ଏହି ଅଫାର କେବେଳ କିଛି ବଛା ବଛା କମ୍ପାନୀର ମୋବାଇଲ ଉପରେ ମିଳିବ। ଏହାସହିତ LG କମ୍ପାନୀର G Q stylus ମୋବାଇଲ ଉପରେ ଟ.୫,୦୦୦ ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ମିଳିବ ଓ VIVO X21 ରେ ଟ.6,000 ଏକ୍ସଚେଞ୍ଜ ଅଫର ମିଳିବ। ଏହିପରି vivo v11 ଓ vivo v11 pro ରେ ଟ.2,000ର ଏକ୍ସଚେଞ୍ଜ ଅଫର ମିଳିବ।

.ଏହାବ୍ୟତୀତ ସେଲ ସମୟରେ iphone ଉପରେ ମଧ୍ୟ ଆକର୍ଷକ ଅଫର ମିଳିବ। Google pixel 2xlମୋବାଇଲକୁ ଏହି ସେଲ ସମୟରେ ଟ.40,999 ମୂଲ୍ୟରେ କିଣିପାରିବେ।

. ଫ୍ଲିପକାର୍ଟର ‘ମୋବାଇଲ ବୋନାଞ୍ଜା’ ସେଲରେ ଅପେକ୍ଷାକୃତ କମ ମୂଲ୍ୟର ମୋବାଇଲ ଫୋନ ଗୁଡିକରେ ମଧ୍ୟ ଅଫର ମିଳିବ। ସେହି ଫୋନ ଗୁଡିକ ମଧ୍ୟରେ ରହିଛି ଇନଫିନିକ୍ସ ସ୍ମାର୍ଟ2, ମାଇକ୍ରୋମ୍ୟାକ୍ସ ଭାରତ 5 ପ୍ରୋ, ମାଇକ୍ରୋମ୍ୟାକ୍ସ ସ୍ପାର୍କ ଗୋ ଇତ୍ୟାଦି। ଏହାସହିତ ‘ହନର9 ଲାଇଟ’ ମଧ୍ୟ ଅଫର ମିଳିବ।

#mobilesale #onlinesale #flipkartmobilebonanza

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon