• ବେତାର ବ୍ୟୁରୋ

ବିଛାରାଶିରେ ସୂର୍ଯ୍ୟଙ୍କ ପ୍ରବେଶ: ଜାଣନ୍ତୁ କ'ଣ ରହିବ ପ୍ରଭାବ


(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ରାଶି ତଥା ଦଶା ଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

(ବେତାର ବ୍ୟୁରୋ) ହିନ୍ଦୁ ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଗ୍ରହଙ୍କୁ ନବଗ୍ରହଙ୍କର ରାଜା ବୋଲି କୁହାଯାଇଥାଏ। ସୂର୍ଯ୍ୟଗ୍ରହଙ୍କୁ ଆତ୍ମା, ପିତା, ପୂର୍ବଜ, ମାନ-ସମ୍ମାନ ଓ ଉଚ୍ଚ ସରକାରୀ ସେବାର କାରକ କୁହାଯାଇଥାଏ। ସୂର୍ଯ୍ୟଗ୍ରହଙ୍କୁ ସିଂହ ରାଶିର ସ୍ଵାମୀ ବୋଲି ମଧ୍ୟ କୁହାଯାଇଥାଏ। ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନକୁ ସୂର୍ଯ୍ୟସଙ୍କ୍ରାନ୍ତି କୁହାଯାଇଥାଏ। ଏହା ପ୍ରତ୍ୟେକ ରାଶିରେ ଏକ ମାସ ପର୍ଯ୍ୟନ୍ତ ରହିଥାଆନ୍ତି। ନଭେମ୍ବର 16 ତାରିଖ 2018, ଶୁକ୍ରବାର ସନ୍ଧ୍ୟା 6.48ଘଣ୍ଟାରେ ସୂର୍ଯ୍ୟ ବିଛା ରାଶିରେ ପ୍ରବେଶ କରିଛନ୍ତି ଓ ଡିସେମ୍ବର 16 ତାରିଖ 2018, ରବିବାର ସକାଳ 9.25ଘଣ୍ଟା ପର୍ଯ୍ୟନ୍ତ ଏହି ରାଶିରେ ଅବସ୍ଥାନ କରିବେ।

ତେବେ ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନରେ ସମସ୍ତ ବାରଟି ରାଶି ଉପରେ କଣ ପ୍ରଭାବ ପଡିବ ଜାଣନ୍ତୁ।

ମେଷ: ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ଜ୍ଵର ହେବା ସହିତ ମୁଣ୍ଡବିନ୍ଧା ମଧ୍ୟ ହୋଇପାରେ। କୌଣସି ଭୁଲ କାମ କରନ୍ତୁ ନାହିଁ, ଏହା ସମାଜରେ ଆପଣଙ୍କ ସମ୍ମାନକୁ ତଳକୁ କରିପାରେ। ବିରୋଧୀଙ୍କ ସାମ୍ନା କରିବାକୁ ପଡିବ। ବହୁଦିନରୁ ଲୁଚାଇ ରଖିଥିବା କଥା ସାମ୍ନାକୁ ଆସିବ।

ବୃଷ: କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ପାରିବାରିକ ଜୀବନରେ ବିଶୃଙ୍ଖଳା ଦେଖାଯିବ। ପତିପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇପାରେ। ଅନେକ ବାଧାବିଘ୍ନ ଆସିପାରେ କିନ୍ତୁ ନିଜର ଧୈର୍ଯ୍ୟ ଓ ସାହସ ବଳରେ ଏହାକୁ ସାମ୍ନା କରିପାରିବେ।

ମିଥୁନ: ଆପଣ କରୁଥିବା କାର୍ଯ୍ୟରେ ସଫଳତା ପାଇବେ ଓ ଲାଭ ମଧ୍ୟ ମିଳିବ। ବିରୋଧୀଙ୍କୁ ହରାଇ ନିଜ କାମରେ ଆଗକୁ ବଢିବେ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ଆତ୍ମସମ୍ମାନ ବୃଦ୍ଧି ପାଇବ ଏବଂ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହିବ।

କର୍କଟ: ଆର୍ଥିକ ଲାଭ ମିଳିବ। ପ୍ରେମୀଯୁଗଳଙ୍କ ମଧ୍ୟରେ ମତଭେଦ ହୋଇପାରେ। ସନ୍ତାନଙ୍କ ସହିତ ଆପଣଙ୍କର ଝଗଡା ହୋଇପାରେ, ଯେଉଁ କାରଣରୁ ଆପଣ ଅସନ୍ତୁଷ୍ଟ ରହିବେ। ଚାକିରୀରେ ପରିବର୍ତ୍ତନ ହୋଇପାରେ। ଅହଂଭାବ ବୃଦ୍ଧି ପାଇବ।

ସିଂହ: ଏହି ସମୟରେ ନୂତନ ଗାଡି, ଜମିବାଡି କିଣିପାରନ୍ତି। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ପରିବାର ମଧ୍ୟରେ ବିଶୃଙ୍ଖଳା ଦେଖାଦେବ। ଏହି କାରଣରୁ ମାନସିକ ଦୁଃଶ୍ଚିନ୍ତା ବଢିପାରେ। ମାତା’ଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଦେବ।

କନ୍ୟା: ଏହି ସମୟରେ ଚାକିରୀରେ ପରିବର୍ତ୍ତନ ହୋଇପାରେ। ବନ୍ଧୁ ଓ ପ୍ରିୟଜନଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଆର୍ଥିକ ଲାଭ ମିଳିବ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ଦୁରସ୍ଥାନକୁ ଯାତ୍ରା

ଯୋଗ ରହିଛି।

ତୁଳା: ଆପଣଙ୍କ କଥା କହିବାର ଶୈଳୀ ଅନ୍ୟମାନଙ୍କୁ ଆଘାତ ଦେଇପାରେ। ନିଜ କଥା ଉପରେ ଧ୍ୟାନ ଦିଅନ୍ତୁ, ନଚେତ ପରିବାରରେ ବିବାଦ ଦେଖାଦେଇପାରେ। ଆୟ ବୃଦ୍ଧି ପାଇବ। ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି, କିନ୍ତୁ ଧୈର୍ଯ୍ୟର ସହ ସମସ୍ତ କାମ କରନ୍ତୁ।

ବିଛା: ନିଜ କାମରେ ମନ କେନ୍ଦ୍ରୀଭୂତ ହୋଇ ରହିବ। ଆପଣଙ୍କ ସ୍ଵଭାବରେ କ୍ରୋଧ ଓ ଅହଂକାର ଭାବ ବୃଦ୍ଧି ପାଇବ। ପତିପତ୍ନୀଙ୍କ ମଧ୍ୟରେ ମତଭେଦ ହୋଇପାରେ, ଯାହା ପରିବାର ମଧ୍ୟରେ ବିଶୃଙ୍ଖଳା ହେବାର ମୁଖ୍ୟ କାରଣ ହେବ।

ଧନୁ: ଏହି ସମୟରେ ଜ୍ଵର,ପେଟ ଜନିତ ସମସ୍ୟା, ଅନିଦ୍ରା କିମ୍ବା ଆଖି ସମ୍ବନ୍ଧୀୟ କିଛି ସମସ୍ୟା ଦେଖାଦେଇପାରେ। ବିଦେଶ ଯାତ୍ରାର ଯୋଗ ରହିଛି। ବ୍ୟୟ ମଧ୍ୟ ବୃଦ୍ଧି ପାଇବ। ଭୁଲ କାମ କରିଥିଲେ ଆପଣଙ୍କ ସମ୍ମାନ ହାନୀ ହୋଇପାରେ। ଧୈର୍ଯ୍ୟର ସହ ସମସ୍ତ କାମ କରନ୍ତୁ।

ମକର: କର୍ମକ୍ଷେତ୍ରରେ ପଦୋନ୍ନତି ହେବ। ଉଚ୍ଚ ଅଧିକାରୀଙ୍କର ସହଯୋଗ ପାଇବେ। ଆତ୍ମସମ୍ମାନ ବୃଦ୍ଧି ପାଇବ। କୌଣସି ଖୁସି ଖବର ପାଇପାରନ୍ତି। ପରିବାର ମଧ୍ୟରେ ପିତାଙ୍କ ଠାରୁ ସହଯୋଗ ପାଇବେ, କିନ୍ତୁ ପ୍ରେମୀଯୁଗଳଙ୍କ ମଧ୍ୟରେ ବୁଝାମଣା ଅଭାବରୁ ଝଗଡା ହେବ।

କୁମ୍ଭ: ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। କର୍ମକ୍ଷେତ୍ରରେ ବ୍ୟସ୍ତତା ଯୋଗୁଁ ପରିବାରକୁ ସମୟ ଦେଇପାରିବେ ନାହିଁ। ଚାକିରୀରେ ପଦୋନ୍ନତି ହୋଇପାରେ। ନିଜ କାମ ପାଇଁ ପ୍ରଶଂସିତ ହେବେ ଓ ଆତ୍ମସମ୍ମାନ ମଧ୍ୟ ବୃଦ୍ଧି ପାଇବ।

ମୀନ: ଜୀବନରେ ସଂଘର୍ଷ ବଢିବ ଓ ସବୁ କାମ ପୂରଣ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ। ପିତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ଭାଇ ଭଉଣୀଙ୍କ ସହ ମତଭେଦ ହୋଇପାରେ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ମିଳିବ।

#astrology #suntransitscorpio

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon