• ବେତାର ବ୍ୟୁରୋ

ଜାଣନ୍ତୁ : ଇଂଜିନିୟରିଂ, MBA ପାସଙ୍କ ପାଇଁ ବ୍ୟାଙ୍କରେ ସ୍ପେଶିଆଲ ଅଫିସର ପଦବୀ


(ବେତାର ବ୍ୟୁରୋ) ଯେଉଁ ଛାତ୍ରଛାତ୍ରୀମାନେ ଇଂଜିନିୟରିଂ କିମ୍ବା MBA, MCA ଇତ୍ୟାଦି କରି ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ପ୍ରବେଶ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏକ ସୁଯୋଗ ପ୍ରକାଶ ପାଇଛି।ଇନଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଙ୍ଗ ପର୍ସନେଲ ସିଲେକ୍ସନ(IBPS) ତରଫରୁ ସ୍ପେଶିଆଲ ଅଫିସର (SO) ପରୀକ୍ଷା 2018-2019 ବିଜ୍ଞପ୍ତି ପ୍ରକାଶ ପାଇଛି।

ଯେଉଁ ପ୍ରାର୍ଥୀମାନେ ଆଇ.ଟି ଅଧିକାରୀ, କୃଷି କ୍ଷେତ୍ର ଅଧିକାରୀ, ରାଜଭାଷା ଅଧିକାରୀ, ଆଇନକାନୁନ ଅଧିକାରୀ, ମାନବ ସମ୍ବଳ (HR) ଅଧିକାରୀ ଓ ମାର୍କେଟିଙ୍ଗ ଅଫିସର ପଦବୀରେ ନିଯୁକ୍ତି ପାଇବାକୁ ଚାହୁଁଛନ୍ତି, ସେମାନେ ଆବେଦନ କରିପାରିବେ।

ଆବେଦନ ତାରିଖ

ଆଗ୍ରହୀ ପ୍ରାର୍ଥୀ ନଭେମ୍ବର ମାସ 26 ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଇନଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଙ୍ଗ ପର୍ସନେଲ ସିଲେକ୍ସନ (IBPS) ତରଫରୁ ଏହି ପରୀକ୍ଷା ମୋଟ 20ଟି ଘରୋଇ ବ୍ୟାଙ୍କରେ 1,599ଟି ପଦରେ ନିଯୁକ୍ତି ପାଇଁ ହେବ। ସେଥିମଧ୍ୟରୁ ଆଇ.ଟି ଅଧିକାରୀ ପାଇଁ 219ଟି, କୃଷି କ୍ଷେତ୍ର ଅଧିକାରୀ ପାଇଁ 853ଟି, ରାଜସଭା ଅଧିକାରୀ ପାଇଁ 69ଟି, କାନୁନ ଅଧିକାରୀ ପାଇଁ 75ଟି, ଏଚ.ଆର ଅଧିକାରୀ ପାଇଁ 81ଟି ଓ ମାର୍କେଟିଙ୍ଗ ଅଫିସର ପାଇଁ 302ଟି ପଦବୀ ପ୍ରକାଶ ପାଇଛି।

ବୟସସୀମା

ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ନଭେମ୍ବର 1 ତାରିଖ 2018 ସୁଦ୍ଧା ସର୍ବନିମ୍ନ 20 ବର୍ଷ ଓ ସର୍ବାଧିକ 30ବର୍ଷ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ଆଇ.ଟି ଅଧିକାରୀ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ ସରକାରଙ୍କ ଦ୍ଵାରା ପରିଚାଳିତ ଯେ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ଆପ୍ଲିକେଶନରେ ଚାରିବର୍ଷ ଇଞ୍ଜିନିୟରିଙ୍ଗ କରିଥିବା ଆବଶ୍ୟକ। ସେହିପରି କୃଷିକ୍ଷେତ୍ର ଅଧିକାରୀ ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଏଗ୍ରିକଲ୍ଚରରେ ଚାରିବର୍ଷ ଡିଗ୍ରୀକୋର୍ସ କରିଥିବା ଆବଶ୍ୟକ।

ରାଜଭାଷା ଅଧିକାରୀ ଓ ଏଚ.ଆର (HR) ଅଧିକାରୀ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଦୁଇବର୍ଷ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ କରିଥିବା ଆବଶ୍ୟକ ଓ ଗ୍ରାଜୁଏସନରେ ହିନ୍ଦୀ ଓ ଇଂରାଜୀ ବିଷୟ ଥିବା ଆବଶ୍ୟକ। ଆଇନକାନୁନ ଅଧିକାରୀ ପାଇଁ ପ୍ରାର୍ଥୀ ଏଲ.ଏଲ.ବି ଓ ମାର୍କେଟିଂଗ ଅଫିସର ପାଇଁ ପ୍ରାର୍ଥୀ ଏମ.ବି.ଏ ପାସ କରିଥିବା ଆବଶ୍ୟକ।

ପରୀକ୍ଷା ଫି

ପରୀକ୍ଷା ଫି ବାବଦକୁ ଅନୁସୂଚିତ ଜାତି, ଜନଜାତି, ଶାରିରୀକ ଭାବେ ଅକ୍ଷମ ପ୍ରାର୍ଥୀଙ୍କୁ ଟ.100 ଦେବାକୁ ପଡିବ ଓ ଅନ୍ୟ ସମସ୍ତ ବର୍ଗର ପ୍ରାର୍ଥୀଙ୍କୁ ଟ.600 ଦେବାକୁ ପଡିବ।

ଚୟନ ପଦ୍ଧତି ଓ ପରୀକ୍ଷା ତାରିଖ

ପ୍ରାର୍ଥୀଙ୍କୁ ତାଙ୍କର ପ୍ରିଲିମିନାରି,ମେନ୍ ପରୀକ୍ଷାମାର୍କ ଓ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ। ପ୍ରିଲିମିନାରି ପରୀକ୍ଷା ଚଳିତ ବର୍ଷ ଡିସେମ୍ବର ମାସରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଡିସେମ୍ବର ମାସ 29 ଓ 30 ତାରିଖରେ ପରୀକ୍ଷା ହେବ।

କିପରି ଆବେଦନ କରିବେ

ଇଚ୍ଛୁକ ପ୍ରାର୍ଥୀମାନେ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ। ଅନଲାଇନରେ ଆବେଦନ କରିବା ପୂର୍ବରୁ ଗୋଟିଏ ପାସପୋର୍ଟ ସାଇଜ ଫଟୋ, ଦସ୍ତଖତ ଓ ବାମ ହାତ ବୁଢା ଅଙ୍ଗୁଳିର ଚିହ୍ନ ସ୍କାନ କରିବାକୁ ପଡିବ। IBPSର ୱେବସାଇଟ ଖୋଲିବା ପରେ ହୋମପେଜରେ “CRP Specialist Officers” ଉପରେ କ୍ଲିକ କରିବେ, ଏହାପରେ “CLICK HERE TO APPLY ONLINE FOR CRPSpecialist Officers (CRP-SPL-VIII)” ରେ କ୍ଲିକ କରି “CLICK HERE FOR NEW REGISTRATION”ରେ କ୍ଲିକ କରି ଅନଲାଇନ ଫର୍ମ ପୂରଣ କରିବେ।

ଏହା ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଇନଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଙ୍ଗ ପର୍ସନେଲ ସିଲେକ୍ସନ (IBPS)ର ଅଫିସିଆଲ ୱେବସାଇଟ www.ibps.in ରେ ଲଗଇନ କରନ୍ତୁ।

#jobs #IBPSexam #bankSO

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon