• ବେତାର ବ୍ୟୁରୋ

ଦେଖନ୍ତୁ : ମନଛୁଆଁ ଗୀତ ଗାଇ ଭୁବନେଶ୍ୱରକୁ ଏମିତି ନଚେଇଲେ ସୁନିଧି ଚୌହାନ


ରବିବାର ସନ୍ଧ୍ୟାରେ ଥିଲା ଭୁବନେଶ୍ୱର ହେଇଥିଲା ରଙ୍ଗୀନ ରାତିର ସହର । ଜୟଦେବ ବିହାର ଛକ ନିକଟସ୍ଥ ଜାଭିୟର ମ୍ୟାନେଜମେଣ୍ଟ କଲେଜ ପଡିଆରେ ଏହାର ତିନିଦିନିଆ ବାର୍ଷିକ ଉତ୍ସବର ଶେଷ ସନ୍ଧ୍ୟାରେ ଦର୍ଶକଙ୍କ ମନ କିଣିଥିଲେ ବଲିଉଡର ପ୍ରସିଦ୍ଧ ଗାୟିକା ସୁନିଧି ଚୌହାନ ।

ଏକ କଳା ରଙ୍ଗର ପ୍ୟାଣ୍ଟ, ସ୍ଳିଭଲେସ ଟପ ସହିତ ସିଲଭର ରଙ୍ଗର ଜ୍ୟାକେଟ ପିନ୍ଧି ସୁନିଧି ବହୁତ ଆକର୍ଷଣୀୟ ଦିଶୁଥିଲେ । ଗୀତ ଗାଇବା ସହିତ ନିଜେ ମଧ୍ୟ ପ୍ରତି ତାଳରେ ନାଚୁଥିଲେ ଓ ଦର୍ଶକମାନଙ୍କୁ ଝୁମିବା ପାଇଁ କହୁଥିଲେ ।

ଅଦ୍ଭୁତ ଉନ୍ମାଦ

(Photo: Vivek Mishra/Instagram)

ସୁନିଧିଙ୍କୁ ଦେଖିବା କ୍ଷଣି ଜାଭିୟର କଲେଜ ପଡିଆରେ ଅନେକ କଲେଜ ଚାତ୍ରଛାତ୍ରୀ ତଥା ବିଭିନ୍ନ କର୍ପୋରେଟ କମ୍ପାନୀ କର୍ମଚାରୀଙ୍କ ଭିଡ ଜମିଥିଲା । ମେ ଫେୟାର ହୋଟେଲରୁ କଡା ସୁରକ୍ଷାରେ ଆସି କଲେଜ ପଡିଆରେ ପହଞ୍ଚିବା କ୍ଷଣି ସୁନିଧି ଗୀତ ଗାଇବା ଆରମ୍ଭ କରିଦେଇଥିଲେ ଏହାପରେ ଅନେକ ଦର୍ଶକ ତାଙ୍କୁ ଦେଖିବାପାଇଁ ଓ ନିଜ ମୋବାଇଲରେ ଏହି ଦୃଶ୍ୟକୁ ରେକର୍ଡ କରିବା ପାଇଁ ଚେୟାର ଉପରେ ଶୋ’ ଶେଷ ହେୟାବା ପର୍ଯ୍ୟନ୍ତ ଛିଡାହେଇ ଥିବାର ଦେଖା ଯାଇଥିଲା ।

ସୁନିଧି ଗୀତ ଗାଇବା ବେଳେ ଉତ୍ସାହୀ ଦର୍ଶକଙ୍କୁ ନାଚିବା ପାଇଁ ଅନୁରୋଧ କରିବା କ୍ଷଣି ମଞ୍ଚ ସାମ୍ନାରେ ଯୁବପିଢ଼ିଙ୍କ ଭିଡ଼ ଲାଗିଥିଲା। ସୁନିଧିଙ୍କୁ ଲାଇଭ୍‌ ଶୁଣିବାର ଏକ ସୁଯୋଗ ମିଳିଥିବା ବେଳେ ବଲିଉଡର ଏହି ପ୍ରତିଭା ତାଙ୍କର ବଛାବଛା ଗୀତ ଗାଇ ଦର୍ଶକଙ୍କର ଖୁବ୍‌ ମନୋରଂଜନ କରିଥିଲେ। ତାଙ୍କର ଶୋ’ ‘ଧୂମ’ ଚଳଚ୍ଚିତ୍ରର ‘କ୍ରେଜି କିଆରେ” ଗୀତ ଗାଇ କରିଥିବାବେଳେ ‘ଶିଲା କି ଯବାନୀ’ ଗୀତରେ ଶେଷ କରିଥିଲେ ।

ପୁରା ଦୁଇଘଣ୍ଟା କାଳ ଲଗାତାର ଭୂମରୋ.., କମଲି .., ଏସା ମେରା ପ୍ୟାର ହେ ., ପେହଲା ନଶା .., ଦେଶୀ ଗାର୍ଲ , ବେ ଇନ୍ତହା .., ହଲକା ହଲ୍କା ସୁରୁର.., ବିଡି ଜଲେଇ ଲେ .., ଓ ଶାକି..,ରେସ ଶାଁସୋ କି ., ନିୟତ ଖରାବ.., ମେ ବଢିଆ, ତୁ ଭି ବଢିଆ (ସଞ୍ଜୁ ଚଳଚ୍ଚିତ୍ର) ଆଦି ଗୀତ ଗାଇ ପ୍ରତିଟି ଶ୍ରୋତାଙ୍କୁ ମତୁଆଲା କରିଥିଲେ।

#entertainment #bollywood #sunidhichouhan #XIMB

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon