• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ : କେଉଁ ରାଶିକୁ ତେଲମସଲା ଖାଦ୍ୟ ମନା


(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

(ବେତାର ବ୍ୟୁରୋ) 

ମେଷ: ଦୁରସ୍ଥାନକୁ ଯାତ୍ରା କରିପାରନ୍ତି ଓ ବ୍ୟୟ ମଧ୍ୟ ବୃଦ୍ଧି ପାଇବ। କୌଣସି କଥାକୁ ନେଇ ମନ ବିଚଳିତ ରହିବ। ସେହି ସମୟରେ ନିଜକୁ ଶାନ୍ତ ରଖନ୍ତୁ। ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ଛାତ୍ରଛାତ୍ରୀମାନେ ପରିଶ୍ରମର ସୁଫଳ ପାଇବେ।

ବୃଷ: କର୍ମକ୍ଷେତ୍ରରେ କ୍ଷମତା ବଢିବା ସହିତ ସମ୍ମାନ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ପଡିବ। ପରିବାରର ସଦସ୍ୟଙ୍କ ସହିତ କିଛି ସମୟ କାଟନ୍ତୁ। ସନ୍ତାନଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଦେଇପାରେ। ଅନ୍ୟମାନଙ୍କ ସହିତ ଉଚିତ ବ୍ୟବହାର କରନ୍ତୁ।

ମିଥୁନ: ଏହି ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ। ନିଜର କାମ ପାଇଁ ପ୍ରଶଂସିତ ହେବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ କିନ୍ତୁ ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ପ୍ରତିଯୋଗୀତା ମୂଳକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ସଫଳତା ପାଇବେ।

କର୍କଟ: ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ, ମସଲା ଏବଂ ତେଲଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ କିଛିତ ସମସ୍ୟା ଦେଖାଦେବ। ଏହାକୁ ନେଇ ଚିନ୍ତିତ ରୁହନ୍ତୁ ନାହିଁ। ପାରିବାରିକ ଜୀବନ ଶୃଙ୍ଖଳିତ ରହିବ।

ସିଂହ: ଆପଣଙ୍କ ପରିଶ୍ରମର ସୁଫଳ ପାଇବେ। ଶୁଭକାର୍ଯ୍ୟରେ ଯୋଗଦାନ କରିବେ। ସହକର୍ମୀ ଠାରୁ ସହଯୋଗ ପାଇବେ। ବ୍ୟୟରେ ବୃଦ୍ଧି ଘଟିବ। ଅର୍ଥ ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।

କନ୍ୟା: ପରିବାର ଓ ବ୍ୟବସାୟରେ ସନ୍ତୁଳନ ରଖିବାକୁ ଚେଷ୍ଟା କରିବେ। ପରିବାର ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ସ୍ଵାଧୀନ ରହିବାକୁ ଚେଷ୍ଟା କରନ୍ତୁ, ଅନ୍ୟମାନଙ୍କ ସହାୟତା ନିଅନ୍ତୁ, କିନ୍ତୁ କାହାଉପରେ ଅଧିକ ନିର୍ଭର କରନ୍ତୁ ନାହିଁ।

ତୁଳା: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲ ରହିବ। ଆପଣଙ୍କ କଥାରେ ଲୋକମାନେ ପ୍ରଭାବିତ ହେବେ। ଯାହା ଆଶା କରିଛନ୍ତି ତାକୁ ହାସଲ କରିବାରେ ସକ୍ଷମ ହେବେ। ପରିବାର ମଧ୍ୟରେ କିଛି ବିଶୃଙ୍ଖଳା ଦେଖାଦେବ। ପରିବାର ମଧ୍ୟରେ କୌଣସି ଶୁଭକାର୍ଯ୍ୟର ଆୟୋଜନ ହୋଇପାରେ।

ବିଛା: ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବ, କିନ୍ତୁ ଆପଣ ଏହାକୁ ସମାଧାନ କରିପାରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ, କିନ୍ତୁ ମାତାଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ଚିନ୍ତାରେ ପକାଇବ। ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ।

ଧନୁ: ହସଖୁସିରେ ସମୟ ବିତାଇବେ। ବିଦେଶ ଯାତ୍ରା କରିବାର ସୁଯୋଗ ରହିଛି। ବିଦେଶରେ ନୂତନ ଜମି ମଧ୍ୟ କିଣିପାରନ୍ତି। କର୍ମକ୍ଷେତ୍ରରେ ସିନିୟର ଅଧିକାରୀମାନେ ସହଯୋଗ କରିବେ। ସନ୍ତାନଙ୍କ କାମ ପାଇଁ ଗର୍ବ ଅନୁଭବ କରିବେ।

ମକର: ଆର୍ଥିକ ଲାଭ ପାଇବେ। ସବୁ ସମସ୍ୟାକୁ ଧୈର୍ଯ୍ୟ ଓ ହସି ହସି ସାମ୍ନା କରନ୍ତୁ। କୌଣସି ଅନୈତିକ କାମ କରନ୍ତୁ ନାହିଁ। ସ୍ୱାସ୍ଥ୍ୟପ୍ରତି ସଚେତନ ରୁହନ୍ତୁ। ପରିବାର ମଧ୍ୟରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଉଚିତ ଫଳ ମିଳିବ।

କୁମ୍ଭ: ପରିବାର କିମ୍ବା ବନ୍ଧୁଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ବହୁଦିନରୁ ଅଟକି ରହିଥିବା କାର୍ଯ୍ୟ ସଫଳ ହେବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଛାତ୍ରଛାତ୍ରୀମାନେ ପାଠପଢାରେ କିଛି ଅସୁବିଧାର ସାମ୍ନା କରିପାରନ୍ତି।

ମୀନ: କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ। ପରିବାର ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇପାରେ। ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ପଡିବ। ସବୁ ପରିସ୍ଥିତିକୁ ଧୈର୍ଯ୍ୟର ସହ ସାମ୍ନା କରିବେ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।

#astrology #horoscope #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon