• padmabati kund

ଆକର୍ଷଣୀୟ ଦାଢି ପାଇଁ ଟ୍ରିମର କିଣିବାକୁ ଚାହୁଁଛନ୍ତି ? ଜାଣି ରଖନ୍ତୁ ଏହି ପାଞ୍ଚଟି କଥା


(ବେତାର ବ୍ୟୁରୋ) ପୁରୁଷମାନଙ୍କ ପାଇଁ ସୁନ୍ଦର ଭାବରେ ଦାଢି ରଖିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ। ଯେଉଁ ପୁରୁଷଙ୍କର ଦାଢି ଯେତେ ସୁନ୍ଦର ଭାବରେ କଟା ହୋଇଥାଏ, ଓ ପରିଷ୍କାର ପରିଚ୍ଛନ ରହିଥାଏ, ସେମାନେ ସେତେ ଆକର୍ଷକ ଦେଖାଯାଇଥାନ୍ତି। ଏଥିପାଇଁ ଟ୍ରିମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବର୍ତ୍ତମାନ ଅଧିକାଂଶ ପୁରୁଷ ରେଜରରେ ସେଭିଙ୍ଗ କରିବାକୁ ପସନ୍ଦ କରୁନାହାନ୍ତି। ଟ୍ରିମର ସାହାଯ୍ୟରେ ସେଭିଙ୍ଗ କରିବା ସହଜ ହୋଇଥାଏ ଓ ଏହା ଆପଣଙ୍କୁ ପରଫେକ୍ଟ ଲୁକ ଦେଇଥାଏ।

ତେବେ ପୁରୁଷମାନେ ନିଜକୁ ଏକ ପରଫେକ୍ଟ ଲୁକ ଦେବା ପାଇଁ, ଟ୍ରିମର କିଣିବା ସମୟରେ କେଉଁ କେଉଁ କଥା ଉପରେ ଧ୍ୟାନ ଦେବେ ଜାଣିରଖନ୍ତୁ।

୧.ନିଜ ଦାଢି ଅନୁସାରେ ଟ୍ରିମର କିଣନ୍ତୁ: ଟ୍ରିମର କିଣିବା ସମୟରେ ସବୁଠାରୁ ପ୍ରଥମ କଥା ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ ଦାଢି କେଉଁପ୍ରକାରର। କିଛି କିଛି ପୁରୁଷ ଛୋଟ ଛୋଟ ଦାଢି ରଖିଥାନ୍ତି ଓ କିଛି କିଛି ପୁରୁଷ ଲମ୍ବା ଦାଢି ରଖିଥାନ୍ତି। ତେଣୁ ଟ୍ରିମର କିଣିବା ସମୟରେ ଏହା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।

୨.କେଉଁ ପ୍ରକାରର ଟ୍ରିମର କିଣିବାକୁ ଚାହୁଁଛନ୍ତି: ସାଧାରଣତଃ ଦୁଇପ୍ରକାରର ଟ୍ରିମର ରହିଥାଏ। ଗୋଟିଏ ହେଉଛି ରୋଟାରୀ ଟ୍ରିମର ଓ ଅନ୍ୟଟି ହେଉଛି ଫଏଲ ଟ୍ରିମର। ରୋଟାରୀ ଟ୍ରିମରରେ ଦୁଇଟି କିମ୍ବା ତିନୋଟି ରୋଟେଟିଙ୍ଗ ହେଡ ରହିଥାଏ ଯାହାକି ସେଭିଙ୍ଗ କରିବା ସମୟରେ ଲୋମକୁ ତ୍ଵଚାରୁ ଠିଆ କରି ରଖିଥାଏ। ସେହିପରି ଫଏଲ ଟ୍ରିମରରେ ଏକ ରେଜର ବ୍ଲେଡ ସହିତ ପ୍ରୋଟେକ୍ଟିଭ ଫଏଲ ରହିଥାଏ। ଏହା ଆପଣଙ୍କ ଦାଢିକୁ ଚିକ୍କଣ ଭାବରେ ସେଭିଙ୍ଗ କରିବାରେ ସାହାଯ୍ୟ କରିଥାଏ। ତେଣୁ ନିଜ ଦାଢିର ପ୍ରକାରକୁ ଆଖି ଆଗରେ ରଖି ଟ୍ରିମର ବାଛନ୍ତୁ।

୩.ୱେୟାରଲେସ ଟ୍ରିମର ବିଶେଷ ଉପଯୋଗୀ ହୋଇଥାଏ: ପୁରୁଷଙ୍କ ପାଇଁ ୱେୟାରଲେସ ଟ୍ରିମର ବିଶେଷ ଉପଯୋଗୀ ହୋଇଥାଏ। ଏହାକୁ ଯେକୌଣସି ସ୍ଥାନରେ ଧରି ବ୍ୟବହାର କରିହୋଇଥାଏ ଓ ଏହାକୁ ବ୍ୟବହାର କରିବା ମଧ୍ୟ ସହଜ ହୋଇଥାଏ। ୱେୟାରଲେସ ଟ୍ରିମରରେ ବ୍ୟାଟେରୀ ରହିଥାଏ। କିନ୍ତୁ ତାର ଲାଗିଥିବା ଟ୍ରିମରକୁ ଆପଣ କେବଳ ଗୋଟିଏ ସ୍ଥାନରେ ରହି ବ୍ୟବହାର କରିପାରିଥାନ୍ତି।

୪.ଭଲ ବ୍ରାଣ୍ଡର କିଣନ୍ତୁ: ପୁରୁଷମାନଙ୍କ ପାଇଁ କିଛି ସାଜସଜା ଉପକରଣ କିଣିବା ସମୟରେ ସେହି ଜିନିଷର ବ୍ରାଣ୍ଡ ବିଷୟରେ ଜାଣିବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯେହେତୁ ଏହି ସବୁ ପ୍ରଡ଼କ୍ଟ ଆପଣଙ୍କ ତ୍ଵଚା ସହିତ ସିଧାସଳଖ ସଂସ୍ପର୍ଶରେ ଆସୁଛି ତେଣୁ ଖରାପ ବ୍ରାଣ୍ଡର ଜିନିଷ କିଣିବା ଉଚିତ ନୁହେଁ। ତେଣୁ ଟ୍ରିମର କିଣିବା ପୂର୍ବରୁ କେଉଁ ବ୍ରାଣ୍ଡ ଭଲ ଅଟେ ତାହା ମଧ୍ୟ ଦେଖନ୍ତୁ।

୫.ନିଜ ବଜେଟ ଉପରେ ଧ୍ୟାନ ଦିଅନ୍ତୁ: ଶେଷରେ ବଜେଟ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଭଲ ବ୍ରାଣ୍ଡର ଜିନିଷ କିଣିବା ପାଇଁ ଅଧିକ ଅର୍ଥ ମଧ୍ୟ ଆବଶ୍ୟକ ହୋଇଥାଏ। କିନ୍ତୁ ବର୍ତ୍ତମାନ ଫିଲିପ୍ସ, ନୋଭା ଏବଂ ସିସ୍କା ପରି ଅନେକ କମ୍ପାନୀ ବଜେଟକୁ ସୁହାଉଥିବା ଦରରେ ଟ୍ରିମର ବିକ୍ରି କରୁଛନ୍ତି।

#lifestyle #grooming #mensfashion

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon