• padmabati kund

ଓଡିଶା ସିଭିଲ ସର୍ଭିସ ପରୀକ୍ଷା  ଆଡମିଟ କାର୍ଡ ପ୍ରକାଶିତ


(ବେତାର ବ୍ୟୁରୋ) ଓଡିଶା ପବ୍ଲିକ ସର୍ଭିସ କମିଶନ ତରଫରୁ ସିଭିଲ ସର୍ଭିସ ପ୍ରିଲିମିନାରି ପରୀକ୍ଷା 2018 ପାଇଁ ଆଡମିଟ କାର୍ଡ ରିଲିଜ ହୋଇଯାଇଛି। ଯେଉଁ ପ୍ରାର୍ଥୀମାନେ ଏହି ପରୀକ୍ଷା ପାଇଁ ଆବେଦନ କରିଥିଲେ ସେମାନେ ଓଡିଶା ପବ୍ଲିକ ସର୍ଭିସ କମିଶନର ଅଫିସିଆଲ ୱେବସାଇଟରୁ ଏହାକୁ ଡାଉନଲୋଡ କରିପାରିବେ।

ଏହି ଓଡିଶା ସିଭିଲ ସର୍ଭିସ ପ୍ରିଲିମିନାରି ପରୀକ୍ଷା ଆସନ୍ତା ନଭେମ୍ବର 25 ତାରିଖ 2018ରେ ଅନୁଷ୍ଠିତ ହେବ।

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ 50ହଜାରରୁ ଅଧିକ ପ୍ରାର୍ଥୀ ଏହି ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ରାଜ୍ୟର ପାଞ୍ଚଟି ସହର ଯଥା ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁରର ମୋଟ ୧୨୦ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହେବ।

କେମିତି ଡାଉନଲୋଡ କରିବେ

.ଆଡମିଟ କାର୍ଡ ଡାଉନଲୋଡ କରିବା ପାଇଁ ପ୍ରଥମେ ଓଡିଶା ପବ୍ଲିକ ସର୍ଭିସ କମିଶନର ଅଫିସିଆଲ ୱେବସାଇଟ www.opsc.in ରେ ଲଗଇନ କରନ୍ତୁ।

. ହୋମପେଜ୍ ରେ ଥିବା ଲିଙ୍କ Download Admission Certificate & Instructions to Candidates for the OCS Preliminary Examination-2018[Advt. No. 05 of 2018-19] ଉପରେ କ୍ଲିକ କରନ୍ତୁ।

.ଏହାପରେ ‘Download Admission Certificate’ ଉପରେ କ୍ଲିକ କରିବେ।

.ଏହାପରେ ରେଜିଷ୍ଟ୍ରେଶନ ନମ୍ବର ଓ ଜନ୍ମାତାରିଖ ପୂରଣ କରିବା ପରେ ସବମିଟ ଉପରେ କ୍ଲିକ କରନ୍ତୁ।

.ଏହାପରେ ଆଡମିଟ କାର୍ଡର ପ୍ରିଣ୍ଟ ଆଉଟ କାଢିନେବେ।

ଏହି ପରୀକ୍ଷା ମୋଟ ଦୁଇଟି ଶିଫ୍ଟ ଯଥା ସକାଳ ଶିଫ୍ଟ ଓ ସନ୍ଧ୍ୟା ଶିଫ୍ଟରେ ହେବ। ପରୀକ୍ଷାର୍ଥୀମାନେ ଦୁଇଟି ପେପରରେ ପରୀକ୍ଷା ଦେବେ ଓ ମୋଟ ମାର୍କ 200 ରହିବ। ପେପର-2 ରେ 33%ରୁ ଅଧିକ ମାର୍କ ରଖିଲେ ଉତ୍ତୀର୍ଣ୍ଣ ହୋଇପାରିବେ। ଯେଉଁ ପ୍ରାର୍ଥୀମାନେ ପ୍ରିଲିମିନାରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନେ ମେନ ପରୀକ୍ଷା ଦେଇପାରିବେ। ଏହି ମେନ ପରୀକ୍ଷାର ଫଳାଫଳ ଓ ସାକ୍ଷାତକାର ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ।

ରାଜ୍ୟରେ ଗ୍ରାଜୁଏଟ ପ୍ରାର୍ଥୀଙ୍କ ପାଇଁ ଏହା ଏକ ବଡ ପ୍ରତିଯୋଗୀତାମୂଳକ ପରୀକ୍ଷା ଅଟେ ଓ ଏହି ପରୀକ୍ଷାରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଓଡିଶା ପବ୍ଲିକ ସର୍ଭିସ କମିଶନ ତରଫରୁ ବିଭିନ୍ନ ଗ୍ରୁପ-ଏ ଏବଂ ଗ୍ରୁପ-ବି ପୋଷ୍ଟରେ ନିଯୁକ୍ତି ଦିଆଯାଇଥାଏ। ଚଳିତ ବର୍ଷ ରାଜ୍ୟରେ ମୋଟ ୨୧୮ଟି ଓଏଏସ, ଓପିଏସ, ଓଏଫଏସ୍, ଓସିଏସ୍ , ଓଆରଏସ୍, ଓଟି ଆଣ୍ଡ ଏଏସ୍ ଓ ଓଇଏସ୍ ପଦବୀ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ।

#opsc #civilservicesprilimexam

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon