• padmabati kund

‘ଠଗସ ଅଫ ହିନ୍ଦୁସ୍ଥାନ’ର ଖରାପ ପ୍ରଦର୍ଶନ ପାଇଁ ଟଙ୍କା ଫେରେଇବେ ପ୍ରଯୋଜକ!


(ବେତାର ବ୍ୟୁରୋ) ଚଳିତ ବର୍ଷ ଦୀପାବଳି ଉପଲକ୍ଷେ ନଭେମ୍ବର ୮ ତାରିଖରେ ବିଗ ବି ଅମିତାଭ ବଚ୍ଚନ ଓ ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କ ଅଭିନୀତ ବିଗ ବଜେଟ ଫିଲ୍ମ ‘ଠଗସ ଅଫ ହିନ୍ଦୁସ୍ଥାନ’ ରିଲିଜ ହୋଇଯାଇଛି। ଏହି ଫିଲ୍ମ ବକ୍ସଅଫିସରେ ଭଲ ରୋଜଗାର କରିବ ବୋଲି ଆଶା କରାଯାଇଥିଲା, କିନ୍ତୁ ରିଲିଜ ହେବା ପରେ ଦର୍ଶକଙ୍କ ମଧ୍ୟରେ ସେତେଟା ଲୋକପ୍ରିୟତା ହାସଲ କରି ପାରି ନ ଥିଲା। ଭଲ ରୋଜଗାର କରି ନ ଥିବାରୁ ଫିଲ୍ମ ନିର୍ମାତାଙ୍କ ଠାରୁ ଅର୍ଥ ଫେରସ୍ତ ମାଗିବାକୁ ଫିଲ୍ମ ହଲ ମାଲିକମାନେ ନିଷ୍ପତ୍ତି ନେଇଛନ୍ତି।

ମୁମ୍ବାଇର ଖବରକାଗଜ ମିଡ-ଡେରେ ପ୍ରକାଶିତ ଖବର ଅନୁଯାୟୀ, ଫିଲ୍ମହଲମାଲିକମାନେ ଏହି ଫିଲ୍ମର ନିର୍ମାଣକାରୀଙ୍କ ଠାରୁ କ୍ଷତିପୂରଣ ମାଗିଛନ୍ତି। ୟଶରାଜ ଫିଲ୍ମ୍ସ ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମଟି ମୋଟ ଟ.୩୦୦କୋଟି ଅର୍ଥ ବ୍ୟୟରେ ନିର୍ମିତ ହୋଇଥିଲା।

ଏହା ଦୀପାବଳିରେ ଫିଲ୍ମଟି ବକ୍ସଅଫିସରେ ସୁପରହିଟ ହେବ ବୋଲି ଆଶା କରାଯାଇଥିଲା, କିନ୍ତୁ ବିଭିନ୍ନ ଚଳଚ୍ଚିତ୍ର ସମୀକ୍ଷକମାନେ ଫିଲ୍ମର କାହାଣୀ ଓ ଅଭିନୟକୁ ନେଇ ସେତେଟା ଭଲ ନିର୍ଣ୍ଣୟ ଦେଇ ନ ଥିବାରୁ ରିଲିଜ ହେବାର ୧୧ଦିନ ମଧ୍ୟରେ ମାତ୍ର ଟ.୧୫୦ ରୋଜଗାର କରିପାରିଛି, ଯାହାକି ଏହି ଫିଲ୍ମ ପାଇଁ ହେଇଥିବା ସମୁଦାୟ ଖର୍ଚ୍ଚର ଅଧା । ସାଧାରଣତଃ ସୁପରଷ୍ଟାରମାନଙ୍କ ଚଳଚ୍ଚିତ୍ର ପ୍ରଥମ ସପ୍ତାହରେ ହିଁ ଫିଲ୍ମ ବାବଦକୁ ଖର୍ଚ୍ଚହେଇଥିବା ପରିମାଣର ଅର୍ଥ ରୋଜଗାର କରିଥାଏ ।

ଏହି ଖରାପ ପ୍ରଦର୍ଶନ ପାଇଁ 'ଠଗସ ଅଫ ହିନ୍ଦୁସ୍ଥାନ' ର ଏକାଧିକ ଶୋ' ଚଲାଉଥିବା ଫିଲ୍ମହଲ ମାଲିକମାନେ ପାଖାପାଖି ୫୦%ର କ୍ଷତି ସହିବେ। ଏହି କ୍ଷତି ଭରଣା ପାଇଁ ପାଇଁ ସେମାନେ ଫିଲ୍ମ ଷ୍ଟୁଡିଓରୁ କ୍ଷତିପୂରଣ ମାଗିବାକୁ ନିଷ୍ପତ୍ତି ନେଇଛନ୍ତି।

ଫିଲ୍ମହଲର ମାଲିକଙ୍କ ମତରେ, “ୟଶରାଜ ଫିଲ୍ମ ଷ୍ଟୁଡିଓ ନିଜର ସମସ୍ତ ଫିଲ୍ମର ଡିଷ୍ଟ୍ରିବ୍ୟୁସନ ଦାୟିତ୍ଵ ନିଜେ ସମ୍ପାଦନ କରିଥାଏ। ଏହା ଏକ ବଡ ବଜେଟର ଫିଲ୍ମ ହୋଇଥିବାରୁ ଏଥିରୁ ଭଲ ଲାଭ ହେବ ବୋଲି ଆଶା କରିଥିଲୁ। କିନ୍ତୁ ଫିଲ୍ମ ରିଲିଜ ହେବା ପରେ ସବୁ ଓଲଟା ହେଇଯାଇଥିଲା। ଏଥିପାଇଁ ଡିଷ୍ଟ୍ରିବ୍ୟୁଶନଙ୍କଠାରୁ କ୍ଷତିପୂରଣ ମାଗିବାକୁ ଯୋଜନା କରୁଛୁ। ଆଶା କରୁଛୁ କି ଏଭଳି ପରିସ୍ଥିତିରେ ୟଶରାଜ ଫିଲ୍ମ୍ସ, ଅମିତାଭ ବଚ୍ଚନ ଓ ଅମିର ଖାନ ଆମକୁ ସାହାଯ୍ୟ କରିବେ।“

କ'ଣ ରହିଛି ନିୟମ

ଆଇନ ଅନୁସାରେ ଦେଖିବାକୁ ଗଲେ ଫିଲ୍ମ ଭଲ ରୋଜଗାର ନକରିବା ପରେ ପ୍ରଯୋଜନା ସଂସ୍ଥା କ୍ଷତିପୂରଣ ଦେବା ପାଇଁ କିଛି ଆଇନଗତ ଚୁକ୍ତି କରି ନ ଥିବାରୁ ଏହା କ୍ଷତି ପୂରଣ ଦେବାକୁ ବାଧ୍ୟ ନୁହେଁ ।

ତେବେ ପୂର୍ବରୁ କିଛି ବଲିଉଡର ଅନେକ ଷ୍ଟାର ନିଜର ଫିଲ୍ମ ବକ୍ସଅଫିସରେ କମ ରୋଜଗାର କରିବା ପରେ ନୈତିକତା ଦୃଷ୍ଟିକୋଣରୁ ଫିଲ୍ମହଲ ମାଲିକଙ୍କୁ କ୍ଷତିପୂରଣ ଦେଇଛନ୍ତି। ବକ୍ସଅଫିସରେ ‘ଜବ ହ୍ୟାରୀ ମେଟ ସେଜାଲ’, ‘ଦିଲୱାଲେ’ କମ ରୋଜଗାର କରିବା ପରେ ଶାହରୁଖ ଖାନ ଫିଲ୍ମହଲ ମାଲିକଙ୍କୁ କ୍ଷତିପୂରଣ ଦେଇଥିଲେ। ସେହିପରି ‘ଟ୍ୟୁବଲାଇଟ’ ପାଇଁ ସଲମାନ ଖାନ ଓ ‘ଲିଙ୍ଗା’ ପାଇଁ ରଜନୀକାନ୍ତ କ୍ଷତିପୂରଣ ଦେଇଛନ୍ତି।

‘ଠଗସ ଅଫ ହିନ୍ଦୁସ୍ଥାନ’ ରିଲିଜର ପ୍ରଥମ ଦିନ ପାଇଁ ମୋଟ ୫୦କୋଟି ୨୫ଲକ୍ଷ ଟଙ୍କାର ଆଗୁଆ ବୁକିଙ୍ଗ ହୋଇଥିଲା ଓ ବକ୍ସଅଫିସରେ ଅନେକ ରେକର୍ଡ ଭାଙ୍ଗିଥିଲା। ତେବେ ସମାଲୋଚକଙ୍କ ଠାରୁ ଖରାପ ରିଭ୍ୟୁ ପାଇବା ପରେ ଏହାର ରୋଜଗାର କମିଯାଇଥିଲା। ତଥାପି ଗୋଟିଏ ସପ୍ତାହ ମଧ୍ୟରେ ଏହା ମାତ୍ର ୧୦୦କୋଟି ରୋଜଗାର କରିପାରିଥିଲା।

#entertainment #bollywood #thugsofhindosthan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon