• ବେତାର ବ୍ୟୁରୋ

ଆଇଟିଆଇ, ଡିପ୍ଲୋମା ପାସଙ୍କ ପାଇଁ GAILରେ ୧୬୦ପଦବୀ


(ବେତାର ବ୍ୟୁରୋ) ଗ୍ୟାସ ଅଥରୀଟି ଅଫ ଇଣ୍ଡିଆ (GAIL) ତରଫରୁ ଜୁନିୟର ଇଞ୍ଜିନିୟର, ଟେକ୍ନିସିଆନ, ଫାୟାରମ୍ୟାନ ଓ ଜୁନିୟର ସୁପରିଟେଣ୍ଡେଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୧୬୦ଟି ପଦବୀ ପ୍ରକାଶ ପାଇଛି ଓ ଏଥିମଧ୍ୟରୁ  ଆଇଟିଆଇ ଏବଂ ଡିପ୍ଲୋମା ପାସ କରିଥିବା ପ୍ରାର୍ଥୀମାନେ ପ୍ରାୟ 130ଟି ପଦବୀ ପାଇଁ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ନଭେମ୍ବର ମାସ ୩୦ତାରିଖ ମଧ୍ୟରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ ୧୬୦ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଜୁନିୟର ଇଞ୍ଜିନିୟର ପାଇଁ ତିନୋଟି, ଫାୟାରମ୍ୟାନ ପାଇଁ ୫୫ଟି, ଜୁନିୟର କେମିଷ୍ଟ ପାଇଁ ୧୦ଟି, ଜୁନିୟର ସୁପରିଟେଣ୍ଡେଣ୍ଟ ପାଇଁ ସାତଟି, ଟେକ୍ନିସିଆନ ପାଇଁ ୫୧ଟି, ଆସିଷ୍ଟାଣ୍ଟ ପାଇଁ ୩୪ଟି ପଦବୀ ରହିଛି।

ଦରମା

ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ପ୍ରଥମେ ଏକବର୍ଷ ପାଇଁ ଟ୍ରେନିଂ ପିରିୟଡରେ ରଖାଯିବ। ଗ୍ରେଡ-s-୭ରେ ନିଯୁକ୍ତ ପ୍ରାର୍ଥୀଙ୍କୁ ମାସିକ ଟ.୧୬,୩୦୦ ଦରମା ପ୍ରଦାନ କରାଯିବ। ସେହିପରି ଗ୍ରେଡ-s-୫ରେ ନିଯୁକ୍ତ ପ୍ରାର୍ଥୀଙ୍କୁ ମାସିକ ଟ.୧୪,୫୦୦ ଦରମା ଓ ଗ୍ରେଡ-s-୩ରେ ନିଯୁକ୍ତ ପ୍ରାର୍ଥୀଙ୍କୁ ମାସିକ ଟ.୧୨,୫୦୦ ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ନଭେମ୍ବର ୩୦ତାରିଖ ୨୦୧୮ ସୁଦ୍ଧା ସର୍ବନିମ୍ନ ୧୮ବର୍ଷ ହୋଇଥିବା ଆବଶ୍ୟକ। ଗ୍ରେଡ-s-୭ରେ ନିଯୁକ୍ତ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା ୪୭ବର୍ଷ, ଗ୍ରେଡ-s-୫ରେ ନିଯୁକ୍ତ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ୨୮ବର୍ଷ ଓ ଗ୍ରେଡ-s-୩ରେ ନିଯୁକ୍ତ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୨୬ବର୍ଷ ହୋଇଥିବା ଅବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ପ୍ରକାଶ ପାଇଥିବା ପଦବୀ ଓ ବିଭାଗ ଅନୁଯାୟୀ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ଅଟେ। ତେବେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଆଇଟିଆଇ ଓ ଡିପ୍ଲୋମା ପାସ କରିଥିବା ଆବଶ୍ୟକ। ତେବେ ଅନ୍ୟାନ୍ୟ ପଦବୀ ଯଥା ଆକାଉଣ୍ଟାଣ୍ଟ ଓ ଅନ୍ୟାନ୍ୟ ବିଭାଗ ଅନୁଯାୟୀ ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ପାଇଁ ବିଜ୍ଞପ୍ତିକୁ ଦେଖନ୍ତୁ।

ଆବେଦନ ଫି

ଆବେଦନ କରିବା ପାଇଁ ଫି ବାବଦରେ ପ୍ରାର୍ଥୀଙ୍କୁ ଟ.୫୦ଦେବାକୁ ପଡିବ। ଅନୁସୂଚିତ ଜାତି, ଜନଜାତି ଓ ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ। ଏହି ଫି’କୁ ନେଟ ବ୍ୟାଙ୍କିଙ୍ଗ, କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡ ମାଧ୍ୟମରେ ପଇଠ କରିପାରିବେ।

କିପରି ଆବେଦନ କରିବେ

ଆଗ୍ରହୀ ପ୍ରାର୍ଥୀ ଗ୍ୟାସ ଅଥରୀଟି ଅଫ ଇଣ୍ଡିଆ (GAIL)ର ଅଫିସିଆଲ ୱେବସାଇଟ www.gailonline.com ରେ ଲଗଇନ କରି ଆବେଦନ କରିପାରିବେ। ଆବେଦନ କରିବା ଆଗରୁ ପ୍ରାର୍ଥୀଙ୍କ ପାଖରେ ବୈଧ ଇ-ମେଲ ଆଇଡି, ପାସପୋର୍ଟ ସାଇଜ ଫଟୋର ସ୍କାନ କପି, ଦସ୍ତଖତ ଓ ଜାତିଗତ ପ୍ରମାଣପତ୍ରର ସ୍କାନ କପି ଥିବା ଆବଶ୍ୟକ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଗ୍ୟାସ ଅଥରୀଟି ଅଫ ଇଣ୍ଡିଆ (GAIL)ର ଅଫିସିଆଲ ୱେବସାଇଟ www.gailonline.com ରେ ଲଗଇନ କରନ୍ତୁ।

#jobs #GAIL

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon