• padmabati kund

ଦୁଇଟି ସିମ ବ୍ୟବହାର କରୁଥିଲେ ବନ୍ଦ ହୋଇପାରେ ଇନକମିଙ୍ଗ ସେବା


(ବେତାର ବ୍ୟୁରୋ) ଟେଲିକମ ମାର୍କେଟରେ ରିଲାଏନ୍ସ ଜିଓ ଆସିବା ପରେ ଅନ୍ୟ କମ୍ପାନୀ ଗୁଡିକର ବ୍ୟବସାୟରେ ବହୁତ କ୍ଷତି ହେବାରେ ଲାଗିଛି। କମ୍ପାନୀଗୁଡିକ ବଜାରରେ ନିଜ ସ୍ଥିତିକୁ ବଜାୟ ରଖିବା ପାଇଁ କମ ଦରର ପ୍ରିପେଡ ପ୍ଳାନ ସବୁ ଲଞ୍ଚ କରୁଛନ୍ତି। ଜିଓ କମ୍ପାନୀ କଲ କରିବା ପାଇଁ କୌଣସି ଦର ନେଉ ନ ଥିବାରୁ, କିଛି ବ୍ୟକ୍ତି ପୁରୁଣା ନମ୍ବର ସହିତ ଜିଓ ସିମ ବ୍ୟବହାର କରୁଛନ୍ତି , ଯେଉଥିରେ କଲ ଓ ଇଣ୍ଟରନେଟ ବ୍ୟବହାର କରି ହେଉଛି ।

ଏପରିସ୍ଥଳେ ଟେଲିକମ କମ୍ପାନୀମାନେ ରିଲାଏନ୍ସ ଜିଓକୁ ଟକ୍କର ଦେବା ପାଇଁ ଏକ ନୂଆ ରାସ୍ତା ଆପଣେଇଛନ୍ତି। ଏବେଠୁ ଯେଉଁ ଗ୍ରାହକମାନେ ଗୋଟିଏ ସିମକୁ କେବଳ ଇନକମିଙ୍ଗ କଲ ଆସିବା ପାଇଁ ବ୍ୟବହାର କରୁଥିବେ, ସେମାନଙ୍କୁ ସେହି ସିମରେ ଫ୍ରୀ-ଇନକମିଙ୍ଗ ସୁବିଧା ମାଗଣାରେ ମିଳିବ ନାହିଁ ବୋଲି ଟେଲିକମ କମ୍ପାନୀ ମାନେ କହିଛନ୍ତି ।

ଇନକମିଙ୍ଗ କଲର ସୁବିଧା ପାଇବା ପାଇଁ ଗ୍ରାହକଙ୍କୁ ପ୍ରତି ମାସରେ ଟ.୩୫ର ରିଚାର୍ଜ କରିବାକୁ ପଡିବ। ଏପରି କରି ଟେଲିକମ କମ୍ପାନୀମାନେ ରୋଜଗାର କରିବାକୁ ଚାହୁଁଛନ୍ତି। ଯଦି କୌଣସି ଗ୍ରାହକ ଏହି ରିଚାର୍ଜ କରୁନାହିଁ ତେବେ ତାଙ୍କ ନମ୍ବରରେ ଫ୍ରୀ ଇନକମିଙ୍ଗ କଲର ସୁବିଧା ବନ୍ଦ ହୋଇଯିବ।

କଣ ରହିଛି ନୂଆ ନିୟମ

ଏହି ନୂତନ ନିୟମ ଅନୁଯାୟୀ ପ୍ରତିମାସରେ ଗ୍ରାହକଙ୍କୁ ଟ.୩୫ର ରିଚାର୍ଜ କରିବାକୁ ପଡିବ। ଏହି ରିଚାର୍ଜରେ ଗ୍ରାହକଙ୍କୁ ଟ.୨୬ ଟକଟାଇମ ମିଳିବ ଓ ୨୮ଦିନର ବୈଧତା ମିଳିବ। ୨୮ଦିନ ପୂରଣ ହେବା ପରେ ଯଦି ଗ୍ରାହକ କୌଣସି ନୂଆ ରିଚାର୍ଜ ନକରନ୍ତି ତେବେ ତାଙ୍କ ନମ୍ବରରେ ବାଲାନ୍ସ ଥିଲେ ମଧ୍ୟ ଗ୍ରାହକ କୌଣସି ନମ୍ବରକୁ ଆଉଟଗୋଇଙ୍ଗ କଲ କରିପାରିବେ ନାହିଁ। କମ୍ପାନୀ ତରଫରୁ ଗ୍ରାହକଙ୍କ ନମ୍ବରରୁ ଆଉଟଗୋଇଙ୍ଗ କଲ୍ ସୁବିଧାକୁ ବନ୍ଦ କରିଦିଆଯିବ।

ଏହାପରେ ଯଦି ମଧ୍ୟ ଗ୍ରାହକ କିଛି ରିଚାର୍ଜ ନକରେ ତେବେ ସେହି ଗ୍ରାହକଙ୍କ ନମ୍ବରରୁ ଫ୍ରୀ ଇନକମିଙ୍ଗ କଲ ସୁବିଧା ମଧ୍ୟ ବନ୍ଦ କରିଦିଆଯିବ। ଗ୍ରାହକଙ୍କୁ ମିଳୁଥିବା ସେବା ବଦଳରେ ଏହି ଶୁଳ୍କ ଆଦାୟ କରାଯିବ ବୋଲି କମ୍ପାନୀ କହିଛି।

ଏପରି ନିଷ୍ପତ୍ତି ନେବାର କାରଣ

ବର୍ତ୍ତମାନ ସମୟରେ ପ୍ରାୟ ସବୁ ଗ୍ରାହକଙ୍କ ପାଖରେ ଦୁଇଟି ଲେଖାଏଁ ସିମ ରହୁଛି। ଗୋଟିଏ ନମ୍ବରରେ ଅନଲିମିଟେଡ କଲ ସୁବିଧା ରହିଥିବା ବେଳେ ଅନ୍ୟ ନମ୍ବରରେ କିଛି ବି ରିଚାର୍ଜ କରି ନ ଥାନ୍ତି। ଏହି ନମ୍ବରରେ କୌଣସି ରିଚାର୍ଜ ନକଲେ ମଧ୍ୟ ଫ୍ରୀ ଇନକମିଙ୍ଗ କଲର ସୁବିଧା ମିଳିଥାଏ। ଏଥିପାଇଁ କମ୍ପାନୀ ତରଫରୂ ଏପରି ନୂଆ ନିୟମ ଲାଗୁ କରାଯାଇଛି, ଯାହାଫଳରେ କମ୍ପାନୀକୁ ଆଉ କ୍ଷତି ସହିବାକୁ ପଡିବ ନାହିଁ।

ସର୍ବନିମ୍ନ ରିଚାର୍ଜ ପ୍ଳାନ

ଯଦି ଆପଣ ନିଜ ନମ୍ବରରେ ଇନକମିଙ୍ଗ ଓ ଆଉଟଗୋଇଙ୍ଗ କଲ ସୁବିଧା ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ନିଜ ନମ୍ବରରେ ସର୍ବନିମ୍ନ ରିଚାର୍ଜ କରିବାକୁ ପଡିବ। ଭୋଡଫୋନ-ଆଇଡିଆ ଓ ଏୟାରଟେଲର ଗ୍ରାହକଙ୍କ ପାଇଁ ଟ.୧୦୦ରୁ କମ ମୂଲ୍ୟରେ ତିନୋଟି ରିଚାର୍ଜ ପ୍ଳାନ ଲଞ୍ଚ କରାଯାଇଛି। ସେଗୁଡିକ ହେଉଛି ଟ.୩୫, ଟ.୬୫ ଓ ଟ.୯୫ ପ୍ୟାକ। ଯଦି ଗ୍ରାହକ ଏହି ପ୍ୟାକ ଗୁଡିକ ମଧ୍ୟରୁ କୌଣସି ଏକ ପ୍ଳାନ ରିଚାର୍ଜ କରୁନାହିଁ ତେବେ ୩୦ଦିନ ପରେ ଆଉଟଗୋଇଙ୍ଗ କଲ ସେବା ଓ ୪୫ଦିନ ପରେ ଇନକମିଙ୍ଗ କଲ ସେବା ବନ୍ଦ ହୋଇଯିବ।

#mobile #incomingcall

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon