• padmabati kund

ଫଟୋ ଫିଚର  : ଦୀପିକା-ରଣବୀର ବିବାହ ଫଟୋ ଦେଖି କ'ଣ କହିଲା ବଲିଉଡ


(ବେତାର ବ୍ୟୁରୋ) ବଲିଉଡର ଲୋକପ୍ରିୟ ଯୋଡି ଦୀପିକା-ରଣବୀର ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି। ଏହି ବିବାହରେ ଅତିଥିମାନଙ୍କୁ ମୋବାଇଲ ନେବାକୁ ମନା କରାଯାଇଥିବା ବେଳେ ବିବାହର ସମୟରେ କୌଣସି ଫଟୋ ସୋସିଆଲ ମିଡିଆରେ ଆସିପାରିନଥିଲା। ତେବେ ବିବାହ ସାରିବା ପରେ ନିଜେ ଦୀପିକା ଓ ରଣବୀର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ଶେୟାର କରିଥିଲେ।

ସିନ୍ଧି ଓ କୋଙ୍କଣୀ ରୀତିନୀତିରେ ନଭେମ୍ବର ୧୪ ଓ ୧୫ରେ ବିବାହ କରିବା ପୂର୍ବରୁ ନଭେମ୍ବର ୧୩ତାରିଖରେ ଉଭୟଙ୍କ ନିର୍ବନ୍ଧ ଓ ସଙ୍ଗୀତ ଉତ୍ସବ ହୋଇଥିଲା। ଏହାସହିତ ଦୀପିକାଙ୍କ ହାତରେ ରଣବୀରଙ୍କ ନାମର ମେହେନ୍ଦି ଲଗାଯାଇଥିଲା। 

ତେବେ ବିବାହ ପରେ ଦୁହେଁ ନିଜ ବିବାହ ସମୟରେ ଫଟୋ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଫଟୋ ଗୁଡିକ ଶେୟାର ହେବା ପରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଓ ଫ୍ୟାନମାନେ ଖୁବ ପସନ୍ଦ କରିବା ସହ ବିବାହର ଅଭିନନ୍ଦନ ଜଣାଇଛନ୍ତି।

କେବେଳ ଫ୍ୟାନମାନେ ନୁହନ୍ତି ବଲିଉଡ ସେଲିବ୍ରିଟି ମାନେ ମଧ୍ୟ ଦୀପିକା ଓ ରଣବୀରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। 

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ଏହି ଦୁଇ ନବବିବାହିତ ଯୋଡିଙ୍କୁ ଅଭିନନ୍ଦନ ଜଣାଇବା ସହିତ ରଣବୀର-ଦୀପିକାଙ୍କ ବିଷୟରେ ଏକ ଛୋଟ ସିକ୍ରେଟ ଜଣାଇଛନ୍ତି। ରବିନା ଦୁଇବର୍ଷର ଏକ ଘଟଣା  ବିଷୟରେ ଲେଖିଛନ୍ତି, ଯେଉଁ ସମୟରେ ରଣବୀର ଓ ଦୀପିକା ପରସ୍ପରକୁ ଡେଟ କରୁଥିଲେ। ରବିନା ଓ ଦୀପିକା ଏକାସାଙ୍ଗରେ ଏକ ଫ୍ଲାଇଟରେ ଯାଉଥିବା ସମୟରେ ଦୀପିକା ରଣବୀରଙ୍କ  ବିଷୟରେ ଏହିକଥା କହିଥିଲେ।

ରବିନା ଟ୍ଵିଟ କରି ଲେଖିଛନ୍ତି, “ ରଣବୀର ଓ ଦୀପିକାଙ୍କ ବିବାହ ପାଇଁ ବହୁତ ଖୁସି। ରଣବୀର ସିଂ ଙ୍କ ବିଷୟରେ ଏକ ସିକ୍ରେଟ କହୁଛି। ଦୁଇବର୍ଷ ଆଗରୁ ଦୀପିକାଙ୍କ ସହ ଏକ ଫ୍ଲାଇଟରେ ଯାଉଥିବା ସମୟରେ ସେ କହିଥିଲେ, ରଣବୀରଙ୍କ ସାଙ୍ଗରେ ରହିଲେ ମତେ ନିଜ ଘରେ ରହିବା ପରି ଖୁସି ମିଳିଥାଏ। ମୁଁ କେବେ ସେ କଥା ଭୁଲିପାରିବିନି। ଆଜି ସତରେ ଲାଗୁଛି ଦୀପିକା ଖୁବ୍ ଖୁସିରେ ଅଛନ୍ତି।“

ଏହାବ୍ୟତୀତ ବଲିଉଡର ଫିଲ୍ମନିର୍ମାତା ଓ ପ୍ରଯୋଜକ କରନ ଜୋହର ଲେଖିଛନ୍ତି , “ଉଫ, ଫଟୋ ଦେଖିବା ପରେ ମୋର ବିବାହ କରିବାକୁ ଇଚ୍ଛା ହଉଛି।“ ସେହିପରି ବଲିଉଡ ଅଭିନେତ୍ରୀ ହୁମ କ୍ୟୁରେଶି ମଧ୍ୟ ଦୀପିକାଙ୍କ ବିବାହ ଫୋଟୋ ଦେଖି ବିବାହ କରିବାକୁ ଇଛା ହେଉଛି ବୋଲି ଏକ ଟ୍ଵିଟରେ ଲେଖିଛନ୍ତି।

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ମଧ୍ୟ ଏପରି କିଛି କମେଣ୍ଟ ଦେଇ ଲେଖିଛନ୍ତି, “ହାଏ, ବାବା ଆଉ ବେବିକୁ କାହାର ନଜର ନଲାଗୁ। ଏବେ ଖାଲି ମୋ ବିବାହ କରିଦିଅ।“

ଏହାସହିତ ଫାରା ଖାନ ମଧ୍ୟ କମେଣ୍ଟ ଦେଇ ଲେଖିଛନ୍ତି ଯେ, “ଶେଷରେ ଆମେ ଦୁଇ ଚୁଟକି ସିନ୍ଦୁରର ମୂଲ୍ୟ ଜାଣିପାରିଲୁ।“

ଇଟାଲୀର ଲେକ କୋମୋରେ ବିବାହ ସମ୍ପନ୍ନ କରିବା ପରେ ଉଭୟ ଦୀପିକା ଓ ରଣବୀର ବାଙ୍ଗାଲୋର ଫେରିଆସିଛନ୍ତି। ନଭେମ୍ବର ୨୧ (ବୁଧବାର) ତାରିଖରେ ବାଙ୍ଗାଲୋରରେ ଓ ନଭେମ୍ବର ୨୮ ତାରିଖରେ ମୁମ୍ବାଇରେ ରିସେପ୍ସନ ଦେବେ। ବର୍ତ୍ତମାନ ଫ୍ୟାନମାନେ ଏହି ରିସେପ୍ସନର ଫଟୋ ଦେଖିବାକୁ ଆଗ୍ରହର ସହ ଚାହିଁଛନ୍ତି।

#entertainment #bollywood #deepveerwedding

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon