• padmabati kund

ଅଷ୍ଟ୍ରେଲିଆରେ ଦ୍ଵିତୀୟ ଟି-ଟ୍ୱେଣ୍ଟି ପାଇଁ ଭାରତୀୟ ଦଳରେ ହେଇପାରେ ଏହିସବୁ ପରିବର୍ତ୍ତନ


(ବେତାର ବ୍ୟୁରୋ) ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ ନଭେମ୍ବର 21ତାରିଖ ଦିନ ଖେଳାଯାଇଛି। ଏହି ମ୍ୟାଚରେ ଭାରତ ଅଷ୍ଟ୍ରେଲିଆ ଠାରୁ 4ରନରେ ପରାସ୍ତ ହୋଇଛି। ବର୍ତ୍ତମାନ ଅଷ୍ଟ୍ରେଲିଆ ଏହି ତିନିଟି ମ୍ୟାଚ ସିରିଜରେ 1-0ରେ ଆଗୁଆ ଅଛି। ଦ୍ଵିତୀୟ ମ୍ୟାଚଟି ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ନଭେମ୍ବର 23 ତାରିଖ ଶୁକ୍ରବାରରେ ଖେଳାଯିବ। ଏହି ମ୍ୟାଚକୁ ଜିତିବା ପାଇଁ ଭାରତ ନିଶ୍ଚିନ୍ତ ଭାବରେ ପ୍ରୟାସ କରିବ।

ଲଗାତାର ସାତଟି ଦ୍ଵିପାକ୍ଷିକ ଟି-ଟ୍ୱେଣ୍ଟି ସିରିଜକୁ ଜିତିଥିବା ଭାରତୀୟ ଦଳ ଏହି ସିରିଜକୁ ଜିତିବା ପାଇଁ ଦଳରେ ଖେଳାଳୀ ପରିବର୍ତ୍ତନ କରିପାରେ କିମ୍ବା ବ୍ୟାଟିଙ୍ଗ ଓ ବୋଲିଂ କ୍ରମରେ ମଧ୍ୟ ପରିବର୍ତ୍ତନ କରିପାରେ ବୋଲି ଆଶା କରା ଯାଉଛି ।

ବ୍ୟାଟିଙ୍ଗ କ୍ରମରେ ହୋଇପାରେ ପରିବର୍ତ୍ତନ

ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚରେ ତିନିନମ୍ବର ଖେଳାଳୀ ଭାବରେ ଖେଳିଥିବା କେ.ଏଲ ରାହୁଲଙ୍କ ଖରାପ ଫର୍ମ ଯୋଗୁଁ ଦଳର ବ୍ୟାଟିଙ୍ଗ କ୍ରମରେ କିଛିଟା ପରିବର୍ତ୍ତନ କରାଯାଇପାରେ। ଗତ ଜୁଲାଇ ମାସ 3ତାରିଖରେ ଇଂଲଣ୍ଡ ବିପକ୍ଷରେ ମାଞ୍ଚେଷ୍ଟରରେ ଖେଲାଯାଇଥିବା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚରେ 101ରନ ସଂଗ୍ରହ କରିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଛଅଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିସାରିଛନ୍ତି। କିନ୍ତୁ 30ରୁ ଅଧିକ ରନ ସଂଗ୍ରହ କରିପାରିନାହାନ୍ତି।

ଲଗାତର ଭାବେ ଖରାପ ଫର୍ମ ରହିବା ସତ୍ତ୍ୱେ ତାଙ୍କୁ ତିନିନମ୍ବର ସ୍ଥାନରେ ଖେଳିବା ପାଇଁ ସୁଯୋଗ ଦିଆଯାଉଛି ଓ ବିରାଟ ନିଜେ ଚାରିନମ୍ବରରେ ଖେଳୁଛନ୍ତି। ଯେହେତୁ ଟେଷ୍ଟଦଳରେ ରାହୁଲ ଓପନର ଭାବରେ ଖେଳୁଛନ୍ତି, ତେଣୁ ତାଙ୍କର ଫର୍ମକୁ ଫେରିବା ଦଳ ପାଇଁ ନିହାତି ଆବଶ୍ୟକ।

ବୋଲିଂ କ୍ରମରେ ପରିବର୍ତ୍ତନ

ପ୍ରଥମ ମ୍ୟାଚରେ ବୋଲରଙ୍କ ବୋଲିଙ୍ଗ ଦେଖିବା ପରେ ବୋଲିଙ୍ଗ କ୍ରମରେ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି। ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚରେ କ୍ରୁନାଲ ପାଣ୍ଡ୍ୟା ଚାରି ଓଭର ବୋଲିଙ୍ଗ କରି 55ରନ ଦେଇଥିଲେ। ବ୍ରିସବେନରେ ଯେଉଁ ପରି ପିଚ୍ ରହିଛି ମେଲବର୍ଣ୍ଣରେ ମଧ୍ୟ ଠିକ ସେହିପରି ପିଚ୍ ରହିଥାଏ। ଏପରି ସ୍ଥଳେ ଦଳରେ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଖେଳାଯାଇପାରେ। ଟି-ଟ୍ୱେଣ୍ଟି କ୍ରିକେଟରେ ଚହଲଙ୍କର ଖୁବ ଭଲ ରେକର୍ଡ ରହିଛି। ଅନ୍ୟପଟେ କ୍ରୁନାଲ ପାଣ୍ଡ୍ୟାଙ୍କୁ ଦଳରୁ ବାହାର କଲେ, ଦଳରେ ଜଣେ ବ୍ୟାଟ୍ସମ୍ୟାନ ମଧ୍ୟ କମ ହୋଇଯିବେ।

ଫିଲ୍ଡିଣ୍ଡ ଉପରେ ଧ୍ୟାନ

ଭାରତୀୟ ଦଳ ଏହାର ଫିଲ୍ଦିଙ୍ଗ ପାଇଁ ମଧ୍ୟ ଖୁବ ପରିଚିତ। ଦଳରେ ଅଧିକାଂଶ ଖେଳାଳୀ ଫିଲ୍ଦିଙ୍ଗରେ ବହୁତ ଭଲ ପ୍ରଦର୍ଶନ କରିଥାନ୍ତି। କିନ୍ତୁ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚରେ ଦଳର ଫିଲ୍ଦିଙ୍ଗ ଅତି ସାଧାରଣ ରହିଥିଲା। ବିରାଟ କୋହଲି ନିଜେ ଫିଲ୍ଦିଙ୍ଗରେ ଭୁଲ କରିଥିଲେ ଓ କ୍ୟାପଟେନ ଆରନ ଫିଞ୍ଚଙ୍କ ସହଜ କ୍ୟାଚ ଛାଡିଦେଇଥିଲେ। ଏହା ଦଳ ଉପରେ ଖୁବ ଭାରି ପଡିଥିଲା।

ଚହଲଙ୍କୁ ବାଦ ଦେବା ହେଲା ମହଙ୍ଗା

ତେବେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚକୁ ହାରିବା ପରେ ଦଳରେ ୟୁଜବେନ୍ଦ୍ର ଚହଲଙ୍କ ପରିବର୍ତ୍ତେ କ୍ରୁନାଲ ପାଣ୍ଡ୍ୟାଙ୍କୁ ସାମିଲ କରିବାକୁ ନେଇ ଭାରତର ପୂର୍ବତନ ଖେଳାଳୀ ହରଭଜନ ସିଂ ଓ ସଞ୍ଜୟ ମାଞ୍ଜେରକର ନିଜ ମତ ରଖିଛନ୍ତି। ଚହଲଙ୍କୁ ନଖେଳେଇବା ଦଳ ପାଇଁ ମହଙ୍ଗା ପଡିଲା ବୋଲି ସେ କହିଛନ୍ତି।

ସଞ୍ଜୟ ମାଞ୍ଜେରକର ଟ୍ଵିଟ କରି ଲେଖିଛନ୍ତି, “ଚହଲଙ୍କୁ ନଖେଳେଇବା ଦଳ ପାଇଁ ମହଙ୍ଗା ପଡିଛି। କ୍ରୁନାଲ ପାଣ୍ଡ୍ୟା 4ଓଭର ବୋଲିଙ୍ଗ କରି 55ରନ ଦେଇଛନ୍ତି ଓ କୌଣସି ୱିକେଟ ନେଇ ପାରିନାହାନ୍ତି। ଯଦି ଚହଲ ଖେଳିଥାନ୍ତେ ତେବେ ଭାରତକୁ 20ରନ କମ ଚେଜ କରିବାକୁ ପଡିଥାନ୍ତା। ଯଦି ଆପଣ କ୍ରୁନାଲଙ୍କୁ ଖେଳେଇବାକୁ ଚାହୁଁଛନ୍ତି ତେବେ ବ୍ୟଟ୍ସମ୍ୟାନ ଭାବରେ ଖେଳାନ୍ତୁ, କିନ୍ତୁ ଚହଲଙ୍କ ସ୍ଥାନରେ ଖେଳାନ୍ତୁ ନାହିଁ।“

#cricket #T20cricket #aushtraliavsindia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon