• padmabati kund

କପିଳ ଶର୍ମାଙ୍କୁ ଟକ୍କର ଦେବ ସୁନୀଲ ଗ୍ରୋଭରଙ୍କ ଏହି ଶୋ’


(ବେତାର ବ୍ୟୁରୋ) ଟେଲିଭିଜନ ଦୁନିଆର ଦୁଇ ଲୋକପ୍ରିୟ ହାସ୍ୟ କଳାକାର କପିଳ ଶର୍ମା ଓ ସୁନୀଲ ଗ୍ରୋଭର ବହୁଦିନ ହେବ ଟିଭି ପରଦାରୁ ଦୂରେଇ ରହିବା ପରେ ଏବେ ଏକା ସାଥିରେ ଲୋକଙ୍କୁ ହସେଇବା ପାଇଁ ପ୍ରସ୍ତୁତି କରୁଛନ୍ତି। ଗୋଟିଏ ପଟେ କପିଳ ନିଜର ଆଗାମୀ ଶୋ’କୁ ଆରମ୍ଭ କରିବାକୁ ପ୍ରସ୍ତୁତି କରିସାରିଥିବା ବେଳେ ଅନ୍ୟପଟେ ସୁନୀଲ ଗ୍ରୋଭର ମଧ୍ୟ ନିଜର ନୂଆ ଶୋ’କୁ ନେଇ ଟିଭି ପରଦାକୁ ଫେରୁଛନ୍ତି। ସୁନୀଲଙ୍କ ଏହି ନୂଆ

ଶୋ’ର ନାମ ରହିଛି ‘କାନପୁର ୱାଲେ ଖୁରାନାଜ’ ଓ ଏଥିରେ କପିଳଙ୍କ ପୁରୁଣା ଶୋ'ର ଜେଜେମା' ଏବଂ ପିଉସୀଙ୍କୁ ମଧ୍ୟ ଦେଖିବାକୁ ମିଳିବ।

କପିଳ ଶର୍ମାଙ୍କ ପୁରୁଣା ଶୋ’ରେ ମଶହୁର ଗୁଲାଟି ଓ ଗୁତ୍ଥି ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ସୁନୀଲ ଗ୍ରୋଭରଙ୍କ ଏହି ଶୋ’ ଷ୍ଟାରପ୍ଲସରେ ପ୍ରସାରିତ ହେବ ଓ ଖୁବ ଶୀଘ୍ର ଏହା ପରଦାକୁ ଆସିବ ବୋଲି ସେ ଜଣାଇଛନ୍ତି। ଶୋ’ର ଅନ୍ୟ ସଦସ୍ୟଙ୍କ ସହ ଏକ ଫଟୋକୁ ସୋସିଇଆଲ ମିଡିଆରେ ଶେୟାର କରି ସୁନୀଲ ଏହି ଖବର ଦେଇଛନ୍ତି। ଅନ୍ୟପଟେ କପିଳଙ୍କ ଶୋ’ ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲରେ ଡିସେମ୍ବର ମାସ ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହେବ।

ନୂଆ ନୂଆ ଧାରଣା ତାଙ୍କୁ ଏହି ଶୋ’ କରିବା ପାଇଁ ପ୍ରେରଣା ଦେଇଛି ବୋଲି ସୁନୀଲ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ଏଥିରେ ମୁଁ ଯେଉଁ ଚରିତ୍ରରେ ଅଭିନୟ କରିବି ତାହା ପୂର୍ବ ସମସ୍ତ ଚରିତ୍ର ଠାରୁ ଅଲଗା ଏବଂ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ଏହି ଯାତ୍ରା ଆରମ୍ଭ କରିବାକୁ ମୁଁ ପ୍ରସ୍ତୁତ।“

କେମିତି ରହିବ ଶୋ’

ସୁନୀଲଙ୍କ ଏହି ଶୋ’ର ପରିକଳ୍ପନା କପିଳଙ୍କ ଶୋ’ଠାରୁ ସଂପୂର୍ଣ୍ଣ ଅଲଗା ରହିବ। ଏଥିରେ ଭିଣେଇ ଓ ଶାଳୀର ସମ୍ପର୍କକୁ ଦେଖିବାକୁ ମିଳିବ। ଏଥିରେ ସୁନୀଲଙ୍କ ସହିତ ଅଲ୍ଲୀ ଅସଗର,ଆଦା ଖାନ, ସୁଗନ୍ଧା ମିଶ୍ର, ଉପାସନା ସିଂ ଙ୍କୁ ଦେଖିବାକୁ ମିଳିବ। ଶୋ’ର ଅନ୍ୟକାଳକାର ମାନେ ଏହାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି। ତେବେ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଏହି ଶୋ'ର ପ୍ରଥମ ଅଧ୍ୟାୟରେ 'ଶିମ୍ବା'ର ଷ୍ଟାର ରଣବୀର ସିଂ ଅତିଥି ଭାବରେ ଆସିବେ।

ତେବେ କିଛିଦିନ ଆଗରୁ ଖବର ମିଳିଥିଲା ଯେ, କପିଳ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ବୁଝାମଣା ହୋଇଯାଇଛି ଓ ଉଭୟଙ୍କୁ ଗୋଟିଏ ଶୋ’ରେ ଦେଖିବାକୁ ମିଳିବ। ପରବର୍ତ୍ତୀ ସମୟରେ ଏହି ଖବର ମିଛ ପ୍ରମାଣିତ ହୋଇଛି। ହାସ୍ୟକଳାକାର କିକୁ ସାରଦା ଗଣମାଧ୍ୟମକୁ ଜଣାଇଥିଲେ ଯେ, ସୁନୀଲ ଓ କପିଳଙ୍କ ମଧ୍ୟରେ ବୁଝାମଣା ହୋଇପାରି ନାହିଁ। ତେବେ କପିଳ ଓ ସୁନୀଲଙ୍କ କମେଡି ଶୋ’ ଏକାସହିତ ପରଦାକୁ ଆସିବା ପରେ କାହାର ଶୋ’କୁ ଦର୍ଶକ ପସନ୍ଦ କରୁଛନ୍ତି ଦେଖିବାକୁ ବାକି ରହିଲା।

#entertainment #bollywoodsuperhit #tvshow #sunilgrover #kapilsharmaa

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon