• padmabati kund

ଫେସବୁକର ନୂଆ ଫିଚର : ଏବେ ଜାଣିପାରିବେ ଦୈନିକ କେତେ ସମୟ ବିତାଉଛନ୍ତି


(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ପ୍ରାୟ ଅଧିକାଂଶ ଲୋକ ସୋସିଆଲ ମିଡିଆ ସାଇଟ ଗୁଡିକରେ ଆକ୍ଟିଭ ରହୁଛନ୍ତି। ଆଜିର ଯୁବପିଢି ଏହି ସୋସିଆଲ ମିଡିଆ ସାଇଟ ଗୁଡିକୁ ଅଧିକାଂଶ ସମୟ ବ୍ୟବହାର କରୁଛନ୍ତି । ଲୋକମାନଙ୍କର ଏପରି ଅଭ୍ୟାସ ହୋଇଗଲାଣି ଯେ,ସକାଳୁ ଉଠିବା ମାତ୍ରେ ଏହାକୁ ଖୋଲିକି ବସିଯାଉଛନ୍ତି। ଏଥିମଧ୍ୟରୁ ଫେସବୁକ ବ୍ୟବହାରକାରୀ ଅଧିକ।

ଯଦି ଆପଣ ଅଧିକ ସମୟ ଫେସବୁକ ବ୍ୟବହାର ଅଭ୍ୟାସ କମେଇବାକୁ ଚାହୁଁଛନ୍ତି ଓ କେତେ ସମୟ ଏହି ସୋସିଆଲ ମିଡିଆ ସାଇଟ ସହ ସମୟ ବିତାଉଛନ୍ତି ଜାଣିବା ପାଇଁ ଫେସବୁକ ତରଫରୁ ଏକ ନୂଆ ଫିଚର ଲଞ୍ଚ କରାଯାଇଛି।

ଶୀଘ୍ର ଭାରତରେ ଉପଲବ୍ଧ

ଫେସବୁକ ତରଫରୁ ଲଞ୍ଚ କରାଯାଇଥିବା ଏହି ଫିଚରଟି ହେଉଛି ‘your time on facebook’।

ଟେକ୍ନୋଲୋଜି ୱେବସାଇଟ ଟେକକ୍ରଞ୍ଚରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, “ଏହି ଫିଚର ସାହାଯ୍ୟରେ ଆପଣ କେତେ ସମୟ ଫେସବୁକ ବ୍ୟବହାର କରିଛନ୍ତି ଜାଣିପାରିବେ। ତେବେ ଏହି ଫିଚର ବର୍ତ୍ତମାନ ପର୍ଯ୍ୟନ୍ତ ଭାରତକୁ ଆସିନାହିଁ। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ସେବା ସମଗ୍ର ବିଶ୍ଵରେ ଉପଲବ୍ଧ ହୋଇଯିବ।“

ଟେକକ୍ରଞ୍ଚର ରିପୋର୍ଟରେ ଉଲ୍ଲେଖ ରହିଛି, “ଆପଣ କେତେ ସମୟ ଫେସବୁକ ବ୍ୟବହାର କରୁଛନ୍ତି ଜାଣିବା ପାଇଁ ପ୍ରଥମେ ଫେସବୁକରେ ଲଗଇନ କରନ୍ତୁ। ଏହାପରେ ‘ସେଟିଙ୍ଗ ଆଣ୍ଡ ପ୍ରାଇଭେସି’ ଅପ୍ସନ ଉପରେ କ୍ଲିକ କରନ୍ତୁ। ଏହାପରେ ଆପଣ ‘your time on facebook’ ଅପ୍ସନ ଦେଖିପାରିବେ।“

ଏହି ଅପ୍ସନକୁ କ୍ଲିକ କରିବା ପରେ ଆପଣଙ୍କୁ ଅନେକ ବିକଳ୍ପ ମିଳିବ, ଯାହାକୁ ଆପଣ ନିଜ ହିସାବରେ ସେଟ କରିପାରିବେ। ଯଦି ଆପଣ କିଛି ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଫେସବୁକ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଏହି ଫିଚର ସାହାଯ୍ୟରେ ସମୟ ସୀମା ନିର୍ଦ୍ଧାରଣ ମଧ୍ୟ କରିପାରିବେ। ସମୟସୀମା ନିର୍ଦ୍ଧାରଣ କରିବା ପରେ, ସେତିକି ସମୟ ବ୍ୟବହାର କରିବା ପରେ ଆପଣଙ୍କୁ ନୋଟିଫିକେଶନ ଯିବ।

ଇନଷ୍ଟାଗ୍ରାମରେ ଉପଲବ୍ଧ

ଗତ ସପ୍ତାହରେ ଇନଷ୍ଟାଗ୍ରାମରେ ମଧ୍ୟ ଏହିପରି ଏକ ଫିଚର ଲଞ୍ଚ କରାଯାଇଛି। ଏହାର ନାମ ହେଉଛି ‘your activity’। ଏହା ସାହାଯ୍ୟରେ ଆପଣ ଇନଷ୍ଟାଗ୍ରାମରେ କେତେ ସମୟ ବ୍ୟବହାର କରୁଛନ୍ତି, ତାହା ଜାଣିପାରିବେ। ଏହି ରିପୋର୍ଟ ଅନୁଯାୟୀ, ଆପଲ ଏହାର ios ଷ୍ଟୋରରେ ମଧ୍ୟ ଏହିପରି ଏକ ‘ସ୍କ୍ରିନ ଟାଇମ’ ନାମକ ଫିଚର ଲଞ୍ଚ କରିଛି। ଏହାସହିତ ଗୁଗୁଲ ତରଫରୁ ମଧ୍ୟ ‘ଡିଜିଟାଲ ବାଲାନ୍ସ’ ନାମକ ଏକ ଫିଚର ଲଞ୍ଚ ହେବାକୁ ଯାଉଛି।

ତେବେ ଏହି ଫିଚରକୁ ନେଇ ଫେସବୁକ ତରଫରୁ ଏହାର ବ୍ଲଗରେ ଲେଖାଯାଇଛି, “ଆମେ ଚାହୁଁଛୁ ଯେ ଲୋକମାନେ ଫେସବୁକ ଓ ହ୍ଵାଟସଅପକୁ ଉଦ୍ଦେଶ୍ୟମୂଳକ ଭାବରେ ଏବଂ ସକାରାତ୍ମକ ଭାବରେ ବ୍ୟବହାର କରନ୍ତୁ। ଯେଉଁ ବ୍ୟକ୍ତିମାନେ ଫେସବୁକ ଓ ଇନଷ୍ଟାଗ୍ରାମରେ ଅଧିକ ସମୟ ବିତାଉଛନ୍ତି, ସେମାନେ ଏହି ଫିଚର ସାହାଯ୍ୟରେ ନିଜ ସମୟକୁ ନିୟନ୍ତ୍ରଣ କରିପାରିବେ ବୋଲି ଆଶା କରୁଛୁ।“

#mobile #mobileapp #facebook #yourtimeonfacebook

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon