- ବେତାର ବ୍ୟୁରୋ
ଆର୍ଥିକ ସମସ୍ୟାରୁ ଦୂରେଇ ରହିବା ପାଇଁ ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି କାମ

(ବେତାର ବ୍ୟୁରୋ) ଅର୍ଥ ମନୁଷ୍ୟର ସମସ୍ତ ଇଚ୍ଛାକୁ ପୂରଣ କରିଥାଏ। କିନ୍ତୁ ଏହାକୁ ରୋଜଗାର କରିବା ଏତେ ସହଜ ହୋଇନଥାଏ, ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ। ପାଖରେ ଅର୍ଥ ଥିଲେ ମନୁଷ୍ୟକୁ କିଛି ବି ଅସୁବିଧା ହୋଇନଥାଏ, କିନ୍ତୁ ଯଦି ଆର୍ଥିକ ସମସ୍ୟା ଲାଗିରହିଥାଏ ତେବେ ଏହା ମନୁଷ୍ୟର ସୁଖଶାନ୍ତିକୁ ଛଡାଇ ନେଇଥାଏ। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ, ଯେଉଁଘରେ ନିୟମିତ ଭାବରେ ସଫା କରାଯାଇଥାଏ ସେଠାରେ ମାତା ଲକ୍ଷ୍ମୀ ଅବସ୍ଥାନ କରିଥାନ୍ତି। ଏହାସହିତ ଏପରି କିଛି କାର୍ଯ୍ୟ ରହିଛି ଯାହାକୁ ସନ୍ଧ୍ୟା ସମୟରେ ନକରିବା ପାଇଁ ମଧ୍ୟ କୁହାଯାଇଛି।
ବାସ୍ତୁଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ଯେ, ଏପରି କିଛି କାମ ରହିଛି ଯାହାକୁ ସନ୍ଧ୍ୟା ସମୟରେ କରିବା ଦ୍ଵାରା ଘରେ ଆର୍ଥିକ ସମସ୍ୟା ଲାଗିରହିଥାଏ ଓ ବ୍ୟବସାୟରେ ମଧ୍ୟ କ୍ଷତି ହୋଇଥାଏ। ତେବେ ଜାଣିରଖନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ସନ୍ଧ୍ୟା ସମୟରେ କେଉଁ କେଉଁ କାର୍ଯ୍ୟ କରିବେ ନାହିଁ।
୧.ସନ୍ଧ୍ୟା ସମୟରେ ଘରକୁ ଝାଡୁ କରନ୍ତୁ ନାହିଁ। ଏପରି କରିବା ଦ୍ଵାରା ଦାରିଦ୍ର୍ୟତା ବଢିଥାଏ ଓ ଋଣ ମଧ୍ୟ ବଢିଥାଏ। ସନ୍ଧ୍ୟା ସମୟରେ ଘରକୁ ଝାଡୁ କରିବା ଦ୍ଵାରା ଘର ମଧ୍ୟରୁ ସମସ୍ତ ସକରାତ୍ମକ ଶକ୍ତି ଦୂର ହୋଇଯାଇଥାଏ। ତେଣୁ ସନ୍ଧ୍ୟା ହେବା ଆଗରୁ ଘରକୁ ଝାଡୁ କରନ୍ତୁ।

୨.କେବେବି ଭୁଲରେ ସନ୍ଧ୍ୟା ସମୟରେ ଶୁଅନ୍ତୁ ନାହିଁ। ସନ୍ଧ୍ୟା ସମୟରେ ଶୋଇବା ଦ୍ଵାରା ମାତା ଲକ୍ଷ୍ମୀ କ୍ଷୁବ୍ଧ ହୋଇଥାନ୍ତି ଓ ଘର ମଧ୍ୟରେ ଦାରିଦ୍ର୍ୟତା ବାସ କରିଥାଏ। ସନ୍ଧ୍ୟା ସମୟରେ ପୂଜା ପାଠ କରନ୍ତୁ କିମ୍ବା ଅନ୍ୟ କିଛି କାମ କରନ୍ତୁ, କିନ୍ତୁ ଶୁଅନ୍ତୁ ନାହିଁ।
୩.ତୁଳସୀ ଗଛରୁ ସନ୍ଧ୍ୟା ସମୟରେ କେବେବି ପତ୍ର ଛିଡାନ୍ତୁ ନାହିଁ। ପୂଜା ପାଇଁ ହେଉ ବା ଅନ୍ୟ କିଛି କାମ ପାଇଁ ହେଉ ସନ୍ଧ୍ୟା ସମୟରେ ଏପରି କରିବା ଆଦୌ ଉଚିତ ନୁହେଁ। ଏହାଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଥାଏ।
୪.ସନ୍ଧ୍ୟାବେଳେ କରୁଥିବା ପୂଜା ସମୟରେ ବା ଏହାପରେ କାହାରିକୁ ଅର୍ଥ ଦିଅନ୍ତୁ ନାହିଁ। ଅର୍ଥ ନେଣଦେଣର ସବୁଠାରୁ ଶୁଭବାର ହେଉଛି ସୋମବାର ଓ ବୁଧବାର। ଏହାବ୍ୟତୀତ ଅନ୍ୟକୌଣସି ଦିନ ଋଣ ନିଅନ୍ତୁ ନାହିଁ ବା ଋଣ ଦିଅନ୍ତୁ ନାହିଁ।

୫.ଘରର କାନ୍ଥ ଓ ଆଖ ପାଖକୁ ସବୁବେଳେ ସଫା ରଖନ୍ତୁ। ଏହାସହିତ ଘର କୋଣମାନଙ୍କରେ ଲାଗିଥିବା ଅଳନ୍ଧୁକୁ ନିୟମିତ ଭାବରେ ସଫା କରନ୍ତୁ। ଅଧିକ ଦିନ ପର୍ଯ୍ୟନ୍ତ ଏହାକୁ ଜମା ରହିବାକୁ ଦିଅନ୍ତୁ ନାହିଁ। ଏପରି ନକଲେ ଘରେ ରହୁଥିବା ସଦସ୍ୟଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥାଏ।
(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )