• ବେତାର ବ୍ୟୁରୋ

ଇଞ୍ଜିନିୟରିଙ୍ଗ ପାସଙ୍କ ପାଇଁ ଭାରତ ଇଲେକ୍ଟ୍ରୋନିକ୍ସରେ ଟ.9.5ଲକ୍ଷ ବାର୍ଷିକ ଦରମାର ଚାକିରୀ


(ବେତାର ବ୍ୟୁରୋ) ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ତରଫରୁ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଚାକିରୀ ଚୁକ୍ତିଭିତ୍ତିକ ଅଟେ। ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ପାଞ୍ଚବର୍ଷ ପାଇଁ ନିଯୁକ୍ତି ଦିଆଯିବ। ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 15ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଭାଇଜାଗରେ ପାଞ୍ଚଟି, ମୁମ୍ବାଇରେ ତିନିଟି, ପୋର୍ଟବ୍ଲେୟାରରେ ଦୁଇଟି, କାରୱାରରେ ଗୋଟିଏ, କୋଚିରେ ଦୁଇଟି ଓ ଚେନ୍ନାଇରେ ଦୁଇଟି ପଦବୀ ରହିଛି।

ଆବେଦନ ତାରିଖ

ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀ ଆସନ୍ତା ଡିସେମ୍ବର ମାସ 5ତାରିଖ ସନ୍ଧ୍ୟା 5ଟା ମଧ୍ୟରେ ଆବେଦନ କରିପାରିବେ।

ଦରମା

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଇଞ୍ଜିନିୟର II-ଗ୍ରେଡରେ ନିଯୁକ୍ତି ଦିଆଯିବ। ପ୍ରାର୍ଥୀଙ୍କୁ ବାର୍ଷିକ ନଅ ଲକ୍ଷ ପଚାଶ ହଜାର ଦରମା ପ୍ରଦାନ କରାଯିବ।

ବୟସସୀମା

ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ଡିସେମ୍ବର 1 ତାରିଖ 2018 ସୁଦ୍ଧା 27ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା 5ବର୍ଷ କୋହଳ କରାଯିବ ଏବଂ ଓ.ବି.ସି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 3ବର୍ଷ କୋହଳ କରାଯିବ। ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 10ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଆବେଦନ କରିବା ପାଇଁ ପ୍ରାର୍ଥୀ ଅଲ ଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ ଏଜୁକେଶନ (AICTE) ମାନ୍ୟତା ପ୍ରାପ୍ତ କଲେଜରୁ ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେଶନ, କମ୍ୟୁନିକେଶନ ଓ ଟେଲିକମ୍ୟୁନିକେଶନରେ ବି.ଇ କିମ୍ବା ବି.ଟେକ ପାସ କରିଥିବା ଆବଶ୍ୟକ। ଏହାସହିତ ଦୁଇବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ଚୟନ ପଦ୍ଧତି

ଯୋଗ୍ୟ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ। ପରୀକ୍ଷା ତାରିଖ ପ୍ରକାଶ ହୋଇନାହିଁ, ତେବେ ପରୀକ୍ଷା ପାଇଁ ଡିସେମ୍ବର 15 ତାରିଖରେ ଆଡମିଟ କାର୍ଡ ପ୍ରକାଶ ପାଇବ।

ଆବେଦନ ଫି

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଫି’ ବାବଦରେ ଟ.500 ଦେବାକୁ ପଡିବ। ଅନୁସୂଚିତ ଜାତି, ଜନଜାତି ଓ ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ। ଏହି ଫି’ ପରବର୍ତ୍ତୀ ସମୟରେ ଫେରସ୍ତ ହୋଇପାରିବ ନାହିଁ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ଚାହୁଁଥିବା ଯୋଗ୍ୟ ପ୍ରାର୍ଥୀ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡର ଅଫିସିଆଲ ୱେବସାଇଟ www.bel-india.in ରେ ଲଗଇନ କରନ୍ତୁ। ଏହାପରେ CAREERS ଟ୍ୟାବ ଉପରେ କ୍ଲିକ କରି ଏହି ବିଜ୍ଞପ୍ତିର ଲିଙ୍କ ଉପରେ କ୍ଲିକ କରନ୍ତୁ। ଏହାପରେ ସମସ୍ତ ତଥ୍ୟ ପୂରଣ କରିବା ପରେ SUBMIT ଟ୍ୟାବରେ କ୍ଲିକ କରିବେ। ଆପଣଙ୍କୁ ୟୁଜର ନେମ ଓ ପାସୱାର୍ଡ ମିଳିଯିବ।

ଏହି ବିଜ୍ଞପ୍ତି ବିଷୟରେ ଅଧିକ ବିବରଣୀ ପାଇଁ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡର ଅଫିସିଆଲ ୱେବସାଇଟ www.bel-india.in ରେ ଲଗଇନ କରନ୍ତୁ।

#jobs #bharatelectronics

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon