• padmabati kund

ଚେହେରାରୁ ଦାଗ ଦୂରେଇବା ପାଇଁ 5 ଘରୋଇ ଉପଚାର


(ବେତାର ବ୍ୟୁରୋ) ପ୍ରତ୍ୟେକ ବ୍ୟକ୍ତିଙ୍କର ଇଚ୍ଛା ରହିଥାଏ ଯେ, ତାଙ୍କ ଚେହେରା ସବୁବେଳେ ସୁନ୍ଦର ରହୁ ଓ ଏଥିରେ କିଛି ବି ଦାଗ ନହେଉ। କିନ୍ତୁ ଚେହେରାରେ ବ୍ରଣ ହେବାଦ୍ଵାରା, ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି ଚେହେରାରେ ପଡିବା ଦ୍ଵାରା ଓ କିଛି କ୍ଷତ ହେବା ଦ୍ଵାରା ଚେହେରାରେ ଦାଗ ହୋଇଯାଇଥାଏ। ଅଧିକାଂଶ ଲୋକ ଚେହେରାର ଏହି ଦାଗକୁ ଲୁଚାଇବା ପାଇଁ ଫାଉଣ୍ଡେସନ, କନ୍ସିଲର ଓ ବିବି କ୍ରିମ ପରି ଅନେକ ମେକଅପ ସାମଗ୍ରୀର ବ୍ୟବହାର କରିଥାନ୍ତି।

ଚେହେରାରେ ଦେଖାଯାଉଥିବା ଦାଗକୁ ଦୂର କରିବା ପାଇଁ ଅନେକ ଉପାୟ ରହିଛି। ଚେହେରାର ଏହି ଦାଗକୁ ଦୂର କରିବା ପାଇଁ ରାସାୟନିକ ପଦାର୍ଥର ବ୍ୟବହାର ନକରି ସବୁବେଳେ ପ୍ରାକୃତିକ ଉପାୟ ଅବଲମ୍ବନ କରନ୍ତୁ। ପ୍ରାକୃତିକ ଉପାୟରେ ମୁହଁର ଏହି ଦାଗକୁ କିପରି ଦୂର କରିବେ ସେଥିପାଇଁ ଜାଣିରଖନ୍ତୁ କିଛି ଘରୋଇ ଉପଚାର।

୧.ନଡିଆତେଲ: ଏଥିରେ ଅନେକ ଉପକାରୀ ଗୁଣ ରହିଛି। ଏଥିରେ ଥିବା ପ୍ରାକୃତିକ ଉପାଦାନ ଚେହେରାର ଦାଗକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଏକ ଚାମଚ ନଡିଆ ତେଲ ନିଅନ୍ତୁ। ଏହାକୁ ଅଳ୍ପ ସମୟ ଗରମ କରନ୍ତୁ। ଚେହେରାକୁ ଭଲ ଭାବରେ ଧୋଇବା ପରେ ଏହି ତେଲକୁ ଆଙ୍ଗୁଳି ସାହାଯ୍ୟରେ ନେଇ ମୁହଁରେ ମାଲିସ କରନ୍ତୁ। କିଛି ସମୟ ମାଲିସ କରିବା ପରେ ଏହାକୁ ମୁହଁରେ ସେହିପରି ଭାବରେ ରହିବାକୁ ଦିଅନ୍ତୁ। ପ୍ରତିଦିନ ଗୋଟିଏ ଥର ଏହିପରି ଭାବରେ କରନ୍ତୁ।

୨.ଏଲୋଭେରା ଜେଲ: ତ୍ଵଚାକୁ କୋମଳ ଓ ଚମକଦାର କରିବା ପାଇଁ ଏଲୋଭେରା ଜେଲ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏଥିପାଇଁ ଏଲୋଭେରାର ଏକ ତାଜା ପତ୍ର ନିଅନ୍ତୁ। ଏଥିରୁ ଚୋପାକୁ ଭଲ ଭାବରେ କାଢିଦିଅନ୍ତୁ। ଜେଲକୁ କାଢି ଗୋଟିଏ ପାତ୍ରରେ ରଖନ୍ତୁ। ମୁହଁକୁ ଭଲ ଭାବରେ ଧୋଇବା ପରେ ଟାୱେଲ ସାହାଯ୍ୟରେ ପୋଛି ଦିଅନ୍ତୁ। ଏହାପରେ ଏଲୋଭେରା ଜେଲକୁ ମୁହଁରେ ଲଗାନ୍ତୁ ଓ ଶୁଖିଗଲା ପରେ ଧୋଇଦିଅନ୍ତୁ। ପ୍ରତିଦିନ ଏହିପରି ଭାବରେ ଦୁଇରୁ ତିନିଥର କରିବା ଦ୍ଵାରା ସୁଫଳ ମିଳିଥାଏ।

୩.ଆପଲ ସାଇଡର ଭିନେଗାର: ଏହା ଆପଣଙ୍କୁ ଚେହେରାକୁ ଶୁଷ୍କ ନକରି ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାସହିତ ଅନ୍ୟାନ୍ୟ ତ୍ଵଚାର ସମସ୍ୟାକୁ ଦୂର କରିଥାଏ। ଦାଗ ଦୂର କରିବା ପାଇଁ ଅଳ୍ପ ଆପଲ ସାଇଡର ଭିନେଗାର ସହିତ ସମାନ ପରିମାଣ ପାଣି ମିଶାନ୍ତୁ। ଏକ ତୁଳା ସାହାଯ୍ୟରେ ଏହାକୁ ନେଇ ଚେହେରାକୁ ଭଲ ଭାବରେ ପୋଛି ଦିଅନ୍ତୁ। ଦଶମିନିଟ ପରେ ମୁହଁ ଧୋଇଦିଅନ୍ତୁ।

୪.ମହୁ: ଏହା ତ୍ଵଚାକୁ ପୋଷଣ ଯୋଗାଇବା ସହିତ ମଶ୍ଚୁରାଇଜ ମଧ୍ୟ କରିଥାଏ। ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ତ୍ଵଚାରୁ ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ପ୍ରଥମେ ଚେହେରାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଏହାପରେ ପାଣି ଗରମ କରି ସେଥିରେ ଏକ ଟାୱେଲକୁ ବୁଡାନ୍ତୁ। ପାଣିକୁ ଚିପୁଡି ଦେଇ ଟାୱେଲକୁ ମୁହଁରେ ରଖନ୍ତୁ। ଅଳ୍ପସମୟ ପରେ ଟାୱେଲକୁ କାଢି ମହୁ ଲଗାନ୍ତୁ ଓ କିଛି ସମୟ ପର୍ଯ୍ୟନ୍ତ ମସାଜ କରନ୍ତୁ। ଦଶ ମିନିଟ ରଖିବା ପରେ ଧୋଇଦିଅନ୍ତୁ।

୫.ଲେମ୍ବୁରସ: ଲେମ୍ବୁରେ ଭିଟାମିନ-ସି ରହିଥାଏ। ଏହାକୁ ଲଗାଇବା ଦ୍ଵାରା ବ୍ରଣ ଦାଗ ଧୀରେ ଧୀରେ କମ ହୋଇଥାଏ ଓ ତ୍ଵଚା କୋମଳ ହୋଇଥାଏ। ଏଥିପାଇଁ ଲେମ୍ବୁରସକୁ ଏକ ତୁଳା ସାହାଯ୍ୟରେ ନେଇ ଚେହେରାରେ ଲଗାନ୍ତୁ। ଦଶରୁ ପନ୍ଦର ମିନିଟ ରଖିବା ପରେ ଅଳ୍ପ ଉଷୁମ ପାଣିରେ ମୁହଁକୁ ଧୋଇଦିଅନ୍ତୁ।

#health #spotlessskin #homeremedies

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon