• padmabati kund

ହରଭଜନଙ୍କ ସହ ଏଥିପାଇଁ ହେଇଥିଲା ମତଭେଦ : ବିଗବସରେ ମୁହଁ ଖୋଲିଲେ ଶ୍ରୀସନ୍ଥ


(ବେତାର ବ୍ୟୁରୋ) ଟେଲିଭିଜନ ଦୁନିଆର ବିବାଦୀୟ ରିଆଲିଟି ଶୋ’ ବିଗବସର ଦ୍ଵାଦଶ ସିଜିନ ଲୋକମାନଙ୍କୁ ମନୋରଞ୍ଜନ ଯୋଗାଇବାରେ ସଫଳ ହୋଇପାରିନାହିଁ। ପୂର୍ବରୁ ପ୍ରସାରିତ ସିଜିନ ଗୁଡିକ ଅପେକ୍ଷା ଚଳିତ ସିଜିନ ସେତେଟା ଚର୍ଚ୍ଚାରେ ରହିପାରିନାହିଁ। କିନ୍ତୁ ବିଗବସ ଘରେ ଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳୀ ଶ୍ରୀସନ୍ଥ ନିଜ ବ୍ୟବହାର ପାଇଁ ଆରମ୍ଭରୁ ଚର୍ଚ୍ଚାରେ ରହିଆସିଛନ୍ତି। ଦଶବର୍ଷ ପୂର୍ବେ ହରଭଜନ ସିଂ ଙ୍କ ସହିତ ହୋଇଥିବା ଝଗଡା ବିଷୟରେ ବର୍ଣ୍ଣନା କରି ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।

ବିଗବସ12ର 68ତମ ଅଧ୍ୟାୟରେ ଦୀପକ ଓ ସୁରଭିଙ୍କ ମଧ୍ୟରେ କ୍ୟାପଟେନ ପାଇଁ ଟ୍ୟାକ୍ସ ହୋଇଥିଲା। ଏହି ଟ୍ୟାକ୍ସରେ ହାପି କ୍ଲବର ସୁରଭି ଓ ଦୀପକ ରିପୋର୍ଟର ହୋଇଥିଲେ। ସୁରଭି ରିପୋର୍ଟର ହେବା ପରେ ହରଭଜନଙ୍କ ସହ ହୋଇଥିବା ଝଗଡା ବିଷୟରେ ଶ୍ରୀସନ୍ଥଙ୍କୁ ପ୍ରଶ୍ନ ପଚାରିଥିଲେ। ସୁରଭିଙ୍କୁ କ୍ୟାପଟେନ ଟ୍ୟାକ୍ସରେ ଜିତେଇବା ପାଇଁ ଶ୍ରୀସନ୍ଥ ଏହି ଝଗଡା ବିଷୟରେ ସମସ୍ତ କଥା କହିଥିଲେ।

ଏହି ଘଟଣାଟି 2008 ମସିହାରେ ଆରମ୍ଭ ହୋଇଥିବା ଆଇପିଏଲର ପ୍ରଥମ ସିଜିନରେ ହୋଇଥିଲା। ହରଭଜନ ସିଂ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳୁଥିଲେ ଓ ଶ୍ରୀସନ୍ଥ କିଙ୍ଗସ ଇଲେଭେନ ପଞ୍ଜାବ ତରଫରୁ ଖେଳୁଥିଲେ। ଚଣ୍ଡୀଗଡରେ ହୋଇଥିବା ଏହି ମ୍ୟାଚ ବିଷୟରେ ଶ୍ରୀସନ୍ଥ କହିଛନ୍ତି, “ସେ ଘଟଣା ମତେ ଏବେବି ବହୁତ ଭଲ ଭାବରେ ମନେ ଅଛି। ସେତେବେଳେ ମୋର କେବଳ ଏତିକି ଭୁଲ ଥିଲା ଯେ, ମୁଁ ମ୍ୟାଚକୁ ଅଧିକ ଗମ୍ଭୀର ଭାବରେ ନେଇଯାଇଥିଲି ଓ ଅଧିକ ଆକ୍ରମକ ହୋଇଯାଇଥିଲି।“

ଶ୍ରୀସନ୍ଥ ଆଗକୁ କହିଛନ୍ତି, “ସେହି ମ୍ୟାଚରେ ହରଭଜନ କ୍ୟାପଟେନ ଥିଲେ। ମ୍ୟାଚ ଆରମ୍ଭ ହେବା ପୂର୍ବରୁ ମତେ କହିଥିଲେ ଯେ, ଏହା ଭାରତ-ପାକିସ୍ଥାନ ମ୍ୟାଚ ନୁହେଁ। ଏଥିପାଇଁ ଆରାମରେ ଖେଳିବ। କିନ୍ତୁ ପ୍ରଥମ ୱିକେଟ ନେବା ପରେ ମୁଁ ଅଧିକ ଆକ୍ରମକ ହୋଇଯାଇଥିଲି ଓ ଏହାଦେଖି ସେ ରାଗିଯାଇଥିଲେ। ପ୍ରକୃତରେ ସତ କଥା କଣ ଥିଲା ତାହା ଭିଡିଓରେ ଦେଖାଯାଇ ନାହିଁ।“

ସେହି ଘଟଣାର ସତ୍ୟତା ବିଷୟରେ ଜଣାଇବାକୁ ଯାଇ ଶ୍ରୀସନ୍ଥ କହିଛନ୍ତି, “ମ୍ୟାଚ ସରିବା ପରେ ଯେତେବେଳେ ମୁଁ ହରଭଜନଙ୍କ ସହିତ ହାତ ମିଶେଇବାକୁ ଆସିଲି,ସେତେବେଳେ ତୁମ ଭାଗ୍ୟ ଖରାପ ଚାଲିଛି ବୋଲି କହିଥିଲି। ଏହାପରେ ସେ ମତେ ମାରିବା ପାଇଁ ହାତ ଉଠାଇଥିଲେ କିନ୍ତୁ ମତେ ମାରି ନ ଥିଲେ।“

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ସେ ଚାହିଁଥାନ୍ତେ ତେବେ ଉକ୍ତ ସମୟରେ ଉଚିତ ଉତ୍ତର ଦେଇପାରିଥାନ୍ତେ। କିନ୍ତୁ ହରଭଜନ ଏପରି କରିବେ ବୋଲି ସେ ଆଶା କରିନଥିଲେ। ସେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ନିଜ ଭାବନାକୁ ଲୁଚାଇ ନ ପାରି କାନ୍ଦିଥିଲେ। ସେହି ସମୟରେ ଉଭୟଙ୍କ ଭୁଲ ଥିଲା ବୋଲି ସେ ସ୍ଵୀକାର କରିଛନ୍ତି। କିନ୍ତୁ ବର୍ତ୍ତମାନ ହରଭଜନଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଅଛି ବୋଲି ମଧ୍ୟ କହିଥିଲେ।

ଏତିକି କହି ସାରିବା ପରେ ସେ ହରଭଜନଙ୍କ ପତ୍ନୀଙ୍କ ନାମ ନେଇ କହିଥିଲେ କି, ଏସବୁ ଘଟଣା ବର୍ଣ୍ଣନା କରି ସେ ନିଜ କଥା ଲୋକଙ୍କ ସାମ୍ନାରେ ରଖିବାକୁ ଚାହୁଁଛନ୍ତି ଓ ଆଶା କରୁଛନ୍ତି ହରଭଜନ ଏ କଥାକୁ ହାଲୁକା ଭାବରେ ଗ୍ରହଣ କରିବେ ।

#entertainment #biggboss12 #shreesanth #cricket #sreeshanth

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon