• padmabati kund

ବିବାହ ଭୋଜିରେ ଅତିଥିଙ୍କୁ ଏହି ଉପହାର ଦେଲେ ଦୀପିକା-ରଣବୀର


(ବେତାର ବ୍ୟୁରୋ) ବଲିଉଡର ବାଜିରାଓ ମସ୍ତାନୀ, ଦୀପିକା ଓ ରଣବୀର ନଭେମ୍ବର 14 ଓ 15 ତାରିଖରେ ଇଟାଲୀରେ ବିବାହ କରି ଫେରିବା ପରେ ବୁଧବାର ବାଙ୍ଗାଲୋରରେ ପ୍ରଥମ ରିସେପ୍ସନ ଦେଇଥିଲେ। ବିବାହ ଖବର ଆସିବା ପରଠାରୁ ଉଭୟ ଦୀପିକା ଓ ରଣବୀର ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି। ଇଟାଲୀରେ ବିବାହ ସମୟର ଫଟୋ ହେଉ ବା ବାଙ୍ଗାଲୋରରେ ରିସେପ୍ସନର ଫଟୋ ହେଉ, ଉଭୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି। ତେବେ ଦୀପିକା ଓ ରଣବୀରଙ୍କ ଏହି ବିବାହ ଉତ୍ସବରେ ସାମିଲ ହୋଇଥିବା ସମସ୍ତ ଅତିଥିଙ୍କୁ ସେ ଉପହାର ଦେଇଛନ୍ତି। ଏହି ଉପହାରର ଫଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦୀପିକା-ରଣବୀର ଅତିଥି ମାନଙ୍କୁ ଏକ ରୂପାର ଫଟୋ ଫ୍ରେମ ଉପହାର ଦେଇଛନ୍ତି। ଏହି ଫଟୋଫ୍ରେମକୁ ତିଆରି କରିଥିବା ସଂସ୍ଥା ତରଫରୁ ଇନଷ୍ଟାଗ୍ରାମରେ ଏହାର ଏକ ଫଟୋ ଶେୟାର କରାଯାଇଛି। ଏକ ରୂପା ଫଟୋଫ୍ରେମରେ ଦୀପିକା ରଣବୀରଙ୍କ ବିବାହର ଫଟୋ ଥିବାର ଦେଖିବାକୁ ମିଳୁଛି।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁଯାୟୀ ଏହି ଫଟୋ ଫ୍ରେମରେ ଦୀପିକା ଓ ରଣବୀର ବିବାହ ଫଟୋ କେବଳ ଦେଖେଇବା ପାଇଁ ରଖା ଯାଇଛି। ପ୍ରକୃତରେ ଦୀପିକା ଓ ରଣବୀର ନିଜ ହାତରେ ଏକ ଧନ୍ୟବାଦ ପତ୍ର ଲେଖି, ତାହାକୁ ଏହି ଫଟୋଫ୍ରେମରେ ରଖି ଅତିଥିଙ୍କୁ ଦେଇଛନ୍ତି।

ତିନୋଟି ବିବାହ ରିସେପ୍ସନ

ବାଙ୍ଗାଲୋରରେ ନଭେମ୍ବର 21 ତାରିଖ (ବୁଧବାର)ରେ ଦୀପିକା ଓ ରଣବୀରଙ୍କ ବିବାହର ପ୍ରଥମ ରିସେପ୍ସନ ଅନୁଷ୍ଠିତ ହୋଇଯାଇଛି। ଦୁହିଙ୍କୁ ଏହି ରିସେପ୍ସନ ପାର୍ଟିରେ ରାଜକୀୟ ରୂପରେ ଦେଖିବାକୁ ମିଳିଥିଲା। ଉଭୟଙ୍କ ବିବାହ ଫଟୋ ପରି ରିସେପ୍ସନର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ଏହାପରେ ଦୀପିକା ଓ ରଣବୀର ଆହୁରି ତିନୋଟି ରିସେପ୍ସନ ଭୋଜି ଦେବେ ବୋଲି ଖବର ମିଳିଛି।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁଯାୟୀ, ଏହି ଭୋଜି ନଭେମ୍ବର 24, ନଭେମ୍ବର28 ଓ ଡିସେମ୍ବର 1 ତାରିଖରେ ଦିଆଯିବ। ନାମଭେମ୍ବର 28 ଓ ଡିସେମ୍ବର 1 ତାରିଖରେ ମୁମ୍ବାଇରେ ରିସେପ୍ସନ ହେବ ବୋଲି କୁହାଯାଇଛି, କିନ୍ତୁ ନଭେମ୍ବର 24ତାରିଖରେ କେଉଁ ସ୍ଥାନରେ ରିସେପ୍ସନ ହେବ ସେନେଇ କିଛି ଖବର ପ୍ରକାଶିତ ହୋଇନାହିଁ।

ତେବେ ପୂର୍ବରୁ ଖବର ଆସିଥିଲା ଯେ, ଏହି ନବ ବିବାହିତ ଦମ୍ପତ୍ତି ନିଜ ବିବାହରେ ଅତିଥିଙ୍କ ଠାରୁ କିଛି ବି ଉପହାର ଗ୍ରହଣ କରିବେ ନାହିଁ। ଉଭୟ ନିଜର ବିବାହ ନିମନ୍ତ୍ରଣ କାର୍ଡରେ ଅତିଥିଙ୍କୁ ଅନୁରୋଧ କରିଥିଲେ ଯେ, ଯାହାବି ଉପହାର ଦେବା ପାଇଁ ଚାହୁଁଛନ୍ତି ତାହା ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନକୁ ଦାନ କରନ୍ତୁ। ଦୀପିକା ଓ ରଣବୀର ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସହିତ ହାତ ମିଳାଇଛନ୍ତି ଓ ସେ ଚାହୁଁଥିଲେ ଯେ, ତାଙ୍କୁ ମିଳିବାକୁ ଥିବା ସମସ୍ତ ଉପହାର ଏହି ଅନୁଷ୍ଠାନକୁ ଦାନ କରାଯାଉ।

#entertainment #deepikaranveer #weddinggifts

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon