• ବେତାର ବ୍ୟୁରୋ

ସୁସ୍ଥ ଜୀବନଯାପନ ପାଇଁ ଆପଣାନ୍ତୁ ବାସ୍ତୁର ଏହି ସାତ ନିୟମ


(ବେତାର ବ୍ୟୁରୋ) ସବୁଲୋକ ସବୁବେଳେ ସୁସ୍ଥ ରହିବା ପାଇଁ ଇଚ୍ଛା କରିଥାନ୍ତି। କିନ୍ତୁ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବଳଶୈଳୀ ପାଇଁ ଲୋକମାନଙ୍କ ମଧ୍ୟରେ ଅନେକ ପ୍ରକାର ରୋଗ ଦେଖାଯାଉଛି। ସୁସ୍ଥ ରହିବା ପାଇଁ ପ୍ରଥମେ ଆମକୁ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡିବ। ଏହାସହିତ ଅନ୍ୟ ଏକ ଜରୁରୀ କଥା ମଧ୍ୟ ରହିଛି। ସୁସ୍ଥରହିବା ପାଇଁ ଘରର ବାସ୍ତୁ ମଧ୍ୟ ଠିକ ରଖିବାକୁ ପଡିଥାଏ। ଯଦି ଆପଣ ବାସ୍ତୁଶାସ୍ତ୍ରର କିଛି ନିୟମକୁ ପାଳନ କରିବେ ତେବେ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଏହି ନିୟମକୁ ପାଳନ କରି ଆପଣ ଅନେକ

ରୋଗକୁ ନିଜ ପରିବାର ଠାରୁ ଦୂରେଇ ରଖିପାରିବେ।

ତେବେ ସୁସ୍ଥ ରହିବା ପାଇଁ ବାସ୍ତୁଶାସ୍ତ୍ରରେ କଣ ସବୁ ନିୟମ ରହିଛି ଜାଣିରଖନ୍ତୁ।

.ବାସ୍ତୁ ଅନୁସାରେ ଭଲ ନିଦ ଲୋକଙ୍କୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ। ତେଣୁ ରାତିରେ ଶୋଇବା ସମୟରେ ଦକ୍ଷିଣ ଦିଗକୁ ମୁଣ୍ଡକରି ଶୁଅନ୍ତୁ। ଏହି ଦିଗକୁ ମୁଣ୍ଡକରି ଶୋଇବା ଦ୍ଵାରା ମୁଣ୍ଡବିନ୍ଧା ,ଅନିଦ୍ରା ଆଦି ଦୂର ହୋଇଥାଏ।

.ଘରର ସିଡି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଯଦି ଆପଣଙ୍କ ଘରର କବାଟ ଖୋଲୁ ଖୋଲୁ ସିଡି ଦେଖାଯାଏ, ତେବେ ଏହା ଅଶୁଭ ହୋଇଥାଏ। ଏଥିପାଇଁ ଘରର କବାଟ ଓ ସିଡି ମଧ୍ୟରେ ଏକ ପରଦା ପକାଇ ଦିଅନ୍ତୁ। ଏପରି କରିବା ଦ୍ଵାରା ଘର ମଧ୍ୟରେ ସକାରାତ୍ମକ ଶକ୍ତି ବଜାୟ ରହିବ।

.ଶୋଇବା ଘରକୁ କେବେବି ସଂପୂର୍ଣ୍ଣ ବନ୍ଦ କରନ୍ତୁ ନାହିଁ। ଶୋଇବା ଘରେ ଝରକା ନିହାତି ଭାବରେ ରଖନ୍ତୁ। ଏହାବ୍ୟତୀତ ଶୋଇବା ଘରେ ଭଗବାନଙ୍କ ଫଟୋ ଲଗାନ୍ତୁ ନାହିଁ। ଏହା ପରିବର୍ତ୍ତେ ପ୍ରାକୃତିକ ଚିତ୍ର ଥିବା ଫଟୋ ଲଗାଇ ପାରିବେ।

.ଘରର ମଧ୍ୟଭାଗକୁ ସବୁବେଳେ ଖାଲି ରଖନ୍ତୁ। ଯଦି ଘରର ମଧ୍ୟ ଭାଗରେ ଅତ୍ୟଧିକ ଜିନିଷ ରହିଥାଏ ତେବେ ଘର ମଧ୍ୟକୁ ସକାରାତ୍ମକ ଶକ୍ତିପ୍ରବେଶ କରିପାରିନଥାଏ। ଏହି ସ୍ଥାନକୁ ସବୁବେଳେ ସଫା ରଖନ୍ତୁ।

.ରକି କ୍ରିଷ୍ଟାଲରୁ ବାହାରୁଥିବା ଶକ୍ତି ଆମ ଆଖପାଖରୁ ନକରାତ୍ମକ ଶକ୍ତିକୁ ଦୂରେଇ ଥାଏ। ଏହା ଆମର ସ୍ୱାସ୍ଥ୍ୟ, ଭାଗ୍ୟ, ସମ୍ପର୍କ ଓ ପରିବେଶକୁ ସକାରାତ୍ମକ କରିଥାଏ। ଏହାକୁ ଘରର ମଧ୍ୟଭାଗ୍ୟରେ ରଖିବା ଦ୍ଵାରା ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।

.ଅଧିକାଂଶ ରୋଗ ଘରର ରୋଷେଇ ଘରୁ ହିଁ ଆସିଥାଏ। ତେଣୁ ଘର କରିବା ସମୟରେ ଧ୍ୟାନ ଦିଅନ୍ତୁ ଯେ, ଆପଣଙ୍କ ରୋଷେଇ ଘର ଓ ଗାଧୋଇବା ଘର ପାଖାପାଖି ହୋଇନଥିବା ଆବଶ୍ୟକ। ବାସ୍ତୁ ଅନୁସାରେ ଏପରି ହୋଇଥିଲେ ଘର ମଧ୍ୟକୁ ରୋଗ ପ୍ରବେଶ କରିଥାଏ।

.ଭଗବାନ ହନୁମାନ ଆମ ସ୍ୱାସ୍ଥ୍ୟର ରକ୍ଷକ ଅଟନ୍ତି। ଘରର ଦକ୍ଷିଣ ଦିଗରେ ହନୁମାନଙ୍କର ଏକ ଫଟୋ ନିହାତି ଲଗାନ୍ତୁ। ଏହାଦ୍ଵାରା ଘର ମଧ୍ୟରେ ଖୁସିର ବାତାବରଣ ରହିଥାଏ।   

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#astrology #vastutips #healthylife

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon