• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ : ଜାଣନ୍ତୁ କାହାର ଦୂରଯାତ୍ରା ଯୋଗ


(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

(ବେତାର ବ୍ୟୁରୋ)

ମେଷ: ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇବ। ଅଫିସ କାମ ପାଇଁ ହଠାତ କୌଣସି ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ସପ୍ତାହର ମଧ୍ୟଭାଗରେ ପରିବାର ମଧ୍ୟରେ ବିଶୃଙ୍ଖଳା ଦେଖାଦେଇପାରେ। ଶତ୍ରୁଙ୍କୁ ଜୟ କରିବେ। ମାତାଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ।

ବୃଷ: କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିବ। ସ୍ୱାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଆୟ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଛାତ୍ରଛାତ୍ରୀମାନଙ୍କୁ ସୁଫଳ ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ।

ମିଥୁନ: ଦୁରସ୍ଥାନକୁ ଯାତ୍ରା ଆପଣଙ୍କ ପାଇଁ ସଫଳ ରହିବ। କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ଆୟ ସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଛାତ୍ରଛାତ୍ରୀମାନଙ୍କୁ ପରିଶ୍ରମ ଅନୁଯାୟୀ ସଫଳତା ମିଳିବ।

କର୍କଟ: ପାରିବାରିକ ଜୀବନ ହସଖୁସିରେ କଟିବ। ପରିବାର ପାଇଁ କିଛି ଆରାମଦାୟକ ଜିନିଷ କିଣିବେ। ନିଜ ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ। କୌଣସି କଥା ପାଇଁ ସାମାନ୍ୟ ଚିନ୍ତିତ ରହିପାରନ୍ତି। ମାଲିମକୋଦ୍ଦମା କେସରେ ବିଜୟୀ ହେବେ।

ସିଂହ: କର୍ମକ୍ଷେତ୍ରରେ ସିନିୟର ଅଧିକାରୀଙ୍କ ସହଯୋଗ ପାଇବେ। ଆଶା କରୁଥିବା ସ୍ଥାନକୁ ଚାକିରୀ ସ୍ଥାନାନ୍ତର ହୋଇପାରେ। ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ। ସବୁ କାମକୁ ଆଗ୍ରହ ଓ କର୍ତ୍ତବ୍ୟର ସହ କରିବେ। ପରିବାର ମଧ୍ୟରେ କୌଣସି ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

କନ୍ୟା: ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ପରିବାର ପାଇଁ କିଛି ଜିନିଷ କିଣିବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ପାଇବେ। ନିଜ କଥାରେ ଅନ୍ୟମାନଙ୍କୁ ଆକର୍ଷିତ କରିପାରିବେ।

ତୁଳା: ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିବେ। ପରିବାର ମଧ୍ୟରେ ବିଶୃଙ୍ଖଳା ଦେଖାଦେଇପାରେ। ମାତାଙ୍କ ସହିତ ଯୁକ୍ତି ହୋଇପାରେ। ଆୟରେ ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ଆଶା ମଧ୍ୟ ରହିଛି।

ବିଛା: ସପ୍ତାହଟି ଆପଣଙ୍କ ପାଇଁ ଭଲ ରହିବ। ଭାଇଭଉଣୀଙ୍କ ସହ ଝଗଡା ହୋଇପାରେ କିମ୍ବା ଭାଇଭଉଣୀଙ୍କ

ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇପାରେ। ସନ୍ତାନଙ୍କୁ ନେଇ ଗର୍ବ ଅନୁଭବ କରିବେ। କର୍ମକ୍ଷେତ୍ରରେ ନିଜ କାମ ପାଇଁ ପ୍ରଶଂସିତ ହେବେ। ପଦୋନ୍ନତି ମଧ୍ୟ ହୋଇପାରେ।

ଧନୁ: ଏହି ସପ୍ତାହରେ ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି। ଆୟ ବୃଦ୍ଧି ହେବ। କୌଣସି କାମ କରିବାକୁ ଇଚ୍ଛାଶକ୍ତି ଓ ଆଗ୍ରହ ରହିବ। ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ। ନୂତନ ଜମି କିଣିପାରନ୍ତି।

ମକର: ଏହି ସପ୍ତାହରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ଅନ୍ୟମାନଙ୍କୁ କିଛି କହିବା ସମୟରେ ଭଲ ଭାବରେ ଭାବନ୍ତୁ। ଆଇନ ବିରୋଧୀ କୌଣସି କାମ କରନ୍ତୁ ନାହିଁ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। କର୍ମକ୍ଷେତ୍ରରେ ବ୍ୟସ୍ତ ରହିବେ।

କୁମ୍ଭ: କ୍ୟାରିୟରରେ ଉନ୍ନତି କରିବେ। ପରିବାର ସଦସ୍ୟ କିମ୍ବା ବନ୍ଧୁଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନେ ନିଜ କଠିନ ପରିଶ୍ରମର ସୁଫଳ ପାଇବେ।

ମୀନ: ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ। ଦୁରସ୍ଥାନକୁ ଯାତ୍ରା କରିବେ। କୋର୍ଟକଚେରୀ ମାମଲାରେ ଜୟଯୁକ୍ତ ହେବେ। ପରିବାରିକ ଜୀବନରେ ବିଶୃଙ୍ଖଳା ଦେଖାଦେବ। ପରିବାର ସଦସ୍ୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇପାରେ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon