• padmabati kund

ଏମିତି ନହେଲେ ଖସିପାରେ ଟେଷ୍ଟ ରାଙ୍କିଙ୍ଗରେ ଭାରତର ଶୀର୍ଷସ୍ଥାନ


(ବେତାର ବ୍ୟୁରୋ) ଟେଷ୍ଟ କ୍ରିକେଟରେ ବିଗତ କିଛି ସମୟ ହେବ ଭାରତୀୟ କ୍ରିକେଟ ଦଳ ଖୁବ ଭଲ ପ୍ରଦର୍ଶନ କରିଆସୁଛି। ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ ଦ୍ଵାରା ଜାରି କରାଯାଇଥିବା ଟେଷ୍ଟ ଦଳ ରାଙ୍କିଙ୍ଗରେ ବର୍ତ୍ତମାନ ସମୟରେ ଭାରତୀୟ ଦଳ 116ପଏଣ୍ଟ ସହିତ ଶୀର୍ଷ ସ୍ଥାନରେ ରହିଛି। କିନ୍ତୁ ଏହି ଶୀର୍ଷସ୍ଥାନରେ ବଜାୟ ରହିବା ପାଇଁ ଭାରତକୁ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳିବାକୁ ଥିବା ଟେଷ୍ଟମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ପଡିବ।

ଭାରତ ପରେ ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ଇଂଲଣ୍ଡ(108 ପଏଣ୍ଟ), ତୃତୀୟ ସ୍ଥାନରେ ସାଉଥଆଫ୍ରିକା (106 ପଏଣ୍ଟ), ଚତୁର୍ଥ ସ୍ଥାନରେ ଅଷ୍ଟ୍ରେଲିଆ (102 ପଏଣ୍ଟ)ଓ ପଞ୍ଚମ ସ୍ଥାନରେ ନ୍ୟୁଜଲ୍ୟାଣ୍ଡ (101 ପଏଣ୍ଟ) ରହିଛି।

ଆସନ୍ତା ଡିସେମ୍ବର 6 ତାରିଖରୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଥିବା ବେଳେ ଅନ୍ୟପଟେ ଡିସେମ୍ବର 26 ତାରିଖରୁ ସାଉଥଆଫ୍ରିକା ଓ ପାକିସ୍ଥାନ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ଯଦି ଅଷ୍ଟ୍ରେଲିଆ ଏହି ଟେଷ୍ଟସିରିଜରେ ଭାରତକୁ 4-0ରେ ହରାଏ ଓ ସାଉଥଆଫ୍ରିକା ପାକିସ୍ଥାନକୁ 3-0ରେ ହରାଏ ତେବେ ସାଉଥଆଫ୍ରିକା ଦଳ ଭାରତକୁ ପଛରେ ପକାଇ ଏହି ତାଲିକାରେ ଶୀର୍ଷରେ ପହଞ୍ଚିଯିବ।

ଏପରି ସ୍ଥିତିରେ ଉଭୟ ଭାରତ ଓ ଇଂଲଣ୍ଡ ଦଳ ପାଖରେ 108 ପଏଣ୍ଟ ରହିବ, କିନ୍ତୁ ଇଂଲଣ୍ଡ ଦଳ ଅଧିକ ଭଲ ସ୍ଥିତିରେ ରହିବ। ଏହି ତାଲିକାରେ ଅଷ୍ଟ୍ରେଲିଆ ଦଳ ମଧ୍ୟ ଶୀର୍ଷସ୍ଥାନକୁ ଆସିପାରେ। ଏଥିପାଇଁ ଅଷ୍ଟ୍ରେଲିଆକୁ ଭାରତ ବିରୁଦ୍ଧରେ ଖେଳିବାକୁ ଥିବା ଟେଷ୍ଟସିରିଜରେ 4-0ରେ ହରେଇବାକୁ ପଡିବ। ଏହାସହିତ ଆଶା ରଖିବାକୁ ପଡିବ ଯେ, ପାକିସ୍ଥାନ ଦଳ ସାଉଥଆଫ୍ରିକା ଠାରୁ ଟେଷ୍ଟ ସିରିଜ ଜିତିଯାଉ ବା ଡ୍ର କରିଦେଉ। କିନ୍ତୁ ଭାରତ ଯଦି ଅଷ୍ଟ୍ରେଲିଆକୁ 4-0ରେ ପରାସ୍ତ କରୁଛି ତେବେ 120 ପଏଣ୍ଟ ସହିତ ଶୀର୍ଷସ୍ଥାନରେ ସ୍ଥିର ରହିବ।

ଦ୍ଵିତୀୟ ସ୍ଥାନରେ ଇଂଲଣ୍ଡ

ଗତ ସୋମବାର ଦିନ କଲମ୍ବୋରେ ଖେଲାଯାଇଥିବା ମ୍ୟାଚରେ ଇଂଲଣ୍ଡ ଦଳ ଶ୍ରୀଲଙ୍କାକୁ ହରାଇ ସିରିଜକୁ 3-0 ରେ ଜିତିଯାଇଛି। ସିରିଜ ଆରମ୍ଭ ପୂର୍ବରୁ ଇଂଲଣ୍ଡ ପାଖରେ 106 ପଏଣ୍ଟ ଥିଲା ଓ ସାଉଥଆଫ୍ରିକା ଠାରୁ ଗୋଟିଏ ପଏଣ୍ଟରେ ପଛୁଆ ଥିଲା। ଏହି ସିରିଜ ଜିତିବା ସହିତ ବର୍ତ୍ତମାନ ଇଂଲଣ୍ଡର 108 ପଏଣ୍ଟ ହୋଇଛି ଓ ତାଲିକାରେ ଦ୍ଵିତୀୟ ସ୍ଥାନରେ ପହଞ୍ଚିଯାଇଛି।

ଅନ୍ୟପଟେ ସିରିଜ ଆରମ୍ଭରୁ ଶ୍ରୀଲଙ୍କା ଦଳ97 ପଏଣ୍ଟ ସହିତ ଷଷ୍ଠ ସ୍ଥାନରେ ରହିଥିଲା ଓ ତାଲିକାରେ ସପ୍ତମ ସ୍ଥାନରେ ଥିବା ପାକିସ୍ଥାନଠାରୁ ଦୁଇ ପଏଣ୍ଟରେ ଆଗୁଆ ଥିଲା। ସିରିଜ ହାରିବା ପରେ ବର୍ତ୍ତମାନ ଶ୍ରୀଲଙ୍କା 93 ପଏଣ୍ଟ ସହିତ ସପ୍ତମ ସ୍ଥାନକୁ ଆସିଯାଇଛି।

ଡିସେମ୍ବର 6ରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତିନିଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବା ପରେ ଆସନ୍ତା ଡିସେମ୍ବର 6ତାରିଖରୁ ଆଡେଲେଡ ଓଭାଲରେ ଟେଷ୍ଟ ସିରିଜ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ନଭେମ୍ବର 28ରୁ ଉଭୟ ଦଳ ଅଭ୍ୟାସ ମ୍ୟାଚ ଖେଳିବେ। ଟେଷ୍ଟ ସିରିଜ ସରିବା ପରେ ଜାନୁୟାରୀ 12, 2019ରୁ ଉଭୟ ଦଳ ମଧ୍ୟରେ ତିନିଟି ୱାନ-ଡେ ମ୍ୟାଚ ଖେଳାଯିବ।

#cricket #icctestranking #india

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon