• padmabati kund

ଫ୍ଲିପକାର୍ଟର ଗ୍ୟାଜେଟ ସେଲ; ମିଳୁଛି 80% ପର୍ଯ୍ୟନ୍ତ ରିହାତି


(ବେତାର ବ୍ୟୁରୋ) ଇ-କମର୍ସ ୱେବସାଇଟ ଫ୍ଲିପକାର୍ଟ ତରଫରୁ ଏହାର ‘ଗ୍ରାଣ୍ଡ ଗ୍ୟାଜେଟ ଡେ’ ସେଲ ଆରମ୍ଭ ହୋଇଯାଇଛି। ଯଦି ଆପଣ କିଛି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯଥା ଲାପଟପ, ପ୍ରିଣ୍ଟର, ବ୍ଲୁଟୁଥ ସ୍ପିକର, ପାୱାର ବ୍ୟାଙ୍କ କିଣିବାକୁ ଚାହୁଁଛନ୍ତି ତେବେ ଏହି ସେଲରେ ଆପଣଙ୍କୁ ମନ ପସନ୍ଦର ଅଫର ମିଳିବ।

ଫ୍ଲିପକାର୍ଟର ଏହି ସେଲ ନଭେମ୍ବର 27ତାରିଖରୁ ନଭେମ୍ବର 29 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସେଲରେ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ସ ଉପକରଣରେ 80% ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ମିଳିବ। ଏହାଛଡ଼ା HDFC ବ୍ୟାଙ୍କ କାର୍ଡରୁ ଜିନିଷ କିଣିଲେ ଅଧିକ 5% ଡ଼ିସକାଉଣ୍ଟ ପାଇପାରିବେ।

ଯଦି ଆପଣ କିଛି ସାମଗ୍ରୀକୁ EMI ବା ମାସିକ କିସ୍ତିରେ ଆଣିବାକୁ ଚାହୁଁଛନ୍ତି ତେବେ ଏହି ସେଲରେ ବିନା ମୂଲ୍ୟରେ EMI ମଧ୍ୟ ମିଳିବ। ଏହାବ୍ୟତୀତ ଏହି ସେଲରେ ଆପଣଙ୍କୁ ଅନ୍ୟ କେଉଁ କେଉଁ ପ୍ରଡ଼କ୍ଟ ଉପରେ କଣ ଅଫର ମିଳିବ ଜାଣିରଖନ୍ତୁ।

ଲାପଟପରେ ଟ.7,500 ଡ଼ିସକାଉଣ୍ଟ

ଫ୍ଲିପକାର୍ଟର ଏହି ଗ୍ରାଣ୍ଡ ଗ୍ୟାଜେଟ ଡେଜ ସେଲରେ ଅନେକ ବଡ ବଡ ବ୍ରାଣ୍ଡର ଲାପଟପ ଉପରେ ଟ.7,500ର ଡ଼ିସକାଉଣ୍ଟ ମିଳିବ। ଏହାବ୍ୟତୀତ ସର୍ବାଧିକ ଟ.30,000 ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ଅଫର ମଧ୍ୟ ପାଇପାରିବେ। ଲାପଟପର ମୂଲ୍ୟ ଟ.14,990ରୁ ଆରମ୍ଭ ହେବ। ଗେମିଙ୍ଗ ଲାପଟପର ପ୍ରାରମ୍ଭିକ ମୂଲ୍ୟ ଟ.52,990 ରହିଥିବା ବେଳେ ଏଥିରେ ଟ.40,000 ପର୍ଯ୍ୟନ୍ତ ରିହାତି ମିଳିବ।

ପ୍ରିଣ୍ଟରରେ ମିଳିବ ଡ଼ିସକାଉଣ୍ଟ

ଏହି ସେଲରେ HP, Canon ଓ Epson ବ୍ରାଣ୍ଡର ଲାପଟପ ଉପରେ 53% ଡ଼ିସକାଉଣ୍ଟ ମିଳିବ। ପ୍ରିଣ୍ଟରର ପ୍ରାରମ୍ଭିକ ମୂଲ୍ୟ ଟ.2,499 ରହିଛି ଓ ଏଥିରେ ବିନା ମୂଲ୍ୟରେ ଇଏମଆଇ ମଧ୍ୟ ମିଳିବ।

DSLR କ୍ୟାମେରାରେ ମିଳିବ ଡ଼ିସକାଉଣ୍ଟ

ଫ୍ଲିପକାର୍ଟର ଏହି ସେଲରେ ଗ୍ରାହକମାନେ ପ୍ରଫେସନାଲ DSLR କ୍ୟାମେରାରେ ଟ.50,000 ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ପାଇପାରିବେ। ଏହାସହିତ ଏଥିରେ ବିନା ମୂଲ୍ୟରେ ଇଏମଆଇ ମଧ୍ୟ ମିଳିବ। DSLR କ୍ୟାମେରାର ପ୍ରାରମ୍ଭିକ ମୂଲ୍ୟ ଟ.53,990 ରହିଛି।

ଏହି ପ୍ରଡ଼କ୍ଟରେ ମଧ୍ୟ ମିଳିବ ଅଫର

ଏହାବ୍ୟତୀତ ସ୍ମାର୍ଟଫୋନ କଭର ଟ.199 କମ ମୂଲ୍ୟରେ ମିଳିବ। ଯଦି ଆପଣ ଟ୍ରିମର କିଣିବାକୁ ଚାହୁଁଛନ୍ତି ତେବେ ଏହି ସେଲରେ ଟ.249ରେ କିଣିପାରିବେ। ସେହିପରି ପାୱାରବ୍ୟାଙ୍କକୁ ଟ.499 ମୂଲ୍ୟରେ, ବ୍ଲୁଟୁଥ ସ୍ପିକର ଉପରେ 60 ପ୍ରତିଶତ ଡ଼ିସକାଉଣ୍ଟ ମଧ୍ୟ ମିଳିବ। ମାଉସ ଏବଂ କିବୋର୍ଡ ପରି କମ୍ପ୍ୟୁଟର ଉପକରଣକୁ ଟ.199 ମୂଲ୍ୟରେ କିଣିପାରିବେ। ଏହାସହିତ ବଡ ସ୍କ୍ରିନ ଥିବା ଟ୍ୟାବକୁ ଟ.6,999 ମୂଲ୍ୟରେ କିଣିପାରିବେ।

#onlinesale #flipkartgrandgadgetsale

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon