• padmabati kund

ପ୍ରିୟଙ୍କା ବିବାହ ଭୋଜିରେ ଅତିଥିଙ୍କୁ ଦେବେ ଏହି ବିଶେଷ ଉପହାର


(ବେତାର ବ୍ୟୁରୋ) ବଲିଉଡର ବାଜିରାଓ ମସ୍ତାନୀ ଯୋଡି ଦୀପିକା ପାଦୁକୋନ ଓ ରଣବୀର ସିଂ ଙ୍କ ବିବାହ ସରିବା ପରେ ବଲିଉଡର ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଉଭୟଙ୍କ ପରିବାର ସଦସ୍ୟ ବିବାହ ପାଇଁ ଖୁବ ଜୋରସୋରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି। ଫ୍ୟାନମାନେ ମଧ୍ୟ ପ୍ରିୟଙ୍କା ଓ ନିକଙ୍କ ବିବାହ ପାଇଁ ବହୁତ ଉତ୍ସାହିତ ଅଛନ୍ତି। ଉଭୟଙ୍କ ବିବାହ ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ଆସନ୍ତା ଡିସେମ୍ବର ୨ ତାରିଖରେ ଜୋଧପୁରର ଉମେଦ ଭବନରେ ହେବାକୁ ଥିବା ଏହି ବିବାହରେ ଅତିଥିମାନଙ୍କୁ ଏକ ଖାସ ଉପହାର ଦେବା ପାଇଁ ଉଭୟ ପ୍ରିୟଙ୍କା ଓ ନିକ ଜୋନାସ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଉଭୟ ନିଜ ହିସାବରେ ଉପହାରକୁ ଡିଜାଇନ କରିଛନ୍ତି। ଉଭୟଙ୍କୁ ଏହାର ଡିଜାଇନ ବହୁତ ପସନ୍ଦ ଆସିଥିବାରୁ ଏହାକୁ ସବୁ ଅତିଥିଙ୍କୁ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି।

ଫିଲ୍ମଫେୟାର ମାଗାଜିନରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ବିବାହରେ ଆସିଥିବା ଅତିଥିଙ୍କୁ ଏକ ରୂପାମୁଦ୍ରା ଉପହାର ଦେବେ। ମୁଦ୍ରାର ଏକ ପାର୍ଶ୍ଵରେ ଉଭୟଙ୍କ ନାମର ପ୍ରଥମ ଅକ୍ଷର “NP” ଲେଖାଯାଇଛି ଏବଂ ମୁଦ୍ରାର ଅନ୍ୟପାର୍ଶ୍ଵରେ ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କର ମୂର୍ତ୍ତୀ ରହିଛି।

କେବଳ ବଲିଉଡ ଇଣ୍ଡଷ୍ଟ୍ରୀ ନୁହେଁ ହଲିଉଡରେ ମଧ୍ୟ ଅଭିନୟ କରି ପ୍ରିୟଙ୍କା ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ଏଥିପାଇଁ ତାଙ୍କ ବିବାହରେ ଆସିବାକୁ ଥିବା ବିଦେଶୀ ଅତିଥିଙ୍କୁ ପାରମ୍ପରିକ ଭାବରେ ସ୍ଵାଗତ କରି ଏକ ଭିନ୍ନ ଅନୁଭୂତି ଦେବା ପାଇଁ ଚାହୁଁଛନ୍ତି। ବିବାହସ୍ଥାନକୁ ଅତିଥିମାନେ ଆକାଶମାର୍ଗରେ ଆସିବାର ବ୍ୟବସ୍ଥା ରହିଛି। ଏଥିପାଇଁ ନଭେମ୍ବର ୨୯ତାରିଖ ଓ ଡିସେମ୍ବର ୩ ତାରିଖ ପାଇଁ ହେଲିକପ୍ଟର ମଧ୍ୟ ବୁକ କରାଯାଇଛି।

ତେବେ ବାହାଘର ପୂର୍ବରୁ ପ୍ରିୟଙ୍କା ଓ ନିକ ବ୍ୟାଚେଲର ପାର୍ଟି କରିଥିଲେ। ଏହି ପାର୍ଟିରେ ପ୍ରିୟଙ୍କା ଓ ନିକଙ୍କ ସହିତ ପରିଣୀତି ଚୋପ୍ରା, ଆଲିଆ ଭଟ୍ଟ, ଜୟ ଜୋନାସ ଓ ସୋଫିଆ ଟର୍ଣ୍ଣର ମଧ୍ୟ ଉପସ୍ଥିତ ଥିଲେ। ଏହିପାର୍ଟିରେ ଗୋଟେପଟେ ବଲିଉଡ ନାୟିକା ନିଜର ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଥିବା ବେଳେ ବିଦେଶୀ ବାବୁ ନିକ ଜୋନାସ ଓ ଜୟ ଜୋନାସଙ୍କୁ ମଧ୍ୟ ଷ୍ଟାଇଲିଶ ଲୁକରେ ଦେଖିବାକୁ ମିଳିଥିଲା। ଏହି ପାର୍ଟିର ଫଟୋକୁ ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମ ପେଜରେ ଶେୟାର କରିଥିଲେ ଓ ଦର୍ଶକମାନେ ଏହାକୁ ଖୁବ ପସନ୍ଦ ମଧ୍ୟ କରିଥିଲେ।  

#entertainment #priyankachopra #nickjonas #wedding

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon