- ବେତାର ବ୍ୟୁରୋ
ବାସ୍ତୁନିୟମ ଅନୁଯାୟୀ କରନ୍ତୁ ଘର ରଙ୍ଗ, ଆସିବ ସମୃଦ୍ଧି

(ବେତାର ବ୍ୟୁରୋ) ଘରକୁ ସୁନ୍ଦର ଭାବରେ ସଜେଇବା ପାଇଁ ଆପଣ ବିଭିନ୍ନ ପ୍ରକାରର ଘରସଜା ଉପକରଣର ବ୍ୟବହାର କରିଥାନ୍ତି। ସମସ୍ତେ ଚାହିଁଥାନ୍ତି ଯେ, ତାଙ୍କ ଘର ସବୁଠାରୁ ସୁନ୍ଦର ଦେଖାଯାଉ। ଏଥିପାଇଁ ଘର କାନ୍ଥରେ ନାନା ପ୍ରକାରର ରଙ୍ଗ ମଧ୍ୟ ଦେଇଥାନ୍ତି। ତେବେ ଘରକୁ ରଙ୍ଗ କରିବା ସମୟରେ ସବୁବେଳେ ନିଜ ମନପସନ୍ଦର ରଙ୍ଗକୁ ବାଛିଥାଆନ୍ତି। ଘରକୁ ରଙ୍ଗ କରିବାକୁ ନେଇ ବାସ୍ତୁର ଖୁବ ମହତ୍ଵ ରହିଛି। ଘରର ରଙ୍ଗ ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ। ତେଣୁ ବାସ୍ତୁ ନିୟମ ଅନୁସାରେ ଘର ପାଇଁ ରଙ୍ଗ ବାଛିବା ଉଚିତ।
ବାସ୍ତୁଶାସ୍ତ୍ରରେ ଭିନ୍ନ ଭିନ୍ନ ରଙ୍ଗ ଅଲଗା ମହତ୍ତ୍ଵ ରହିଛି। ଏଥିପାଇଁ ଯଦି ଆପଣ ନିଜ ଘରକୁ ରଙ୍ଗ କରିବାକୁ ଚାହୁଁଛନ୍ତି, ତେବେ ଜାଣିରଖନ୍ତୁ କିଛି ବାସ୍ତୁ ନିୟମ।
୧.ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଉତ୍ତର ଦିଗରେ ଥିବା କାନ୍ଥରେ ସବୁଜ ରଙ୍ଗ ଲଗାନ୍ତୁ। ଏପରି କରିବା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହିତ ବ୍ୟବସାୟରେ ଲାଭ ମିଳିଥାଏ।

୨.ବାସ୍ତୁଶାସ୍ତ୍ରରେ ହଳଦିଆ ରଙ୍ଗକୁ ଅତି ଶୁଭ ବୋଲି ବିବେଚନା କରାଯାଇଥାଏ। ଏହି ରଙ୍ଗ ମନକୁ ଶାନ୍ତି ପ୍ରଦାନ କରିଥାଏ। ଏଥିପାଇଁ ଅଫିସ ଓ ଘରର ଡ୍ରଇଙ୍ଗ ରୁମରେ ହଳଦିଆ ରଙ୍ଗ ଲଗାନ୍ତୁ।
୩. ଘର କବାଟ ଓ ଝରକାରେ ସବୁବେଳେ ଗାଢ ରଙ୍ଗର ବ୍ୟବହାର କରନ୍ତୁ। ଏଥିରେ ଆପଣ ଗାଢ ବାଦାମୀ ରଙ୍ଗର ବ୍ୟବହାର କରିପାରିବେ।
୪.ବାସ୍ତୁଶାସ୍ତ୍ର ଅନୁସାରେ ଘର ମଧ୍ୟରେ ହାଲକା ରଙ୍ଗର ପ୍ରୟୋଗ କଲେ ଶୁଭଫଳ ମିଳିଥାଏ। ଲାଲ ରଙ୍ଗ, କଳା ରଙ୍ଗ କିଛି କିଛି ଲୋକଙ୍କ ପାଇଁ ଶୁଭ ହୋଇନଥାଏ। ଏହି ରଙ୍ଗ ଲଗାଇବା ଦ୍ଵାରା ଘର ମଧ୍ୟରୁ ସକାରାତ୍ମକ ଶକ୍ତି କମ ହୋଇଯାଇଥାଏ।

୫.ଘରର ଦିଗ ଅନୁସାରେ ମଧ୍ୟ ରଙ୍ଗ ବାଛନ୍ତୁ। ଉତ୍ତର-ପୂର୍ବ ଦିଗ ପାଇଁ ହାଲକା ନୀଳ ରଙ୍ଗ ଓ ପୂର୍ବ ଦିଗ ପାଇଁ ଧଳା ରଙ୍ଗର ବ୍ୟବହାର କରନ୍ତୁ। ସେହିପରି ଦକ୍ଷିଣ-ପୂର୍ବ ଦିଗରେ ଗୋଲାପି, ଉତ୍ତର-ପଶ୍ଚିମ ଦିଗରେ ଧୂସର, ଦକ୍ଷିଣ ଦିଗରେ ଲାଲ କିମ୍ବା ହଳଦିଆ ଓ ପଶ୍ଚିମ ଦିଗରେ ନୀଳ ରଙ୍ଗର ପ୍ରୟୋଗ କରନ୍ତୁ। ଏପରି କରିବା ଦ୍ଵାରା ଘର ମଧ୍ୟରେ ସୁଖଶାନ୍ତି ବଜାୟ ରହିଥାଏ।
(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )