• ବେତାର ବ୍ୟୁରୋ

ବଢ଼ିଲା OTET ଫର୍ମ ଆବେଦନ ତାରିଖ,ଡିସେମ୍ବର 10 ଯାଏଁ କରିହେବ ଆବେଦନ


(ବେତାର ବ୍ୟୁରୋ) ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଓଡିଶା ତରଫରୁ ଚଳିତ ବର୍ଷ ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ (ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା) ନିମନ୍ତେ ଫର୍ମ ପୂରଣ ପାଇଁ ଶେଷ ତାରିଖ ନଭେମ୍ବର 28 ପର୍ଯ୍ୟନ୍ତ ରହିଥିଲା। ତେବେ ଏହି ଫର୍ମପୂରଣର ଅବଧିକୁ ଆସନ୍ତା ଡିସେମ୍ବର 10ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଛି।

ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଡିସେମ୍ବର ୧୦ତାରିଖ ରାତି୧୧.୪୫ ପର୍ଯ୍ୟନ୍ତ  ଦେୟ ଦାଖଲ କରିପାରିବେ ଓ ୧୧ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଫର୍ମ ଦାଖଲ କରିପାରିବେ। ଏହାପରେ ଆଉ କୌଣସି ସମୟସୀମା ବର୍ଦ୍ଧିତ କରାଯିବ ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

କେମିତି ଆବେଦନ କରିବେ

.ଆବେଦନ କରିବା ପାଇଁ ପ୍ରଥମେ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାର ୱେବସାଇଟ bseodisha.nic.in ଲଗଇନ କରନ୍ତୁ। ଏହାପରେ ଆପଣ ‘log in to your account’ ଡ଼ିସପ୍ଲେ ଦେଖିବାକୁ ପାଇବେ।

.ଯଦି ଆପଣ ଏହି ୱେବସାଇଟରେ ପୂର୍ବରୁ ରେଜିଷ୍ଟର ଅଛନ୍ତି ତେବେ ଇ-ମେଲ ଆଇଡି ଓ ପାସୱାର୍ଡ ଦେଇ login ଉପରେ କ୍ଲିକ କରନ୍ତୁ। ଯଦି ଆପଣ ନୂଆ ରେଜିଷ୍ଟ୍ରେସନ କରିବେ ତେବେ "Click Here for New Registration" ଉପରେ କ୍ଲିକ କରନ୍ତୁ। ଆବଶ୍ୟକୀୟ ତଥ୍ୟ ପୂରଣ କରିବା ପରେ ସବମିଟ କରନ୍ତୁ। ଏହାପରେ ଆପଣ ନିଜ ଇ-ମେଲ ଆଇଡି ଓ ପାସୱାର୍ଡ ଦେଇ ଲଗଇନ କରନ୍ତୁ।

.ଏହାପରେ ବ୍ୟକ୍ତିଗତ ତଥ୍ୟ ଓ ଅନ୍ୟାନ୍ୟ ତିନୋଟି ସେକ୍ସନକୁ ପୁରା କରନ୍ତୁ।

.ପୂରଣ କରିଥିବା ସମସ୍ତ ଆବଶ୍ୟକୀୟ ତଥ୍ୟ ଠିକ ବୋଲି ଲେଖିବା ପରେ ଦେୟ ପଇଠ କରିବା ପାଇଁ "Next Payment & Declaration" ଉପରେ କ୍ଲିକ କରନ୍ତୁ।

. ପେମେଣ୍ଟ ପେଜରେ ସମସ୍ତ ତଥ୍ୟ ପୂରଣ କରି "Yes-Final Submit" ଉପରେ କ୍ଲିକ କରିବା ପରେ ଆଉ କିଛି ତଥ୍ୟ ବଦଳାଇ ପାରିବେ ନାହିଁ। ପେମେଣ୍ଟ ସଂପୂର୍ଣ୍ଣ ହୋଇଯିବା ପରେ "Acknowledgement Receipt".ଡାଉନଲୋଡ କରିପାରିବେ।

ଆବେଦନ କରିବା ପାଇଁ ଫି ପଇଠ କରିବା ପରେ ନିଜ ଆକାଉଣ୍ଟରେ ପୁଣିଥରେ ଲଗଇନ କରି ଆବେଦନ ଫର୍ମ ପୂରଣ କରିପାରିବେ।

ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା

ଯେଉଁ ପ୍ରାର୍ଥୀମାନେ ଯୁକ୍ତଦୁଇରେ 50 ପ୍ରତିଶତରୁ ଅଧିକ ମାର୍କ ରଖି ପାସ କରିଥିବେ ଓ ଏହା ସହିତ ଦୁଇବର୍ଷ ସି.ଟି କିମ୍ବା ଡିପ୍ଲୋମା ଇନ ଏଲିମେଣ୍ଟାରି ଏଜୁକେଶନ (ଡି.ଇଏଲ.ଇଡି) କୋର୍ସ କରିଥିବେ ସେମାନେ ପେପର-1 ପରୀକ୍ଷା ଦେଇପାରିବେ। ଏହାବ୍ୟତୀତ ଯେଉଁ ପ୍ରାର୍ଥୀମାନେ ଯୁକ୍ତଦୁଇରେ 45ପ୍ରତିଶତ ମାର୍କ ରଖି ପାସ କରିଥିବେ ଓ ଏନସିଟିଇ ଅଧୀନରେ ଦୁଇବର୍ଷ ଡି.ଇଏଲ.ଇଡି କୋର୍ସ ସେମାନେ ମଧ୍ୟ ଏହି ପରୀକ୍ଷା ଦେଇପାରିବେ। ଏହାସହିତ ଯେଉଁ ପ୍ରାର୍ଥୀମାନେ ଯୁକ୍ତଦୁଇରେ 50 ପ୍ରତିଶତ ମାର୍କ ରଖି ପାସ କରିଥିବେ ଓ ଚାରିବର୍ଷର ବ୍ୟାଚେଲର ଇନ ଏଲିମେଣ୍ଟାରି ଏଜୁକେଶନ (ବି.ଇଏଲ.ଇଡି) କୋର୍ସ କରିଥିବେ ସେମାନେ ମଧ୍ୟ ପେପର-1 ପରୀକ୍ଷା ଦେଇପାରିବେ।

ସେହିପରି ଗ୍ରାଜୁଏସନ ପାସ କରିଥିବା ପ୍ରାର୍ଥୀ ଗ୍ରାଜୁଏସନ ପରେ ଦୁଇବର୍ଷର  ଡିପ୍ଲୋମା ଇନ ଏଲିମେଣ୍ଟାରି ଏଜୁକେଶନ (ଡି.ଇଏଲ.ଇଡି) କୋର୍ସ କରିଥିଲେ ପେପର-2 ପରୀକ୍ଷା ଦେଇପାରିବେ। ଏହାବ୍ୟତୀତ ଯେଉଁ ପ୍ରାର୍ଥୀମାନେ ଯୁକ୍ତଦୁଇରେ 50 ପ୍ରତିଶତ ମାର୍କ ରଖି ପାସ କରିଥିବେ ଓ ଚାରିବର୍ଷର ବି.ଏ କିମ୍ବା ବି.ଏସସି କୋର୍ସ କରିଥିବେ ସେମାନେ ମଧ୍ୟ ପେପର-2 ପରୀକ୍ଷା ଦେଇପାରିବେ।

#OTETtest #onlineapplication

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon