• padmabati kund

ଆସୁଛି ନୂଆ ଫିଚର : ଏଣିକି ନିଜ ପୋଷ୍ଟରେ ବନ୍ଦ କରିପାରିବେ ଅପସନ୍ଦ କମେଣ୍ଟ


(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆର ବ୍ୟବହାର ଅଧିକ ମାତ୍ରାରେ ବଢିବାରେ ଲାଗିଛି। ପିଲାଙ୍କ ଠାରୁ ଆରମ୍ଭ କରି ବୁଢ଼ାଯାଏଁ ସମସ୍ତେ ଫେସବୁକ, ହ୍ୱାଟସଆପ, ଟ୍ୱିଟର, ଇନଷ୍ଟାଗ୍ରାମ ପରି ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଏହାଦ୍ଵାରା ବହୁ ଦୂରଦୁରାନ୍ତର ଲୋକମାନେ ଏକାଠି ଯୋଡି ହୋଇପାରିଥାନ୍ତି। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆର ଅପବ୍ୟବହାର ହେଉଥିବାର ମଧ୍ୟ ଦେଖିବାକୁ ମିଳୁଛି। କିଛି ଅସାମାଜିକ ବ୍ୟକ୍ତି ଫେସବୁକରେ ଅଶ୍ଳୀଳ ଫଟୋ, କମେଣ୍ଟ ତଥା ଅପମାନକ ସୂଚକ ଶବ୍ଦ ବ୍ୟବହାର କରୁଛନ୍ତି ଓ  ଅନ୍ୟ ବ୍ୟବହାରକାରୀଙ୍କୁ ଅପମାନିତ କରୁଛନ୍ତି। ତେବେ ଏସବୁରୁ ରକ୍ଷା ପାଇବା ପାଇଁ ଫେସବୁକ ଏକ ନୂଆ ଫିଚର ଆଣିଛି।

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକରେ ଏହି ନୂଆ ଫିଚର ଯୋଡ଼ିହେବା ପରେ ଆପଣ କୌଣସି କମେଣ୍ଟକୁ ବ୍ଲକ୍ କରିପାରିବେ। ଏହି ଫିଚରର ନାମ ରହିଛି ‘unwanted comment feature’। ଫେସବୁକ ତରଫରୁ ଅଶାଳୀନ ମନ୍ତବ୍ୟ ତଥା ଟିପ୍ପଣୀ ଉପରେ ରୋକ ଲଗାଇବା ପାଇଁ ଏହି ଫିଚର ଆସିଛି । ଫେସବୁକ ତରଫରୁ ନିକଟରେ ଜାରି ହୋଇଥିବା ଏକ ଅନଲାଇନ୍ ରିପୋର୍ଟ ଅନୁସାରେ ଏହି ଫିଚର ଆସିବା ପରେ କୌଣସି ବି ବ୍ୟବହାରକାରୀଙ୍କ ଅଶ୍ଳୀଳ ଶବ୍ଦ, ପଂକ୍ତି, ଇମେଜିକୁ ଆପଣ ବ୍ଲକ୍ କରିପାରିବେ।

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡ଼ିଆରେ ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ପୋଷ୍ଟରେ ଖରାପ ଖରାପ କମେଣ୍ଟ ଦେଇ ବହୁତ ହଇରାଣ କରୁଛନ୍ତି। ଏଥିଯୋଗୁଁ ଅନେକ ଲୋଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହି ନୂଆ ଫିଚର ଯୋଡ଼ିହେବା ପରେ ଆପଣଙ୍କ କେଉଁ କମେଣ୍ଟକୁ ନିଜ ପୋଷ୍ଟରେ ଦେଖିବା ପାଇଁ ଚାହୁଁଛନ୍ତି, ତାହା ହିଁ ଦେଖିପାରିବେ ।

କେମିତି କରିବ କାମ

ଆପଣଙ୍କ କୌଣସି ବି ଶବ୍ଦ ଅପମାନସୂଚକନ ଲାଗିଲେ ଆପଣ ଉକ୍ତ କମେଣ୍ଟକୁ ବ୍ଲକ୍ କରିପାରିବେ। ବ୍ଲକ କରାଯାଇଥିବା ଶବ୍ଦ, ପଂକ୍ତି ବା ଇମୋଜିକୁ ଯଦି କୌଣସି ବ୍ୟବହାରକାରୀ ପୁଣିଥରେ କମେଣ୍ଟ ଦିଅନ୍ତି, ତେବେ ଏହି କମେଣ୍ଟ କେବଳ ଆପଣ ଦେଖିପାରିବେ। ଆପଣଙ୍କ ଫ୍ରେଣ୍ଡଲିଷ୍ଟରେ ଥିବା ବ୍ୟକ୍ତି ବା ଅନ୍ୟକୌଣସି ବ୍ୟବହାରକାରୀ ଦେଖିପାରିବେ ନାହିଁ।

ତେବେ ଏହି ନୂଆ ଫିଚର ଉପରେ ଫେସବୁକ ବର୍ତ୍ତମାନ କାମ କରୁଛି, ଓ ଏହା ଲଞ୍ଚ ହେବା ପାଇଁ କିଛି ସମୟ ଲାଗିପାରେ। କିନ୍ତୁ, ବର୍ତ୍ତମାନ ମଧ୍ୟ ଫେସବୁକ ଏପରି କିଛି ଫିଚର ରହିଛି ଯାହାକୁ ବ୍ୟବହାର କରି ଆପଣ ଅଶ୍ଳୀଳ ମନ୍ତବ୍ୟ ଦେଉଥିବା ବ୍ୟକ୍ତିଙ୍କୁ ବ୍ଲକ କରିପାରିବେ। ଏହାବ୍ୟତୀତ ଉକ୍ତ ବ୍ୟକ୍ତି ବିଷୟରେ ଫେସବୁକରେ ରିପୋର୍ଟ ମଧ୍ୟ କରିପାରିବେ।

ଗତମାସରେ ଫେସବୁକରେ ଅନ୍ୟ ଏକ ନୂଆ ଫିଚର ଯୋଡା ଯାଇଥିଲା। ସେହି ଫିଚର ସାହାଯ୍ୟରେ ଆପଣ ଏକାସହିତ ଏକରୁ ଅଧିକ କମେଣ୍ଟକୁ ଡ଼ିଲିଟ କରିପାରିବେ। ତେବେ ଏହି ଫିଚର ଫେସବୁକର ଡେକ୍ସଟପ ବ୍ୟବହାରକାରୀ ଓ ଆଣ୍ଡ୍ରଏଡ ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ କରଯାଇଥିଲା। ଖୁବ ଶୀଘ୍ର ଏହାକୁ ଆପଲ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଲଞ୍ଚ କରାଯିବ।

#mobileapp #facebookfeature #unwantedcomments

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon