• padmabati kund

ଶୀତଦିନେ ପୁରୁଷଙ୍କ ତ୍ଵଚାର ଯତ୍ନ ପାଇଁ 5 ଟିପ୍ସ


(ବେତାର ବ୍ୟୁରୋ) ଋତୁ ବଦଳିବା ସହିତ ଆମ ତ୍ଵଚାରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଖାସ କରି ଶୀତଦିନରେ ଆମ ତ୍ଵଚା ଅଧିକ ପ୍ରଭାବିତ ହୋଇଥାଏ। ଅଧିକ ଥଣ୍ଡା ହେବା କାରଣରୁ ତ୍ଵଚା ଶୁଷ୍କ ଦେଖାଯାଇଥାଏ। ତେଣୁ ତ୍ଵଚାର ବିଶେଷ ଧ୍ୟାନ ନେବାକୁ ପଡିଥାଏ। ତେବେ ପୁରୁଷଙ୍କ ତ୍ଵଚା ମହିଳାଙ୍କ ତ୍ଵଚା ଠାରୁ ଭିନ୍ନ ହୋଇଥାଏ। ଅଧିକାଂଶ ପୁରୁଷ ମହିଳାଙ୍କ ପରି ସବୁବେଳେ ତ୍ଵଚାର ଧ୍ୟାନ ରଖିନଥାନ୍ତି। ଯଦି ଆପଣ ମଧ୍ୟ ଏପରି କରୁଥାନ୍ତି ତେବେ ସଚେତନ ହୋଇଯାଆନ୍ତୁ, କାରଣ ଶୀତଦିନେ ଯତ୍ନ ନନେବା କାରଣରୁ ପୁରୁଷଙ୍କ ତ୍ଵଚାକୁ କ୍ଷତି ପହଞ୍ଚିଥାଏ।

ତେବେ ଏହି ଅତ୍ୟଧିକ ଥଣ୍ଡାରେ ଯେପରି ପୁରୁଷଙ୍କ ତ୍ଵଚାକୁ କିଛି କ୍ଷତି ପହଞ୍ଚିବ ନାହିଁ ଓ ଏକ ସୁସ୍ଥ ତ୍ଵଚା ପାଇପାରିବେ ସେଥିପାଇଁ ଜାଣିରଖନ୍ତୁ କିଛି ଟିପ୍ସ।

୧.ବଡିଲୋସନର ବ୍ୟବହାର କରନ୍ତୁ: ଶୀତଦିନେ ତ୍ଵଚାର ଯତ୍ନ ନେବା ପାଇଁ ବଡିଲୋସନର ବ୍ୟବହାର କରନ୍ତୁ। ଏହା ଆପଣଙ୍କ ତ୍ଵଚାକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ। ଅତ୍ୟଧିକ ଥଣ୍ଡାରୁ ଏହା ଆପଣଙ୍କ ତ୍ଵଚାକୁ ରକ୍ଷା କରିବା ସହିତ ତ୍ଵଚାକୁ ମଶ୍ଚୁରାଇଜ ମଧ୍ୟ କରିଥାଏ। ତେବେ ବଡି ଲୋସନ କିଣିବା ଆଗରୁ ସବୁବେଳେ ନିଜ ତ୍ଵଚା ଅନୁସାରେ ବଡିଲୋସନ କିଣନ୍ତୁ। ଯଦି ଆପଣଙ୍କ ତ୍ଵଚା ଶୁଷ୍କ ହୋଇଥାଏ ତେବେ ଶୁଷ୍କ ତ୍ଵଚା ପାଇଁ ଉଦ୍ଦିଷ୍ଟ ଲୋସନ କିଣନ୍ତୁ।

୨.ମଶ୍ଚୁରାଇଜର ବ୍ୟବହାର କରନ୍ତୁ: ପୁରୁଷମାନେ ଶୀତଦିନେ ନିହାତି ଭାବରେ ମଶ୍ଚୁରାଇଜର ବ୍ୟବହାର କରନ୍ତୁ। ଏହା ଆପଣଙ୍କ ତ୍ଵଚାକୁ ପୋଷଣ ଯୋଗାଇଥାଏ। ତେବେ ଶୀତଦିନେ ଶୁଷ୍କତ୍ଵଚାକୁ ଦୂର କରିବା ପାଇଁ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

୩.ଆବଶ୍ୟକ ପରିମାଣର ପାଣି ପିଅନ୍ତୁ: ଶୀତଦିନରେ ସୁସ୍ଥ ରହିବା ପାଇଁ ଓ ତ୍ଵଚାକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ ପରିମାଣର ପାଣି ପିଅନ୍ତୁ। ଏହା ଆପଣଙ୍କୁ ସୁସ୍ଥ ରଖିବା ସହିତ ଆପଣଙ୍କୁ କାମ କରିବା ପାଇଁ ମଧ୍ୟ ଶକ୍ତି ଯୋଗାଇଥାଏ।

୪.ଓଠର ଯତ୍ନ ନିଅନ୍ତୁ: ଶୀତଦିନ ଆସିବା ମାନେ ଓଠ ଫାଟିବା ସମସ୍ୟା ଦେଖାଦେଇଥାଏ। ଓଠ ଫାଟିବା ଫଳରେ ଖାଦ୍ୟ ଖାଇବା ସମୟରେ ଏହା ପୋଡିଥାଏ। ତେଣୁ ଶୀତଦିନ ଆରମ୍ଭ ହେବା ମାତ୍ରେ ନିଜ ଓଠର ଯତ୍ନ ନେବାକୁ ଭୁଲନ୍ତୁ ନାହିଁ। ସବୁବେଳେ ନିଜ ପକେଟରେ ଏକ ଲିପବାମ ରଖନ୍ତୁ ଏବଂ ଓଠ ଶୁଖିଲା ଲାଗିବା ମାତ୍ରେ ଏହାକୁ ବ୍ୟବହାର କରନ୍ତୁ।

୫.ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ: ଶୀତଦିନେ ସୁସ୍ଥ ରହିବା ପାଇଁ ଓ ସୁସ୍ଥ ତ୍ଵଚା ପାଇବା ପାଇଁ ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡିବ। ଓମେଗା-୩ ଫ୍ୟାଟି ଏସିଡ, ଭିଟାମିନ-ଏ, ଭିଟାମିନ-ଡି, ଭିଟାମିନ-ଇ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଏହି ସବୁ ଖାଦ୍ୟ ପାଇଁ

ଆପଣ ମଧୁର ମାଛ, ଶାଗ, କଦଳୀ ଓ ଫଳମୂଳ ଆଦି ଖାଇପାରିବେ ।

#health #skincaretipsmen #mensfashion

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon