• padmabati kund

କୋର୍ଟ: 2.0 ଫିଲ୍ମର ଇଣ୍ଟରନେଟ ଲିକ ବନ୍ଦ କର


(ବେତାର ବ୍ୟୁରୋ) ସୁପରଷ୍ଟାର ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘2.0’ ଆପଣଙ୍କ ନିକଟସ୍ଥ ସିନେମା ହଲରେ ରିଲିଜ ହୋଇଯାଇଛି। ଦର୍ଶକମାନେ ଏହି ଫିଲ୍ମକୁ ବହୁତ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ଫିଲ୍ମର ଓପନିଙ୍ଗ ଡେ’ରେ ବହୁତ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଛି। ତେବେ ଏହି ଫିଲ୍ମକୁ ଅନଲାଇନରେ ଲିକ ହେବାରୁ ବଞ୍ଚାଇବା ପାଇଁ ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ମାଡ୍ରାସ ହାଇକୋର୍ଟ ତରଫରୁ 37ଟି ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥାକୁ 12ହଜାର ୱେବସାଇଟକୁ ବ୍ଲକ କରିବା ପାଇଁ ଆଦେଶ ଦିଆଯାଇଛି। ଏହି ୱେବସାଇଟ ଗୁଡିକରେ ତାମିଲ ଫିଲ୍ମର ପାଇରେଟେଡ ଭର୍ସନ ଦେଖାଯାଇଥାଏ। ଜଷ୍ଟିସ ଏମ. ସୁନ୍ଦର ବୁଧବାର ଏନେଇ ଆଦେଶ ଜାରି କରିଥିଲେ ଓ ଏହି ସବୁ ଅବୈଧ ୱେବସାଇଟକୁ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ‘2.0’ର ପ୍ରଡ୍ୟୁସର କମ୍ପାନୀ ତରଫରୁ ସୂଚନା ଦିଆଯାଇଥିଲା ଯେ ଏମିତି 12,564 ୱେବସାଇଟ ରହିଛି, ଯେଉଁଥିରେ ଫିଲ୍ମର ପାଇରେଟେଡ ଭର୍ସନ ଲିକ ହୋଇପାରେ। ସେଥିମଧ୍ୟରୁ ‘ତାମିଲରକର୍ସ’ ଅଧୀନରେ 2000 ୱେବସାଇଟ ରହିଛି।

ଏହି ‘ତାମିଲରକର୍ସ’ ଆଗରୁ ବଲିଉଡ ଫିଲ୍ମ ‘ଠଗସ ଅଫ ହିନ୍ଦୁସ୍ଥାନ’, ‘ସରକାର’, ‘ସୁଇଧାଗା’,’ଅନ୍ଧାଧୁନ’ ପରି ବଡ ବଡ ଫିଲ୍ମକୁ ଲିକ କରିସାରିଛି। ସମଗ୍ର ଦେଶରେ ରଜନୀକାନ୍ତଙ୍କର କୋଟି କୋଟି ଫ୍ୟାନ ରହିଛନ୍ତି, ଏଥିପାଇଁ ଫିଲ୍ମ ବହୁତ ଭଲ ରୋଜଗାର କରିବା ବୋଲି ଆଶା ରଖାଯାଇଛି। ଏପରି ସ୍ଥଳେ ଯଦି ଫିଲ୍ମ ଲିକ ହୁଏ ତେବେ ଫିଲ୍ମ ନିର୍ମାଣକର୍ତ୍ତା କ୍ଷତି ସହିପାରନ୍ତି। ଏହାକୁ ଆଖିଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ସମସ୍ତ ଫିଲ୍ମ ଠାରୁ ଏହା ମହଙ୍ଗା ବଜେଟର ଫିଲ୍ମ ବୋଲି କୁହାଯାଉଛି। ସମଗ୍ର ଦେଶରେ ଏହି ଫିଲ୍ମକୁ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଏହି ୨.୦ ସିନେମାକୁ ମୋଟ ୬୬୦୦ ପ୍ରେକ୍ଷାଳୟରେ ରିଲିଜ୍ କରାଯାଇଛି । ଯେଉଁଥିରେ ହିନ୍ଦୀରେ ୩୫୦୦ଟି,ତାମିଲରେ  ୨୫୦୦ଟି ଏବଂ ତେଲୁଗୁରେ ୬୦୦ଟି ସ୍କ୍ରିନରେ ରିଲିଜ କରାଯାଇଛି । 

କେବଳ ରଜନୀକାନ୍ତ ନୁହନ୍ତି ଅକ୍ଷୟ କୁମାରଙ୍କୁ ନେଇ ମଧ୍ୟ ଦର୍ଶକମାନେ ଖୁବ ଉତ୍ସାହିତ ଅଛନ୍ତି। ଅକ୍ଷୟ କୁମାର ଏହି ଫିଲ୍ମରେ ଖଳନାୟକ ଭାବରେ ଅଭିନୟ କରିଛନ୍ତି। ତେବେ ପ୍ରଥମ କରି ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଯୋଡିକୁ ଏହି ଫିଲ୍ମ ମାଧ୍ୟମରେ ଏକାଠି ଦେଖିବାକୁ ମିଳିଛି। ଏହାବ୍ୟତୀତ ଆମି ଜାକ୍ସନ ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ମୁମ୍ବାଇ ଏବଂ ଦକ୍ଷିଣଭାରତରେ ଫିଲ୍ମରିଲିଜକୁ ଏକ ଉତ୍ସବ ପରି ପାଳନ କରିଛନ୍ତି। ପୂଜାପାଠ ସହ ବାଣ ଫୁଟାଇ ନାଚି ନାଚି ପ୍ରଶଂସକ ସିନେମାକୁ ସ୍ୱାଗତ କରିଛନ୍ତି। ଦକ୍ଷିଣ ଭାରତର ସିନେମା ଘରେ ଫିଲ୍ମରେ ରଜନୀକାନ୍ତଙ୍କ ନାଁ ଆସିବାରୁ ପ୍ରଶଂସକ ସିଟରୁ ଠିଆ ହୋଇ ତାଙ୍କୁ ସମ୍ମାନ ଦେଲେ । ମିଡିଆରେ ପ୍ରକାଶିତ ଖବର ଅନୁଯାୟୀ ଦକ୍ଷିଣ ଭାରତର ଏକ ସିନେମା ହଲରେ ରଜନୀକାନ୍ତଙ୍କ ଏଣ୍ଟ୍ରି ସମୟରେ ଫିଲ୍ମକୁ ୩ ମିନିଟ ପଜ୍ କରିଦିଆ ଯାଇଥିଲା ଏବଂ ଦର୍ଶକମାନେ ବାଜା ବଜାଇ ହଲରେ ହିଁ ନାଚିବାକୁ ଲାଗିଲେ । ବାଙ୍ଗାଲୋର ଏବଂ ଚେନ୍ନାଇରେ ସକାଳ ୬ ଟାରୁ ସିନେମା ଘରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ଲୋକଙ୍କ କହିବାନୁସାରେ ସେ ଏଭଳି ସିନେମା ନିଜ ଜୀବନକାଳ ଭିତରେ କେବେ ଦେଖିନଥିଲେ ।

#entertainment #bolllywood #20 #rajnikant #madrashighcourt

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon