• ବେତାର ବ୍ୟୁରୋ

NHAIରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଦରମା ଟ.60,000


(ବେତାର ବ୍ୟୁରୋ) ନ୍ୟାସନାଲ ହାଇୱେ ଅଥରୀଟି ଅଫ ଇଣ୍ଡିଆ(NHAI) ତରଫରୁ ୟଙ୍ଗ ପ୍ରଫେସନାଲ (ଫାଇନାନ୍ସ) ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଚୁକ୍ତି ଭିତ୍ତିକ ଅଟେ। ଆବେଦନ କରିବା ପାଇଁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 70ଟି ପଦବୀ ପ୍ରକାଶ ପାଇଛି। ତେବେ ପରବର୍ତ୍ତୀ ସମୟରେ ପଦବୀ ସଂଖ୍ୟା ବଢିପାରେ ବା କମ ହୋଇପାରେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ଡିସେମ୍ବର 11 ତାରିଖ ସନ୍ଧ୍ୟା 6ଟା ମଧ୍ୟରେ ଆବେଦନ କରିପାରିବେ।

ଦରମା

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.60,000 ଦରମା ପ୍ରଦାନ କରାଯିବ। ପ୍ରଥମେ ଏହି ନିଯୁକ୍ତି ଦୁଇବର୍ଷ ପାଇଁ କରାଯିବ। ପରବର୍ତ୍ତୀ ସମୟରେ ଆବଶ୍ୟକତା ଅନୁଯାୟୀ ଏକ ବର୍ଷ ଅଧିକ ବୃଦ୍ଧି କରାଯାଇପାରେ। ଯଦି କୌଣସି ବ୍ୟକ୍ତି ଏକବର୍ଷ ପୂରଣ ହେବ ଆଗରୁ ଚାକିରି ଛାଡି ଦିଅନ୍ତି, ତେବେ ତାଙ୍କୁ କୌଣସି ଅଭିଜ୍ଞତା ପ୍ରମାଣପତ୍ର ମିଳିବ ନାହିଁ।

ବୟସସୀମା

ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ଡିସେମ୍ବର 11 ତାରିଖ 2018 ସୁଦ୍ଧା 32ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ କମର୍ସ/ଆକାଉଣ୍ଟସ ରେ ଡିଗ୍ରୀ ପାସ କରିଥିବା ଆବଶ୍ୟକ କିମ୍ବା ICAI/ICWAI/MBA (finanace) ପାସ କରିଥିବା ଆବଶ୍ୟକ।

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। ଅନଲାଇନରେ ଆବେଦନ କରିବା ପାଇଁ ନ୍ୟାସନାଲ ହାଇୱେ ଅଥରୀଟି ଅଫ ଇଣ୍ଡିଆ(NHAI)ର ଅଫିସିଆଲ ୱେବସାଇଟ http://www.nhai.gov.in/ ରେ ଲଗଇନ କରନ୍ତୁ। ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରିବା ପରେ ଆବେଦନ ଫର୍ମକୁ ସବମିଟ କରନ୍ତୁ। ଶାରୀରିକ ଭାବେ ଅକ୍ଷମ ବ୍ୟକ୍ତିଙ୍କୁ ଶାରୀରିକ ଅକ୍ଷମତାର ପ୍ରମାଣପତ୍ର ଦେବାକୁ ପଡିବ।

ନିଯୁକ୍ତି ସ୍ଥାନ

ଯୋଗ୍ୟ ପ୍ରାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର,ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୁଜୁରାଟ,ହରିୟାଣା ଏବଂ ପଞ୍ଜାବ, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, ଝାଡ଼ଖଣ୍ଡ,କେରଲ, ମହାରାଷ୍ଟ୍ର,ଗୋଆ, ଉତ୍ତରପ୍ରଦେଶ,ଓଡିଶା, ରାଜସ୍ଥାନ, ତାମିଲନାଡୁ,ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡରେ ନିଯୁକ୍ତି ଦିଆଯିବ।

ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ନ୍ୟାସନାଲ ହାଇୱେ ଅଥରୀଟି ଅଫ ଇଣ୍ଡିଆ(NHAI)ର ଅଫିସିଆଲ ୱେବସାଇଟ http://www.nhai.gov.in/ ରେ ଲଗଇନ କରନ୍ତୁ।

#jobs #NHAIrecruitment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon