• padmabati kund

କେଶରୁ ରୁପି ସଫା କରିବାକୁ ଇଚ୍ଛୁକ ? ବ୍ୟବହାର କରନ୍ତୁ ମୁଲତାନି ମାଟିର ପେଷ୍ଟ


(ବେତାର ବ୍ୟୁରୋ) ଶୀତଦିନ ଆସିବା ସହିତ ସାଙ୍ଗରେ ଅନେକ ପ୍ରକାର ସମସ୍ୟା ଆଣିଥାଏ। ସେଥିମଧ୍ୟରୁ କେଶରେ ରୁପି ହେବା ଏକ ମୁଖ୍ୟ ସମସ୍ୟା ଅଟେ। ଏହି ସମସ୍ୟା ଦେଖାଦେବା ମାତ୍ରେ ଆପଣ ଏହାକୁ ଦୂର କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥାନ୍ତି। ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ ଏଥିପାଇଁ ଆପଣ ସବୁବେଳେ ଚିନ୍ତିତ ରହିଥାନ୍ତି। ଅନେକ ପ୍ରକାର ଶାମ୍ପୋ ମଧ୍ୟ ବ୍ୟବହାର କରିଥାନ୍ତି। ଏସବୁ କିଣିବା ପାଇଁ ଅଧିକ ଖର୍ଚ୍ଚ ମଧ୍ୟ କରିଥାନ୍ତି। କିନ୍ତୁ ରୁପି କମ ହୋଇନଥାଏ।

ତେବେ ଏପରି ସମୟରେ ଘରୋଇ ଉପଚାର ଅଧିକ ଲାଭଦାୟକ ହୋଇଥାଏ। ଏଥିପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିନଥାଏ ଓ ଏହାଦ୍ଵାରା ଆପଣଙ୍କ କେଶ ମଧ୍ୟ ସୁରକ୍ଷିତ ରହିଥାଏ। ସେହିପରି ଏକ ପ୍ରାକୃତିକ ପଦାର୍ଥ ହେଉଛି ମୁଲତାନି ମାଟି। ଏଥିରେ ଥିବା ମିନେରାଲ୍ସ ଓ ନ୍ୟୁଟ୍ରିଏଣ୍ଟସ ଆପଣଙ୍କ ତ୍ଵଚା ଓ କେଶ ପାଇଁ ଉପାଦେୟ ହୋଇଥାଏ।

କେଶକୁ ମିଳିଥାଏ ଏହିସବୁ ଫାଇଦା

କେଶରେ ମୁଲତାନି ମାଟି ବ୍ୟବହାର କରିବା ଦ୍ଵାରା ଆପଣଙ୍କ କେଶମୂଳ ସଫା ରହିବା ସହିତ ରୁପି ସମସ୍ୟା ଦୂର ହୋଇଥାଏ। ଯେଉଁମାନଙ୍କର କେଶମୂଳ ତେଲିଆ ହୋଇଥାଏ ସେମାନଙ୍କ ପାଇଁ ମଧ୍ୟ ଏହା ଉପଯୋଗୀ ହୋଇଥାଏ। ଏହା ଆପଣଙ୍କ କେଶ ଝଡିବା ବନ୍ଦ କରିବା ସହିତ କେଶକୁ ମଜଭୁତ ମଧ୍ୟ କରିଥାଏ।

ରୁପି ପାଇଁ ପ୍ରୟୋଗ କରନ୍ତୁ ମୁଲତାନି ମାଟି

କେଶରୁ ରୁପି ସମସ୍ୟାକୁ ଦୂର କରିବା ପାଇଁ ମୁଲତାନି ମାଟି ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେବେ ମୁଲତାନି ମାଟିକୁ ଆପଣ କେଶରେ କିପରି ବ୍ୟବହାର କରିବେ ଜାଣିରଖନ୍ତୁ। ଏଥିପାଇଁ ଚାରି ଚାମଚ ମୁଲତାନି ମାଟି, ଦୁଇ ଚାମଚ ଲେମ୍ବୁରସ, ଏକ ଚାମଚ ଦହି ଓ ଏକ ଚାମଚ ବେକିଙ୍ଗ ସୋଡା ନିଅନ୍ତୁ। ପ୍ରଥମେ ମୁଲତାନି ମାଟିରେ ଲେମ୍ବୁରସ ମିଶାଇ ଭଲ ଭାବରେ ଗୋଳାନ୍ତୁ। ଏହାପରେ ଦହି ଓ ବେକିଙ୍ଗ ସୋଡାକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଯଦି ଆବଶ୍ୟକ ପଡେ ତେବେ ପାଣି ମଧ୍ୟ ମିଶାନ୍ତୁ।

କେମିତି ପ୍ରୟୋଗ କରିବେ

ଏହି ପେଷ୍ଟକୁ ଲଗାଇବା ପାଇଁ ପ୍ରଥମେ କେଶକୁ ଦୁଇଭାଗରେ ବିଭକ୍ତ କରନ୍ତୁ। ଏହାପରେ ଅଳ୍ପ ଅଳ୍ପ କେଶ ନେଇ ବ୍ରସ ସାହାଯ୍ୟରେ ପେଷ୍ଟକୁ ଲଗାନ୍ତୁ। ଏପରି ତିରିଶ ମିନିଟ ରଖନ୍ତୁ। ଏହାପରେ ଶାମ୍ପୋ ଲଗାଇ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ। ସୁଫଳ ପାଇବା ପାଇଁ ଏହି ପେଷ୍ଟକୁ ସପ୍ତାହକୁ ଦୁଇଥର ବ୍ୟବହାର କରନ୍ତୁ।

ପ୍ରଦୂଷଣ କାରଣରୁ କେଶମୂଳରେ ରୁପି ହୋଇଥାଏ। ମୁଲତାନି ମାଟି ଆପଣଙ୍କ କେଶମୂଳରୁ ଏହି ପ୍ରଦୂଷଣ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ ଲେମ୍ବୁରେ ଆଣ୍ଟିମାଇକ୍ରୋବିୟଲ ରହିଥାଏ ଯାହାକି କେଶରୁ ରୁପି ଦୂର କରିବାରେ ବିଶେଷ ସହାୟକ ହୋଇଥାଏ। ଏହାସହିତ ଦହି ଓ ବେକିଙ୍ଗ ସୋଡା ମଧ୍ୟ କେଶ ପାଇଁ ବହୁତ ଉପଯୋଗୀ ହୋଇଥାଏ।

#health #dandruff #haircare #multanimitti

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon