• padmabati kund

ଜିଓ କୁ ଟକ୍କର : ଏୟାରଟେଲ ଆଣିଲା ଟ.400 କ୍ୟାଶବ୍ୟାକ ଅଫର


(ବେତାର ବ୍ୟୁରୋ) ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଟେଲିକମ ବଜାରରେ ପ୍ରବେଶ କରିବା ପରଠାରୁ ଅନ୍ୟ ଟେଲିକମ କମ୍ପାନୀ ଗୁଡିକ ଅନେକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଏହି କମ୍ପାନୀ ଗୁଡିକ ପ୍ରତିଯୋଗୀତାରେ ରହିବା ପାଇଁ ଓ ନିଜ ଗ୍ରାହକଙ୍କ ସଂଖ୍ୟା ବଢାଇବା ପାଇଁ ଲଗାତାର ଭାବରେ ନୂଆ ନୂଆ ଚେଷ୍ଟା କରୁଛନ୍ତି। ଗ୍ରାହକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ନୂଆ ନୂଆ ଅଫର ମଧ୍ୟ ଲଞ୍ଚ କରୁଛନ୍ତି। ରିଲାଏନ୍ସ ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ କମ୍ପାନୀ ତରଫରୁ ଏକ ନୂଆ କ୍ୟାଶବ୍ୟାକ ଅଫର ଲଞ୍ଚ କରାଯାଇଛି।

ସୂଚନା ମୁତାବକ, ଏୟାରଟେଲ ତରଫରୁ ଏହାର ପ୍ରିପେଡ ଗ୍ରାହକଙ୍କ ପାଇଁ ଏକ ଖାସ କ୍ୟାଶବ୍ୟାକ ଅଫର ଲଞ୍ଚ କରାଯାଇଛି। ଏହି ଅଫର ଅନୁସାରେ ଯେଉଁ ଗ୍ରାହକମାନେ ଟ.399 ତାଙ୍କର ରିଚାର୍ଜ କରୁଛନ୍ତି ସେମାନଙ୍କୁ ଟ.400ର କ୍ୟାଶବ୍ୟାକ ମିଳିବ। ତେବେ କମ୍ପାନୀ ତରଫରୁ ଏକ ସର୍ତ୍ତ ମଧ୍ୟ ରଖାଯାଇଛି। ଏହି ମୋଟ ଟ.400ର କ୍ୟାଶବ୍ୟାକ ଗ୍ରାହକଙ୍କୁ ଟ.50ମୂଲ୍ୟର ଭାଉଚର ଆକାରରେ ଦିଆଯିବ। ଏହିପରି ଆଠଟି ଭାଉଚର ଦିଆଯିବ। ଆଗକୁ ରିଚାର୍ଜ କରିବା ସମୟରେ ଗ୍ରାହକମାନେ ଏହି ଭାଉଚରର ବ୍ୟବହାର କରିପାରିବେ ଏବଂ ଗ୍ରାହକଙ୍କୁ କେବଳ my airtel ଆପ ମାଧ୍ୟମରେ ରିଚାର୍ଜ କରିବାକୁ ପଡିବ।

ଏହାର ଅର୍ଥ ହେଉଛି, ଯଦି ଆପଣ my airtel  ଆପ ମାଧ୍ୟମରେ ଟ.399 ରିଚାର୍ଜ କରୁଛନ୍ତି, ତେବେ ଏହି ଭାଉଚର ଆପଣ ବ୍ୟବହାର କରିପାରିବେ। ଅର୍ଥାତ ଟ.399 ରିଚାର୍ଜ କଲେ ଆପଣଙ୍କୁ ଟ.349 ଦେବାକୁ ପଡିବ। ଏହିପରି ପରି ଆଠଥର ରିଚାର୍ଜ କରିବା ପର୍ଯ୍ୟନ୍ତ ଏହି ଭାଉଚରକୁ ବ୍ୟବହାର କରିପାରିବେ। ଏୟାରଟେଲର ଏହି ଅଫର ମାର୍ଚ 31ତାରିଖ, 2020 ପର୍ଯ୍ୟନ୍ତ ଉପଲବ୍ଧ ରହିବ।

ଜିଓ କ୍ୟାଶବ୍ୟାକ ଅଫର

ରିଲାଏନ୍ସ ଜିଓ ତରଫରୁ ତାର ଗ୍ରାହକଙ୍କ ପାଇଁ ଦେଶର ପ୍ରଥମ ପ୍ରିପେଡ ଅଟୋ-ପେ ସ୍କିମ ଲଞ୍ଚ କରାଯାଇଛି। ଏହି ସ୍କିମ ଅନୁସାରେ ଯଦି କୌଣସି ଜିଓ ବ୍ୟବହାରକାରୀ ଟ.349କିମ୍ବା ତା ଠାରୁ ଅଧିକ ମୂଲ୍ୟର ପ୍ୟାକକୁ ଜିଓ ଅଟୋ-ପେ ମାଧ୍ୟମରେ ଆକ୍ଟିଭେଟ କରନ୍ତି ତେବେ ସେହି ଗ୍ରାହକଙ୍କୁ ଟ.600 ପର୍ଯ୍ୟନ୍ତ କ୍ୟାଶବ୍ୟାକ ମିଳିବ। ଏଥିପାଇଁ ଗ୍ରାହକକୁ ଜିଓ-ପେ ରେ ନିଜର କ୍ରେଡିଟ କାର୍ଡକୁ ଲିଙ୍କ କରିବାକୁ ପଡିବ।

ପ୍ରଥମେ ରିଚାର୍ଜ କରିବାକୁ ଚାହୁଁଥିବା ପ୍ଳାନକୁ ବାଛିବେ ଓ ନିଜର କ୍ରେଡିଟ କାର୍ଡର ତଥ୍ୟ ଦେବେ। ଏହାପରେ ରେଜିଷ୍ଟର କରିବେ। ରିଚାର୍ଜ ହେବାପରେ ଜିଓ ତରଫରୁ ଆପଣଙ୍କୁ ଟ.600 ପର୍ଯ୍ୟନ୍ତ କ୍ୟାଶବ୍ୟାକ ମିଳିବ।

#mobilerecharge #airtelcashbackoffer

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon