• padmabati kund

ପ୍ରପୋଜ କଲାବେଳେ ମୁଦି ପଡିଲା ନାଳରେ, ପୋଲିସ ଖୋଜିଦେଲା ମୁଦି


(ବେତାର ବ୍ୟୁରୋ) ମଣିଷର ଭାଗ୍ୟ ବେଳେବେଳେ ଏତେ ଖରାପ ହୋଇଥାଏ ଯେ, ତାହା ଅନୁମାନ କରିବା ମଧ୍ୟ କଷ୍ଟ ହୋଇଥାଏ। ଯାହା ଭାବିଥାଏ ତାହା ନହୋଇ ଓଲଟା ହୋଇଯାଇଥାଏ। ଏହିପରି କିଛି ଘଟିଥିଲା ଆମେରିକାର ଜଣେ ଯୁବକଙ୍କ ସହିତ। ହାତରେ ମୁଦି ଧରି ନିଜ ପ୍ରେମିକାକୁ ପ୍ରପୋଜ କରିବା ବେଳେ ହାତରୁ ମୁଦି ଖସିଯାଇ ସେଠାରେ ଥିବା ଏକ ନଳାରେ ପଡିଯାଇଥିଲା। ତେବେ ସେହି ଯୁବକଙ୍କ ଭାଗ୍ୟ ବହୁତ ଭଲ ଥିଲା, କାରଣ ପୋଲିସ ଅଧିକାରୀ ନଳାରୁ ସେହି ମୁଦିକୁ ବାହାର କରି ଉକ୍ତ ପ୍ରେମୀଯୁଗଳଙ୍କୁ ଫେରାଇ ଦେଇଥିଲେ।

ଏହିଘଟଣାଟି ଆମେରିକାର ନ୍ୟୁୟର୍କ ସହରରେ ଘଟିଛି। ମୁଦି ହଜିବା ଘଟଣା ଓ ପୋଲିସ ଦ୍ଵାରା ମୁଦିକୁ ଖୋଜି ଯୁବକଙ୍କୁ ଫେରେଇଦେବାର ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଜନ ଡ୍ରେନେନ ନାମକ ଯୁବକଙ୍କ ହାତରୁ ଏହି ମୁଦି ନାଳରେ ପଡିଯାଇଥିଲା।

ଜନ ଡ୍ରେନେନ ଟାଇମ୍ସ ସ୍କୋୟାର ନିକଟରେ ତାଙ୍କ ପ୍ରେମିକା ଡେନିଲିଆ ଆନ୍ଥୋନିକୁ ବିବାହ ପାଇଁ ପ୍ରପୋଜ କରୁଥିଲେ। ଡେନିଲିଆଙ୍କୁ ମୁଦି ପିନ୍ଧେଇବା ସମୟରେ ହାତରୁ ମୁଦି ଖସି ଯାଇଥିଲା ଓ ପାଖରେ ଥିବା ଏକ ନାଳରେ ପଡିଯାଇଥିଲା। ମୁଦିଟି ନଳାରେ ପଡିଯିବା ପରେ ଉଭୟ ବ୍ୟସ୍ତ ହୋଇଯାଇଥିଲେ। ଜନ ମୁଦିକୁ ଖୋଜିବା ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ମୁଦି ପାଇନଥିଲେ। ଏହି ଘଟଣାଟି ରାସ୍ତାରେ ଲାଗିଥିବା କ୍ୟାମେରାରେ ରେକଡିଙ୍ଗ ହୋଇଯାଇଥିଲା।

foxnews.comରେ ପ୍ରକାଶିତ ଖବର ଅନୁଯାୟୀ ନ୍ୟୁୟର୍କ ପୋଲିସ ଡିପାର୍ଟମେଣ୍ଟ (NYPD)ର ପୋଲିସ ଅଧିକାରୀ ମାନେ ନାଳରୁ ମୁଦିକୁ ଖୋଜି ଦେଇଥିଲେ ଓ ଉକ୍ତ ପ୍ରେମୀଙ୍କୁ ଖୋଜି ମୁଦି ଫେରାଇବା ପାଇଁ ଟ୍ଵିଟରରେ ଏକ ପୋଷ୍ଟ କରିଥିଲେ। ତେବେ ଏହି ପୋଷ୍ଟ ପଢିବା ପରେ ଜନ ଓ ଡେନିଏଲ ଜାଣିପାରିଥିଲେ ଯେ, ପୋଲିସ ସେମାନଙ୍କ ମୁଦି ଫେରେଇବା ପାଇଁ ତାଙ୍କୁ ଖୋଜୁଛନ୍ତି।

ଖବର ପାଇବା ପରେ ଜନ ଡ୍ରେନେନ ଓ ଡେନିଏଲ ପୋଲିସ ପାଖରୁ ମୁଦି ଆଣିଥିଲେ। ମୁଦି ପାଇବା ପରେ ଜନ ଡ୍ରେନେନେ କହିଥିଲେ ଯେ, ମୁଦିଟି ଡେନିଏଲର ଆଙ୍ଗୁଳି ସାଇଜ ଠାରୁ ବଡ ଥିଲା ଓ ପ୍ରପୋଜ କରିବା ସମୟରେ

ହାତରୁ ଖସିଯାଇ ନାଳରେ ପଡିଯାଇଥିଲା। ଏହାସହିତ ସେ ପୋଲିସ ଅଧିକାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ନ୍ୟୁୟର୍କ ପୋଲିସ ଡିପାର୍ଟମେଣ୍ଟ (NYPD)ର ପୋଷ୍ଟକୁ ଲୋକମାନେ ଅଧିକ ଶେୟାର କରି ଜନ ଓ ଡାନିଏଲଙ୍କ ପାଖରେ ଖବର ପହଞ୍ଚାଇଥିବାରୁ ପୋଲିସ ବିଭାଗ ତରଫରୁ ଲୋକମାନଙ୍କୁ ମଧ୍ୟ ଧନ୍ୟବାଦ ଦିଆଯାଇଛି।  

#newyork #coupleloosering #NYPDfindthering

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon