• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ: ଜାଣନ୍ତୁ କାହାର ରହିଛି ଘରବାଡି ବିବାଦ ଯୋଗ


(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

(ବେତାର ବ୍ୟୁରୋ)

ମେଷ: ବ୍ୟବସାୟ କାର୍ଯ୍ୟ ପାଇଁ ଦୁରସ୍ଥାନକୁ ଯାତ୍ରା କରିବେ। ସପ୍ତାହର ମଧ୍ୟ ଭାଗ୍ୟରେ ପରିବାର ମଧ୍ୟରେ ସାମାନ୍ୟ ବିଶୃଙ୍ଖଳା ଦେଖାଦେବ। ଆୟ ସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇବ। ଆପଣଙ୍କ ସନ୍ତାନଙ୍କ ପାଇଁ ସପ୍ତାହଟି ବହୁତ ଭଲରେ କଟିବ। ଦାମ୍ପତ୍ୟ ଜୀବନ ହସଖୁସିରେ କଟିବ।

ବୃଷ: ସପ୍ତାହଟି ଆପଣଙ୍କ ପାଇଁ ସେତେଟା ଭଲରେ କଟିବ ନାହିଁ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ପଡିବ। ବ୍ୟବସାୟରେ ଲାଭ ପାଇବେ। ସନ୍ତାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଛାତ୍ରଛାତ୍ରୀମାନଙ୍କୁ ସୁଫଳ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ।

ମିଥୁନ: ଯାତ୍ରା ଯୋଗ ରହିଛି ଓ ଏହାଦ୍ଵାରା ଲାଭ ମଧ୍ୟ ପାଇବେ। ଆୟ ବୃଦ୍ଧି ପାଇବା ସହିତ ବ୍ୟୟ ମଧ୍ୟ ବଢିବ। ନିଜ ପରିଶ୍ରମ ପାଇଁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ପାରିବାରିକ ଜୀବନ ହସଖୁସିରେ କଟିବ।

କର୍କଟ: ପରିବାର ମଧ୍ୟରେ ହସଖୁସିର ବାତାବରଣ ରହିବ। ଘର ପାଇଁ କିଛି ଜିନିଷ କିଣିବେ। ବୈବାହିକ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। କୌଣସି କାରଣରୁ ମନ ବିଚଳିତ ରହିବ।

ସିଂହ: ବିଦେଶ ଯାତ୍ରା କରିପାରନ୍ତି। ପରିବାର ମଧ୍ୟରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ବ୍ୟୟ ବୃଦ୍ଧି ପାଇବ। ପରିଶ୍ରମର ସୁଫଳ ପାଇବେ। ସମସ୍ତ କାର୍ଯ୍ୟକୁ ନିଷ୍ଠାର ସହିତ ସମ୍ପାଦନ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀମାନେ ସହଯୋଗର ହାତ ବଢାଇବେ।

କନ୍ୟା: ଘର ପାଇଁ କିଛି ବିଳାସପୂର୍ଣ୍ଣ ସାମଗ୍ରୀ କିଣିବେ। ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ପ୍ରତିଯୋଗୀତାମୂଳକ ପରୀକ୍ଷା ଦେଉଥିଲେ ସୁଫଳ ପାଇବେ। ଅନ୍ୟ ଉପରେ ଅଧିକ ନିର୍ଭର ରୁହନ୍ତୁ ନାହିଁ।

ତୁଳା: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ। କିନ୍ତୁ ପରିବାର ମଧ୍ୟରେ ସାମାନ୍ୟ ଝଗଡା ହୋଇପାରେ। ମାତାଙ୍କ ସହିତ କୌଣସି କଥାକୁ ନେଇ ଯୁକ୍ତି ହୋଇପାରେ। କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି।

ବିଛା: ପରିବାର ମଧ୍ୟରେ ଜମିବାଡିକୁ ନେଇ ବିବାଦ ହୋଇପାରେ।ଏଥିପାଇଁ ସଚେତନ ରୁହନ୍ତୁ। ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଚାକିରୀରେ ପଦୋନ୍ନତି ହୋଇପାରେ। ସନ୍ତାନଙ୍କ କାର୍ଯ୍ୟକୁ ନେଇ ଖୁସି ଅନୁଭବ କରିବେ।

ଧନୁ: ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ପରିବାର ସଦସ୍ୟଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯିବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ ପାଇଁ ପ୍ରଶଂସିତ ହେବେ। ସନ୍ତାନଙ୍କ ପାଇଁ ଗର୍ବ ଅନୁଭବ କରିବେ। ଆୟ ବୃଦ୍ଧି ପାଇବ।

ମକର: ବ୍ୟୟ ବୃଦ୍ଧି ହେବ। ଆପଣଙ୍କ କଥାରେ କେହି ଆଘାତ ପାଇପାରନ୍ତି, ତେଣୁ କିଛି କହିବା ଆଗରୁ ଭାବିଚିନ୍ତି କୁହନ୍ତୁ। ଆଇନ ବିରୁଦ୍ଧରେ କିଛି କାମ କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନଙ୍କୁ ପରିଶ୍ରମର ସୁଫଳ ମିଳିବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।

କୁମ୍ଭ: କର୍ମକ୍ଷେତ୍ରରେ ବହୁତ ଭଲ ସମୟ କଟିବ। ପରିବାର ସଦସ୍ୟ କିମ୍ବା ବନ୍ଧୁଙ୍କ ସହିତ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ସିନିୟର ଅଧିକାରୀ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।

ମୀନ: ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି। ମାଲିମକୋଦ୍ଦମା କେସରେ ବିଜୟୀ ହେବେ। ଛାତ୍ରଛାତ୍ରୀମାନଙ୍କୁ ସୁଫଳ ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon