• padmabati kund

ଆଗାମୀ ଫିଲ୍ମରେ ‘ଡ୍ରିମଗାର୍ଲ’ ହେବେ ଆୟୁଷ୍ମାନ ଖୁରାନା


(ବେତାର ବ୍ୟୁରୋ) ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିସାରିଲେଣି। କାହାଣୀ ଓ ଚରିତ୍ର ଚୟନ ପାଇଁ ସେ ବେଶ ଜଣାଶୁଣା। ନିକଟରେ ରିଲିଜ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ‘ଅନ୍ଧାଧୁନ’ ଓ ‘ବଧାଇ ହୋ’ ଫିଲ୍ମ ବକ୍ସଅଫିସରେ ବହୁତ ଭଲ ରୋଜଗାର ମଧ୍ୟ କରିଛି। ଏହି ଫିଲ୍ମ କେବଳ ଦର୍ଶକ ନୁହେଁ ବରଂ ଫିଲ୍ମ ସମୀକ୍ଷକଙ୍କ ମନ ଜିତିବାରେ ସମକ୍ଷ ହୋଇପାରିଥିଲା। ତେବେ ଲଗାତାର ଦୁଇଟି ସୁପରହିଟ ଫିଲ୍ମ ଦେବା ପରେ ଆୟୁଷ୍ମାନ ଖୁରାନା ଏକ ଭିନ୍ନ ଚରିତ୍ରରେ ଅଭିନୟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଏହାର ଏକ ଝଲକ ଆୟୁଷ୍ମାନ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଆୟୁଷ୍ମାନ ଖୁରାନା ଆଗକୁ ‘ଡ୍ରିମ ଗାର୍ଲ’ ନାମକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ଏକ ପୋଷ୍ଟର ଆୟୁଷ୍ମାନ ନିଜ ଟ୍ଵିଟର ଆକାଉଣ୍ଟରେ ଶେୟାର କରିଛନ୍ତି। ସେ ଲେଖିଛନ୍ତି, “ଯେତେ ମଜାଦାର ହୋଇପାରିଥାନ୍ତା,ଏହା ସେତେ ମଜାଦାର ଅଟେ। ଏହା ହେଉଛି ଫିଲ୍ମ ଡ୍ରିମଗାର୍ଲରେ ମୋର ପ୍ରଥମ ଝଲକ।“

ଏହି ପୋଷ୍ଟରରେ ଆୟୁଷ୍ମାନ ଫିଲ୍ମରେ ଅଭିନୟ କରୁଥିବା ଚରିତ୍ର ବିଷୟରେ ଜଣାପଡୁଛି। ଆୟୁଷ୍ମାନ ଖୁରାନା ଏହି ପୋଷ୍ଟରରେ ଏକ ଟି-ଶାର୍ଟ ଉପରେ ହଳଦିଆ ରଙ୍ଗର ଏକ ଶାଢୀ ପିନ୍ଧିଛନ୍ତି। ଏହାସହିତ ହାତରେ ଚୁଡି ଓ ପାଦରେ ଚପଲ ପିନ୍ଧିଥିବାର ଦେଖିବାକୁ ମିଳିଛି। ଏହାସହିତ ସେ ବହୁତ ବ୍ୟସ୍ତବିବ୍ରତ ଥିବାପରି ମଧ୍ୟ ଲାଗୁଛନ୍ତି।

ଏହା ପୂର୍ବରୁ ନଭେମ୍ବର 30 ତାରିଖରେ ଆୟୁଷ୍ମାନ ଏକ ଭିଡିଓ ଶେୟାର କରିଥିଲେ। ଏହି ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ସେ ନିଜର ଆଗାମୀ ଫିଲ୍ମ ପାଇଁ ଟିମ ସହିତ ଆଲୋଚନା କରୁଛନ୍ତି। ତାଙ୍କ ଆସିଷ୍ଟାଣ୍ଟ ମଧ୍ୟରୁ ଜଣେ ତାଙ୍କୁ ଏକ ସ୍କ୍ରିପ୍ଟ ପଢିବାକୁ ଦେଉଛି। ସ୍କ୍ରିପ୍ଟକୁ ପଢିବା ପରେ ସେ ବହୁତ ଖୁସି ହେଇଯାଉଛନ୍ତି ଓ ଏହା ତାଙ୍କର ଆଗାମୀ ଫିଲ୍ମ ହେବ ବୋଲି କହୁଛନ୍ତି।

ତେବେ ମୁମ୍ବାଇ ମିରରକୁ ଦେଇଥିବା ସାକ୍ଷାତକାରରେ ଫିଲ୍ମ ବିଷୟରେ ଅଧିକ କିଛି ଆଲୋଚନା ନକରି ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଫିଲ୍ମ ବିଷୟରେ ଅଧିକ କିଛି କହିପାରିବି ନାହିଁ, କେବଳ ଏତିକି କହିବି ଏହି ଚରିତ୍ରରେ କିଛି ସ୍ଵତନ୍ତ୍ରତା ରହିଛି। ‘ଅନ୍ଧାଧୁନ’ ଓ ‘ବଧାଇ ହୋ’ ପରେ ମତେ ଦର୍ଶକଙ୍କୁ ଆହୁରି ଭଲ ଫିଲ୍ମ ଦେବାକୁ ପଡିବ। ବର୍ତ୍ତମାନ ପର୍ଯ୍ୟନ୍ତ ଶୁଣିଥିବା ସବୁଠାରୁ ମଜାଦାର କାହାଣୀ ହେଉଛି ଏହାର କାହାଣୀ।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜ ଶାଣ୍ଡିଲ୍ୟ ଓ ପ୍ରଯୋଜନା କରିଛନ୍ତି ଏକତା କପୁର। ଏଥିରେ ଆୟୁଷ୍ମାନ ଖୁରାନାଙ୍କ ସହିତ ନୁସରତ ଭରୁଚା ଅଭିନୟ କରିଛନ୍ତି। ଏହି ଫିଲ୍ମର ସୁଟିଙ୍ଗ ଆରମ୍ଭ ମଥୁରାରେ ହୋଇଯାଇଛି। ଏହି କମେଡି ଡ୍ରାମା ଫିଲ୍ମଟିକୁ 2019ରେ ରିଲିଜ କରାଯିବାର ଯୋଜନା ରହିଛି। 

#entertainmetnt #bollywood #ayushmankhurana #dreamgirl

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon