• padmabati kund

ଭାରତୀୟ ଦଳକୁ ଅପମାନ କଲା ଅଷ୍ଟ୍ରେଲିଆ ଗଣମାଧ୍ୟମ ; କହିଲା ‘ଡରୁଆ ଖେଳାଳୀ’


(ବେତାର ବ୍ୟୁରୋ) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଲାଯାଇଥିବା କ୍ରିକେଟ ସିରିଜ ସବୁବେଳେ ଅନେକ କାରଣରୁ ଚର୍ଚ୍ଚାରେ ରହିଥାଏ। ସେଥିମଧ୍ୟରୁ ସବୁଠାରୁ ବଡ କାରଣ ହେଉଛି ଏହି ଦୁଇଟି ବଡ ଦଳ ମଧ୍ୟରେ ଆମନାସାମ୍ନା ଏବଂ ଅଷ୍ଟ୍ରେଲିଆ ଦଳ ଓ ଅଷ୍ଟ୍ରେଲିଆ ଗଣମାଧ୍ୟମର ଆକ୍ରମକ ସ୍ଵଭାବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବା ପାଇଁ ଅଳ୍ପଦିନ ବାକି ରହିଛି। ତେବେ ସିରିଜ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଗଣମାଧ୍ୟମ ନିଜ ପୂର୍ବ ସ୍ଵଭାବ ଦେଖାଇଛି। ବିରୋଧୀ ଦଳକୁ ଆକ୍ଷେପ କରି ଦଳର ମନୋବଳକୁ ଦୁର୍ବଳ କରୁଥିବା ଅଷ୍ଟ୍ରେଲିଆ ଗଣମାଧ୍ୟମ ଭାରତୀୟ ଦଳର ଖେଳାଳୀଙ୍କୁ ଡରୁଆ ବ୍ୟାଟ୍ସମ୍ୟାନ ବୋଲି କହିଛି।

ସୂଚନା ମୁତାବକ, ପ୍ରଥମ ଟେଷ୍ଟମ୍ୟାଚ ପାଇଁ ଭାରତୀୟ ଦଳଏଡିଲେଡରେ ପହଞ୍ଚିବା ପରେ ଅଷ୍ଟ୍ରେଲିଆର ଏକ ପ୍ରମୁଖ ଟାବଲଏଡ ଭାରତୀୟ ଖେଳାଳୀଙ୍କୁ  ଡରୁଆ ବାଦୁଡି(scaredy bats) ବୋଲି କହିଛି। ଅଷ୍ଟ୍ରେଲିଆର ସାମ୍ବାଦିକ ରିଚାର୍ଡ ହାଇଡସ ଏହି ଖବରର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋରେ ଲେଖାଯାଇଛି ଯେ, “ଭାରତୀୟ ଖେଳାଳୀମାନେ ବ୍ରିସବେନ ଗ୍ରାଉଣ୍ଡରେ ବାଉନ୍ସକୁ ଡରନ୍ତି, ପର୍ଥ ଗ୍ରାଉଣ୍ଡରେ କିଛି କାରଣ ନଥାଇ ଡରନ୍ତି ଓ ଏଡିଲେଡ ଗ୍ରାଉଣ୍ଡରେ ଅନ୍ଧାରକୁ ଡରନ୍ତି।“ ଏଡିଲେଡ ଗ୍ରାଉଣ୍ଡରେ ଅନ୍ଧାରକୁ ଡରନ୍ତି ବୋଲି ବ୍ୟଙ୍ଗ କରି ଲେଖାଯାଇଛି, କାରଣ ଭାରତୀୟ ଦଳ ଏହି ଗ୍ରାଉଣ୍ଡରେ ଦିବାରାତ୍ର ମ୍ୟାଚ ଖେଳିବାକୁ ମନା କରିଦେଇଥିଲା।

ରିଚାର୍ଡ ଏହି ଫଟୋକୁ ଶେୟାର କରି ଏହାକୁ ଛୋଟପିଲାଙ୍କ କାମ ଓ ଖରାପ ପରମ୍ପରା ବୋଲି କହିଛନ୍ତି। ଏହି ପରମ୍ପରା ଦେଶ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ମଧ୍ୟ କହିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ଏହି ପୋଷ୍ଟକୁ କ୍ରିକେଟ ଫ୍ୟାନ ଦେଖିବା ପରେ ଅଷ୍ଟ୍ରେଲିଆ ଗଣମାଧ୍ୟମକୁ ବହୁ ସମାଲୋଚନା କରିଛନ୍ତି। ଏପରିକି ଅଷ୍ଟ୍ରେଲିଆ ଫ୍ୟାନ ମାନେ ମଧ୍ୟ ଏହାକୁ ଖରାପ ପରମ୍ପରା ବୋଲି କହିଛନ୍ତି।

ତେବେ ଏହି ଫଟୋରେ ଜଣେ ଟ୍ଵିଟର ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, “ଗତଥର କୋହଲି ଅଷ୍ଟ୍ରେଲିଆରେ 86.50ହାରରେ ଚାରିଟି ଶତକ ହାସଲ କରିଥିଲେ। ମୁରଲୀ ବିଜୟ 60.25 ହାର ଓ ରାହାଣେ 57 ହାରରେ ରଣ ସଂଗ୍ରହ କରିଥିଲେ। କେ.ଏଲ.ରାହୁଲ ନିଜର ଦ୍ଵିତୀୟ ଟେଷ୍ଟ ମ୍ୟାଚରେ 110ରନ କରିଥିଲେ। ତେଣୁ ମତେ ଲାଗୁଛି ସେମାନେ ଠିକ ଅଛନ୍ତି।“

ସେହିପରି ଅନ୍ୟଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି ଯେ, “ଭାରତୀୟ ଖେଳାଳୀ କେବଳ ଏହି କଥା ପାଇଁ ଚିନ୍ତିତ ହେବେ ଯେ, ନିମ୍ନ ରାଙ୍କରେ ଥିବା ବିରୋଧୀ ଦଳ ବିପକ୍ଷରେ ଖେଳିପାରିଲେ ନାହିଁ।“

ତେବେ ଏହି ସିରିଜ ଆରମ୍ଭ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କହିଥିଲେ ଯେ, ଯଦି ଆମକୁ ଆକ୍ଷେପ କରି କେହି କିଛି କୁହେ ତେବେ ଆମେ ମଧ୍ୟ ଉଚିତ ଜବାବ ଦେବୁ। ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ 1-1ରେ ସରିବା ପରେ ଆସନ୍ତା ଡିସେମ୍ବର 6 ତାରିଖରୁ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେବ।

#cricket #australiavsindia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon