• ବେତାର ବ୍ୟୁରୋ

ଓଡିଶା ସରକାରଙ୍କ ASO ଲିଖିତ    ପରୀକ୍ଷା ତାରିଖ ଘୁଂଚିଲା


(ବେତାର ବ୍ୟୁରୋ) ଓଡିଶା ପବ୍ଲିକ ସର୍ଭିସ କମିଶନ ତରଫରୁ ଗୃହ ବିଭାଗ ଦ୍ଵାରା ପରିଚାଳିତ ଓଡିଶା ସଚ୍ଚିବାଳୟରେ  ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦରେ ନିଯୁକ୍ତି ପାଇଁ ଗତ ସେପ୍ଟେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପଦରେ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଆସନ୍ତା ଡିସେମ୍ବର23 ତାରିଖରେ ହେବ ବୋଲି ଧାର୍ଯ୍ୟ କରଯାଇଥିଲା, କିନ୍ତୁ ଏହି ପରୀକ୍ଷା ତାରିଖକୁ ଆସନ୍ତା ଜାନୁୟାରୀ 20 ତାରିଖ 2019କୁ ଘୁଞ୍ଚାଇ ଦିଆଯାଇଛି ବୋଲି ଓଡିଶା ପବ୍ଲିକ ସର୍ଭିସ କମିଶନ ତରଫରୁ ନୋଟିଫିକେସନ ଜାରି କରାଯାଇଛି।

ଏହି ବିଜ୍ଞପ୍ତିରେ ମୋଟ 500ଟି ପଦବୀ ପ୍ରକାଶ ପାଇଥିଲା। ଏହି ପଦ ପାଇଁ ଅଧିକ ମାତ୍ରାରେ ପ୍ରାର୍ଥୀମାନେ ଆବେଦନ କରିଛନ୍ତି। ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଲିଖିତ ପରୀକ୍ଷା ପାଇଁ ଭିନ୍ନ ଭିନ୍ନ ପରୀକ୍ଷା କେନ୍ଦ୍ରରେ ପ୍ରସ୍ତୁତି କରିବାକୁ ଅଧିକ ସମୟ ଆବଶ୍ୟକ ବୋଲି ଓପିଏସସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିପାଇଁ ପରୀକ୍ଷା ତାରିଖକୁ ଜାନୁୟାରୀ ମାସକୁ ଘୁଞ୍ଚାଯାଇଛି।

ତେବେ ଏହି ପରୀକ୍ଷା ସମ୍ବନ୍ଧରେ ପ୍ରତିଟି ଅପଡେଟ ପାଇଁ ପ୍ରତିଦିନ ଖବର କାଗଜ ଓ ଓଡିଶା ପବ୍ଲିକ ସର୍ଭିସ କମିଶନର ୱେବସାଇଟ www.opsc.gov.in ରେ ଲଗଇନ କରି ଚେକ କରିବାକୁ କୁହାଯାଇଛି। ଏହି ପରୀକ୍ଷାର ଏକ ସପ୍ତାହ ପୂର୍ବରୁ ପରୀକ୍ଷା ପାଇଁ ଆଡମିଟ କାର୍ଡ ଉପଲବ୍ଧ ହେବ।

ପରୀକ୍ଷାର ବିଷୟବସ୍ତୁ

ଏହି ନିଯୁକ୍ତି ପାଇଁ ଓଡିଶା ପବ୍ଲିକ ସର୍ଭିସ କମିଶନ ତରଫରୁ ହେବାକୁ ଥିବା ପରୀକ୍ଷାରେ ବିଷୟବସ୍ତୁକୁ ଚଳିତ ବର୍ଷ ଠାରୁ ପରିବର୍ତ୍ତନ କରାଯାଇଛି। ଓଡିଆ ଭାଷାକୁ ଅଧିକ ସରକାରୀ ନିଯୁକ୍ତି ପରୀକ୍ଷାରେ ବାଧ୍ୟତାମୂଳକ ଭାବେ ନିଆଯିବ।

ପରୀକ୍ଷାର୍ଥୀମାନେ ମୋଟ ଚାରିଟି ପେପରରେ ପରୀକ୍ଷା ଦେବେ। ପେପର-1ରେ 100ମାର୍କର ଜେନେରାଲ ଆୱାରନେସର ପରୀକ୍ଷା ଦେବେ ଓ ଏଥିପାଇଁ ମୋଟ 1ଘଣ୍ଟା 30 ମିନିଟ ସମୟ ମିଳିବ। ପେପର-2ରେ ରିଜିନିଙ୍ଗ ଓ ମେଣ୍ଟାଲ ଆବିଲିଟି (50ମାର୍କ) ଓ ଗଣିତ (50ମାର୍କ) ପାଇଁ 1 ଘଣ୍ଟା 30ମିନିଟ ସମୟ ଦିଆଯିବ। ପେପର-3ରେ ଇଂରାଜୀ (100 ମାର୍କ) ଓ ଓଡିଆ (100  ମାର୍କ) ପାଇଁ 2ଘଣ୍ଟା ସମୟ ମିଳିବ।

ଲିଖିତ ପରୀକ୍ଷାରେ ପାସ କରିଥିବା ପ୍ରାର୍ଥୀଙ୍କୁ ଦକ୍ଷତା ପରୀକ୍ଷା ପାଇଁ ଡକାଯିବ। ପେପର-4 ଦକ୍ଷତା ପରୀକ୍ଷାରେ କମ୍ପ୍ୟୁଟର ପ୍ରାକ୍ଟିକାଲ ପରୀକ୍ଷା (50 ମାର୍କ ) ହେବ ଓ ଏଥିପାଇଁ ପ୍ରାର୍ଥୀଙ୍କୁ 1ଘଣ୍ଟା ସମୟ ଦିଆଯିବ।

#asoexam #opsc #examdatepostponed

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon