• padmabati kund

ଆମାଜନରେ MI ଫୋନ ସେଲ୍ ଡିସେମ୍ବର 6ରୁ, ଏତିକି ମିଳିବ ରିହାତି


(ବେତାର ବ୍ୟୁରୋ) ଇ-କମର୍ସ ୱେବସାଇଟ ଆମାଜନରେ ଡିସେମ୍ବର 6 ତାରିଖରୁ ସାଓମିର ସେଲ ଆରମ୍ଭ ହେବାକୁ ଯାଉଛି। ଏହି ସେଲରେ ସାଓମିର ସ୍ମାର୍ଟଫୋନ ଗୁଡିକ ଉପରେ ରିହାତି ମିଳିବ। ସାଓମି ସ୍ମାର୍ଟଫୋନ ବ୍ୟତୀତ ଅନ୍ୟାନ୍ୟ ପ୍ରଡ଼କ୍ଟ ଉପରେ ମଧ୍ୟ ରିହତି ପାଇପାରିବେ। ଏହି ସେଲ ଡିସେମ୍ବର 6 ତାରିଖରୁ 8ତାରିଖ ପର୍ଯ୍ୟନ୍ତ ଚାଲିବ। ଯଦି ଆପଣ ନୂଆ ସ୍ମାର୍ଟଫୋନ କିଣିବା ପାଇଁ ଚାହୁଁଛନ୍ତି ତେବେ ସାଓମିର ଏହି ସେଲର ଆପଣ ଲାଭ ଉଠାଇ ପାରିବେ।

ଏହି ସେଲ ସମୟରେ ସାଓମି MI A2 ଓ ରେଡମି Y2 ସ୍ମାର୍ଟଫୋନକୁ ଶସ୍ତାରେ କିଣିପାରିବେ। ଏହି ଦୁଇଟି ସ୍ମାର୍ଟଫୋନରେ ଆପଣଙ୍କୁ ଟ.2000 ପର୍ଯ୍ୟନ୍ତ ରିହାତି ମିଳିବ। ତେବେ ଯଦି ଆପଣ ଏହି ସେଲର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଜାଣିରଖନ୍ତୁ ଏହି ସ୍ମାର୍ଟଫୋନର ମୂଲ୍ୟ କେତେ ରହିଛି।

ରେଡମି Y2

ରେଡମି Y2ର 3ଜିବି +32ଜିବି ଷ୍ଟୋରେଜ ଥିବା ସ୍ମାର୍ଟଫୋନର ବଜାର ମୂଲ୍ୟ ଟ.10,499 ହୋଇଥିବା ବେଳେ ଏହା ଆପଣଙ୍କୁ ଟ.8,999ରେ ମିଳିଯିବ। ସେହିପରି 4ଜିବି+64ଜିବି ଷ୍ଟୋରେଜ ଥିବା ସ୍ମାର୍ଟଫୋନର ବଜାର ମୂଲ୍ୟ ଟ.13,499 ହୋଇଥିବା ବେଳେ ଏହାକୁ ଆପଣ ଟ.10,999ରେ କିଣିପାରିବେ।

ସାଓମି MI A2

ସାଓମି MI A2ର 4ଜିବି+64ଜିବି ଷ୍ଟୋରେଜ ଥିବା ସ୍ମାର୍ଟଫୋନର ବଜାର ମୂଲ୍ୟ ଟ.17,499 ଥିବା ବେଳେ ଏହି ସେଲରେ ଆପଣ ଏହାକୁ ଟ.14,999ରେ କିଣିପାରିବେ। ସେହିପରି 6ଜିବି+124ଜିବି ଷ୍ଟୋରେଜ ଥିବା ସ୍ମାର୍ଟଫୋନର ବଜାର ମୂଲ୍ୟ ଟ.20,500 ରହିଥିବାବେଳେ ଆପଣ ଏହାକୁ ଟ.16,999ରେ କିଣିପାରିବେ।

ଏହାବ୍ୟତୀତ ଏହି ସେଲରେ redmi 6pro, redmi 6A ଫୋନରେ ମଧ୍ୟ ଆପଣଙ୍କୁ ଖାସ ଅଫର ମିଳିବ। ଏହାସହିତ ଆମାଜନର ଏହି ସେଲରେ MI 10,000mah ପାୱାରବ୍ୟାଙ୍କକୁ ଟ.899 ମୂଲ୍ୟରେ କିଣିପାରିବେ। ଇଅରଫୋନ, ୱାଇ-ଫାଇ ରାଉଟର ଓ ଫୋନ ଚାର୍ଜର ଉପରେ ମଧ୍ୟ ରିହାତି ପାଇପାରିବେ।

ଫ୍ଲିପକାର୍ଟର ବିଗ ସପିଙ୍ଗ ଡେ ସେଲ

ଅନ୍ୟପଟରେ ଡିସେମ୍ବର 6 ତାରିଖରେ ଫ୍ଲିପକାର୍ଟର ତରଫରୁ ବିଗ ସପିଙ୍ଗ ଡେ ସେଲ ଆରମ୍ଭ ହେଉଛି। ଏହି ସେଲ ମଧ୍ୟ ତିନିଦିନ ପର୍ଯ୍ୟନ୍ତ ଚାଲିବ। ଫ୍ଲିପକାର୍ଟର ଏହି ସେଲରେ ମଧ୍ୟ ସ୍ମାର୍ଟଫୋନ ଉପରେ ରିହାତି ମିଳିବ। ସାଓମିର ସବବ୍ରାଣ୍ଡ poco ର ପ୍ରଥମ ସ୍ମାର୍ଟଫୋନ poco f1 ଉପରେ ଟ.5,000 ପର୍ଯ୍ୟନ୍ତ ରିହାତି ମିଳିବ। ସେହିପରି redmi 6pro, Nokia 5.1 plus, ମୋଟୋରୋଲା ୱାନ ପାୱାର, ଗୁଗୁଲ ପିକ୍ସେଲ2 XL ସ୍ମାର୍ଟଫୋନ ଗୁଡିକରେ ମଧ୍ୟ ରିହାତି ମିଳିବ। ଏହି ସେଲ ସମୟରେ ଯଦି ଆପଣ HDFC ବ୍ୟାଙ୍କର କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡରୁ ପେମେଣ୍ଟ କରୁଛନ୍ତି ତେବେ ଆପଣଙ୍କୁ 10% ରିହାତି ମଧ୍ୟ ମିଳିବ।

#onlineshopping #mobile #smartphone

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon