• padmabati kund

ଏତିକି କୋଟି ଟଙ୍କାରେ ବିକ୍ରି ହୋଇଛି ପ୍ରିୟଙ୍କା ଓ ନିକଙ୍କ ବିବାହ ଫଟୋ


(ବେତାର ବ୍ୟୁରୋ) ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସଙ୍କ ବିବାହ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି। ଜୋଧପୁରର ଉମେଦ ଭବନରେ ଡିସେମ୍ବର 1ତାରିଖରେ ଖ୍ରୀଷ୍ଟିୟାନ ରୀତିନୀତିରେ ବିବାହ କରିବା ପରେ ଡିସେମ୍ବର 2 ତାରିଖରେ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି। ଉଭୟଙ୍କ ବିବାହର ପ୍ରଥମ ଫଟୋକୁ ପ୍ରିୟଙ୍କା ମଙ୍ଗଳବାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି।

ତେବେ ପ୍ରିୟଙ୍କା ଓ ନିକଙ୍କ ବିବାହର ପ୍ରଥମ ଫଟୋକୁ people magazine ତରଫରୁ ସୋସିଆଲ ମିଡିଆରେ ଶେୟାର କରଯାଇଥିଲା। ରିପୋର୍ଟ ମୁତାବକ ପ୍ରିୟଙ୍କା ଓ ନିକ ତାଙ୍କ ବିବାହ ଫଟୋ ଏହି ମାଗାଜିନକୁ ବିକ୍ରି କରିଛନ୍ତି ଓ ଏଥିପାଇଁ ପ୍ରାୟ 18କୋଟି ଟଙ୍କା ନେଇଛନ୍ତି। କେବଳ ପ୍ରିୟଙ୍କା ଚୋପ୍ରା ନୁହନ୍ତି ଆହୁରି ଅନେକ ସେଲିବ୍ରିଟି ମଧ୍ୟ ଏହୋପରି ଭାବରେ ନିଜ ବିବାହ ଫଟୋକୁ ଭିନ୍ନ ଭିନ୍ନ ମାଗାଜିନକୁ ବିକ୍ରି କରିଛନ୍ତି।

ଏହାପୂର୍ବରୁ ଚଳିତ ବର୍ଷ ମେ’ ମାସରେ ବଲିଉଡ ଅଭିନେତ୍ରୀ ସୋନାମ କପୁର ଓ ଆନନ୍ଦ ଆହୁଜା ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସୋନାମ ତାଙ୍କର ବିବାହ ଫଟୋକୁ vogue indiaକୁ ବିକ୍ରି କରିଥିଲେ। ତାଙ୍କ ବିବାହରେ ଫଟୋ ଉଠାଇବାକୁ ନେଇ ସେତେ କଟକଣା ନଥିଲା। ଅତିଥି ମାନେ ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। କିନ୍ତୁ vogue ତରଫରୁ ଏହି ଯୋଡିଙ୍କ ସବୁଠାରୁ ସୁନ୍ଦର ଫଟୋକୁ ଶେୟାର କରଯାଇଥିଲା। ତେବେ ଏଥିପାଇଁ ସେ କେତେ ଟଙ୍କା ନେଇଥିଲେ ସେ ନେଇ କିଛି ଜଣାପଡିନଥିଲା।

ତେବେ ପ୍ରିୟଙ୍କା ଓ ନିକଙ୍କ ଏହି ବିବାହ ଫଟୋ ବିକ୍ରି କରିବା ଘଟଣାକୁ ସୋସିଆଲ ମିଡିଆରେ ଅନେକ ସମାଲୋଚନା ମଧ୍ୟ କରିଛନ୍ତି।

ରିସେପ୍ସନରେ ନରେନ୍ଦ୍ର ମୋଦୀ ଦେଲେ ଆଶୀର୍ବାଦ

ପ୍ରିୟଙ୍କା ଓ ନିକ ବିବାହ କରି ଦିଲ୍ଲୀକୁ ଫେରିବା ପରେ ଡିସେମ୍ବର 4 ତାରିଖରେ ତାଜ ହୋଟେଲରେ ରିସେପ୍ସନ ରଖିଥିଲେ। ଏହି ରିସେପ୍ସନ ପାର୍ଟିରେ ଅନେକ ବଲିଉଡ କଳାକାରଙ୍କ ସମେତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏହି ରିସେପ୍ସନରେ ଯୋଗ ଦେଇ ପାର୍ଟିକୁ ଆହୁରି ଗ୍ରାଣ୍ଡ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ପ୍ରିୟଙ୍କା ଓ ନିକଙ୍କ ସହ ପ୍ରାୟ 10 ମିନିଟ କଥା ହୋଇଥିଲେ ଓ ତାଙ୍କୁଆ ଆଶୀର୍ବାଦ ମଧ୍ୟ ଦେଇଥିଲେ। ତେବେ ବିବାହ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ନିଜେ ନିକ ଓ ପ୍ରିୟଙ୍କା ତାଙ୍କ ନିକଟକୁ ଯାଇଥିଲେ।

#entertainmetnt #bollywood #priyankanickwedding

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon