• ବେତାର ବ୍ୟୁରୋ

ପଢନ୍ତୁ : MBA ପାସଙ୍କ ପାଇଁ ବ୍ୟାଙ୍କ ଅଫ ବରୋଦାରେ 913ଟି ଚାକିରୀ


(ବେତାର ବ୍ୟୁରୋ) ବ୍ୟାଙ୍କ ଅଫ ବରୋଦା (BOB) ତରଫରୁ ସ୍କେଲ-1 ଓ ସ୍କେଲ-2ରେ ସ୍ପେଶିଆଲିଷ୍ଟ ଅଫିସର ପଦରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ଏହି ନିଯୁକ୍ତି ସମଗ୍ର ଭାରତ ବର୍ଷରେ ଥିବା ବ୍ୟାଙ୍କ ଅଫ ବରୋଦା ଶାଖା ଗୁଡିକରେ ହେବ। ତେବେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 913ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ସ୍କେଲ-1 ୱେଲଥ ମ୍ୟାନେଜମେଣ୍ଟ/ ସର୍ଭିସ ସେଲ ପଦ ପାଇଁ 700ଟି, ସ୍କେଲ-2 ୱେଲଥ ମ୍ୟାନେଜମେଣ୍ଟ/ ସର୍ଭିସ ସେଲ ପଦ ପାଇଁ 150ଟି ପଦ, ସ୍କେଲ-1 ୱେଲଥ ମ୍ୟାନେଜମେଣ୍ଟ/ ସର୍ଭିସ ଅପରେସନ ପଦ ପାଇଁ   2ଟି, ସ୍କେଲ-2 ୱେଲଥ ମ୍ୟାନେଜମେଣ୍ଟ/ ସର୍ଭିସ ଅପରେସନ ପଦ ପାଇଁ 1ଟି, ସ୍କେଲ-2 ଲିଗାଲ ପଦ ପାଇଁ 40ଟି ଓ ସ୍କେଲ-3 ଲିଗାଲ ପଦ ପାଇଁ 20ଟି ପଦ ରହିଛି।ତେବେ ଏହି ସବୁ ପଦବୀ ପାଇଁ ତିନି ରୁ ଚାରି ବର୍ଷ ଅଭିଜ୍ଞତା ଥିବା ଜରୁରୀ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଡିସେମ୍ବର 26 ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ।

ଦରମା

ସ୍କେଲ-1 ପଦ ଗୁଡିକ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.23,700, ସ୍କେଲ-2 ପଦ ପାଇଁ ମାସିକ ଟ.31,705 ଓ ସ୍କେଲ-3 ପଦ ପାଇଁ ମାସିକ ଟ.42,020 ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପଦ ଗୁଡିକରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ନଭେମ୍ବର 1 ତାରିଖ 2018 ସୁଦ୍ଧା ସର୍ବନିମ୍ନ 21ବର୍ଷ ଓ ସର୍ବାଧିକ 35ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ, ଓବିସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ ଓ ଶାରୀରିକଭାବେ ଅକ୍ଷମପ୍ରାର୍ଥୀଙ୍କ ପାଇଁ 10ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ସ୍କେଲ-1 ୱେଲଥ ମ୍ୟାନେଜମେଣ୍ଟ/ ସର୍ଭିସ ସେଲ ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ। ସେହିପରି ସ୍କେଲ-2 ୱେଲଥ ମ୍ୟାନେଜମେଣ୍ଟ/ ସର୍ଭିସ ସେଲ ପଦ ପାଇଁ MBA ପାସ କରିଥିବା ସହିତ 4ବର୍ଷର ଅଭିଜ୍ଞତା ଥିବା ଜରୁରୀ।  

ସ୍କେଲ-1 ଓ ସ୍କେଲ-2ରେ ୱେଲଥ ମ୍ୟାନେଜମେଣ୍ଟ/ ସର୍ଭିସ ଅପରେସନ ପଦ ପାଇଁ MBA ପାସ କରିବା ସହିତ 3ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ସେହିପରି ଲିଗାଲ ପଦ ଗୁଡିକରେ ଆବେଦନ କରିବା ପାଇଁ LAW ପାସ କରିବା ସହିତ 3-5ବର୍ଷ ଅଭିଜ୍ଞତା ଥିବା ଜରୁରୀ।

ଆବେଦନ ଫି

ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.600 ଦେବାକୁ ପଡିବ। ଅନୁସୂଚିତ ଜାତି, ଜନଜାତି ଓ ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କୁ ଟ.100 ଦେବାକୁ ପଡିବ। ଏହି ଫି’କୁ କ୍ରେଡିଟ କାର୍ଡ, ଡେବିଟ କାର୍ଡ କିମ୍ବା ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ଅନଲାଇନରେ ପଇଠ କରିପାରିବେ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ବ୍ୟାଙ୍କ ଅଫ ବରୋଦାର ଅଫିସିଆଲ ୱେବସାଇଟ  www.bankofbaroda.co.in ରେ ଲଗଇନ କରନ୍ତୁ। ଏହାପରେ ‘apply online’ ଅପ୍ସନରେ କ୍ଲିକ କରିବା ପରେ ଆବେଦନ କରିପାରିବେ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ପାଇଁ ବ୍ୟାଙ୍କ ଅଫ ବରୋଦାର ଅଫିସିଆଲ ୱେବସାଇଟ  www.bankofbaroda.co.in ରେ ଲଗଇନ କରନ୍ତୁ।   

#jobs #bankjob #bankofbaroda

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon