• ବେତାର ବ୍ୟୁରୋ

ମାଲକାନାଗିରି ଜିଲ୍ଲାରେ ପ୍ରକାଶ ପାଇଲା 65 ଚୁକ୍ତିଭିତ୍ତିକ ଶିକ୍ଷକ ପଦବୀ


(ବେତାର ବ୍ୟୁରୋ) ମାଲକାନାଗିରି ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ଗୁଡିକରେ ଚୁକ୍ତି ଭିତ୍ତିକ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ଏହି ଚାକିରୀ ଚୁକ୍ତିଭିତ୍ତିକ ଅଟେ। ପ୍ରାର୍ଥୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ଓ ରଖିଥିବା ମାର୍କ ଆଧାରରେ ଚୟନ ହେବ ବୋଲି ଜିଲ୍ଲା ୱେବସାଇଟରେ ଉଲ୍ଲେଖ ରହିଛି ।

ପଦବୀ ସଂଖ୍ୟା

ଚୁକ୍ତିଭିତ୍ତିକ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତିରେ ମୋଟ 65ଟି ପଦ ପ୍ରକାଶ ପାଇଛି। ସେଥିମଧ୍ୟରୁ ବି.ଏସସି.ବି.ଏଡ (B.Sc B.Ed) ପାଇଁ 21ଟି ପଦବୀ, ବି.ଏ.ବି.ଏଡ (B.A B.Ed)  ପାଇଁ 20ଟି ପଦବୀ, ହିନ୍ଦୀ ଶିକ୍ଷକ ପାଇଁ 8ଟି ପଦ, ସଂସ୍କୃତ ଶିକ୍ଷକ ପାଇଁ 7ଟି ପଦ ଓ PET ଶିକ୍ଷକ ପାଇଁ 9ଟି ପଦ ପ୍ରକାଶ ପାଇଛି।

ଏଥିମଧ୍ୟରୁ ସାଧାରଣ କାଟେଗୋରୀ ପାଇଁ 36 ପଦବୀ, ଏସ.ଇ.ବି.ସି ପାଇଁ 3 ପଦବୀ, ଅନୁସୂଚିତ ଜନଜାତି ତଥା ଆଦିବାସୀଙ୍କ ନିମନ୍ତେ 18 ପଦବୀ ଓ ଅନୁସୂଚିତ ଜାତିଙ୍କ ପାଇଁ 8ଟି ପଦବୀ ସଂରକ୍ଷିତ ରହିଛି ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ଆବେଦନ ପତ୍ର ଡିସେମ୍ବର ମାସ 22 ତାରିଖ ସୁଦ୍ଧା ସ୍ପିଡ 

ପୋଷ୍ଟ/ରେଜିଷ୍ଟରଡ ପୋଷ୍ଟ ଜରିଆରେ ମାଲକାନାଗିରି ଜିଲା ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ଆବଶ୍ୟକ।

ଦରମା

ବି.ଏସସି.ବି.ଏଡ, ବି.ଏ.ବି.ଏଡ, ତାଲିମ ନେଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.16,880, ତାଲିମ ନେଇନଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦ ପାଇଁ ଟ.10,000 ଓ PET ଶିକ୍ଷକ ପାଇଁ ଟ.9,250 ଦରମା ପ୍ରଦାନ କରାଯିବ।

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1,2018 ସୁଦ୍ଧା ସର୍ବନିମ୍ନ 21ବର୍ଷ ଓ ସର୍ବାଧିକ 32ବର୍ଷ ହେବା ଆବଶ୍ୟକ। ଅନୁସୂଚିତ ଜାତି,ଜନଜାତି,ଏସ.ଇ.ବି.ସି,ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ  କୋହଳ କରାଯାଇଥିବା ବେଳେ ଶାରିରୀକ ଭାବେ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 10ବର୍ଷ ପର୍ଯ୍ୟନ୍ତ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଆବଶ୍ୟକ ବିଭାଗରେ ଡିଗ୍ରୀ ପାସ କରିବା ସହିତ ବି.ଏଡ (B.ed) ପାସ କରିଥିବା ଆବଶ୍ୟକ।

କିପରି ଆବେଦନ କରିବେ

ଆବେଦନ ପତ୍ରକୁ କେବଳ ରେଜିଷ୍ଟର ପୋଷ୍ଟ କିମ୍ବା ସ୍ପିଡ ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ। ଏଥିପାଇଁ (District Welfare Office, Malkanagiri, p.o/dist-Malkanagiri ,pin-764045) ଠିକଣାରେ ପଠାଇ ପାରିବେ।

ଚୟନ ପଦ୍ଧତି

ପ୍ରାର୍ଥୀମାନଙ୍କୁ ସେମାନଙ୍କର ପରୀକ୍ଷାରେ ରଖିଥିବା ମାର୍କ ଅନୁସାରେ ଓ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ। ମାଲକାନାଗିରି  ଜିଲ୍ଲାର ପ୍ରାର୍ଥୀଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ମାଲକାନାଗିରି ଜିଲ୍ଲା ଅଫିସିଆଲ ୱେବସାଇଟ www.malkanagiri.nic.in ରେ ଲଗଇନ କରନ୍ତୁ।

#jobs #teacher

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon