• padmabati kund

‘ପ୍ରିୟଙ୍କା ଚୋପ୍ରା ସୁବିଧାବାଦୀ ମହିଳା’ : ଆମେରିକା ମିଡିଆ


(ବେତାର ବ୍ୟୁରୋ) ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ନିଜ ଅଭିନୟର ଜାଦୁ ଦେଖାଇ ଲୋକପ୍ରିୟତା ହାସଲ କରିଥିବା ପ୍ରିୟଙ୍କା ଚୋପ୍ରା ଆମେରିକାର ଗାୟକ ତଥା ଅଭିନେତା ନିକ ଜୋନାସଙ୍କୁ ବିବାହ କରିସାରିଛନ୍ତି। ବିବାହ ସରିବା ପରେ ବିବାହର କିଛି ଫଟୋ ଉଭୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋ ଦେଖିବା ପରେ ଫ୍ୟାନମାନେ ମଧ୍ୟ ଖୁବ ଖୁସି ଅଛନ୍ତି। କିନ୍ତୁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଯୋଡିଙ୍କ ସମ୍ପର୍କ ଉପରେ ନ୍ୟୁୟର୍କର ଏକ ମାଗାଜିନ ପ୍ରଶ୍ନ ଉଠାଇ, ପ୍ରିୟଙ୍କା ଚୋପ୍ରାଙ୍କୁ ସୁବିଧାବାଦୀ ମହିଳା ବୋଲି କହିଛି।

ନ୍ୟୁୟର୍କର ‘ଦ କଟ୍’ ନାମକ ଏକ ଆନ୍ତର୍ଜାତୀୟ ମାଗାଜିନ ଗତ ବୁଧବାର ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସଙ୍କୁ ନେଇ ଏକ ରିପୋର୍ଟ ପ୍ରକାଶ କରିଥିଲା। ଏହାର ଟାଇଟିଲ ରହିଥିଲା ‘ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସଙ୍କ ବିବାହ ସତ୍ୟ କି?’ ଏହି ଅନୁଚ୍ଛେଦରେ ପ୍ରିୟଙ୍କା ଓ ନିକଙ୍କ ବିବାହକୁ ଧୋକା ବୋଲି କୁହାଯିବା ସହିତ ଏହି ବିବାହ ନିକଙ୍କ ଇଚ୍ଛା ବିରୁଦ୍ଧରେ ହୋଇଛି ବୋଲି ଉଲ୍ଲେଖ କରଯାଇଥିଲା।

ଏହି ରିପୋର୍ଟକୁ ମାରିୟା ସ୍ମିଥ ନାମକ ଜଣେ ସମ୍ବାଦିକା ଲେଖିଥିଲେ। ସେ ଏହି ଲେଖା ମାଧ୍ୟମରେ ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି ଯେ, ଏହି ବିବାହକୁ ପ୍ରିୟଙ୍କା ଓ ତାଙ୍କର ଏକ ଲୋକସମ୍ପର୍କ (PR) ଟିମ ଦ୍ଵାରା ଯୋଜନା କରଯାଇଥିଲା। ନିକ ପ୍ରିୟଙ୍କାଙ୍କୁ ବିବାହ କରି ସାରା ଜୀବନ ପାଇଁ ବନ୍ଦୀ ହୋଇଯାଇଛନ୍ତି ବୋଲି ସେ ଲେଖିଛନ୍ତି। ଏହାବ୍ୟତୀତ ସେ ସଂପୂର୍ଣ୍ଣ ଆର୍ଟିକିଲରେ ଏହି କଥା ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି ଯେ, 27ବର୍ଷ ବୟସରେ ବିବାହ କରିବା ନିକଙ୍କ ପାଇଁ ଉଚିତ ନଥିଲା କିନ୍ତୁ ପ୍ରିୟଙ୍କାଙ୍କ ପାଇଁ ଏହା ଆବଶ୍ୟକ ଥିଲା।

କେବଳ ସେତିକି ନୁହେଁ ପ୍ରିୟଙ୍କାଙ୍କୁ ଜଣେ ସୁବିଧାବାଦୀ ମହିଳା ବୋଲି ମଧ୍ୟ କୁହାଯାଇଛି। ଆର୍ଟିକିଲରେ ଶେଷକୁ ଲେଖାଅଛି ଯେ,ନିକଙ୍କୁ ଘୋଡା ଉପରେ ବସାଇ ବାହାଘର କରିଦେଲା, କିନ୍ତୁ ଥରେ ମାତ୍ରା ପଚାରିଲା ନାହିଁ ଯେ, ସେ ଘୋଡା ଉପରେ କମ୍ଫର୍ଟେବଲ ଅଛି କି ନାହିଁ। ଆହୁରି ମଧ୍ୟ ଲେଖାଯାଇଥିଲା ଯେ, ଯଦି ନିକ ଏହି ଆର୍ଟିକିଲ ପଢୁଛ ତେବେ ସେହି ଘୋଡାରେ ବସି ସେଠାରୁ କୁଆଡେ ଚାଲିଯାଅ।

ଏହି ଆର୍ଟିକିଲକୁ ପଢିବା ପରେ ଲୋକମାନେ ସୋସିଆଲ ମିଡିଆରେ ଏହାର ପ୍ରକାଶନକୁ କଡା ସମାଲୋଚନା କରିଥିଲେ। ନିକ ଜୋନାସଙ୍କ ଭାଇ-ଭାଉଜଙ୍କ ବ୍ୟତୀତ ବଲିଉଡର ଅନେକ ସେଲିବ୍ରିଟି ମଧ୍ୟ ଏହାର ପ୍ରକାଶନକୁ ନିନ୍ଦା କରିଛନ୍ତି। ସୋନାମ କପୁର ମଧ୍ୟ ଏହାକୁ ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି, “ ଏହି ଲେଖା ପାଇଁ The cut କୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଜଣେ ମହିଳାଙ୍କ ବିଷୟରେ ଏପରି କଥା ଅନ୍ୟଜଣେ ମହିଳା ଲେଖିଛନ୍ତି। ଏହା ସବୁଠାରୁ ଦୁଃଖର କଥା ଅଟେ।“

Thecut ମାଗାଜିନରେ ମହିଳାଙ୍କୁ ଗୁରୁତ୍ଵ ଦିଆଯାଇ ଲେଖା ପ୍ରକାଶ ପାଇଥାଏ। କିନ୍ତୁ ମାରିୟା ସ୍ମିଥଙ୍କ ଦ୍ଵାରା ଏପରି ଏକ ଆର୍ଟିକିଲ ପ୍ରକାଶ ପାଇବା ପରେ ସମସ୍ତେ ଏହାକୁ ସମାଲୋଚନା କରିଛନ୍ତି। ଏହା ଏକ ଦୁର୍ବଳ ମନର କଥା ଓ ବ୍ୟକ୍ତିଗତ ମନ୍ତବ୍ୟ ବୋଲି କୁହାଯାଇଛି।

ତେବେ ଲୋକମାନଙ୍କର ସମାଲୋଚନାଭରା ପ୍ରତିକ୍ରିୟା ପାଇବା ପରେ ଉକ୍ତ ମାଗାଜିନ ତରଫରୁ ସେହି ଆର୍ଟିକିଲକୁ ଉଠାଇ ଦିଆଯାଇଛି। ଏଥିପାଇଁ ସେ ପ୍ରିୟଙ୍କା, ନିକ ଓ ପାଠକଙ୍କ ଠାରୁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି।

#entertainmetnt #bollywood #priyankanickwedding #thecutmagazine

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon