• padmabati kund

କମ ଲୋକପ୍ରିୟ ହେବାରୁ ଭାରତକୁ ଦିବାରାତ୍ର ଟେଷ୍ଟ ଖେଳିବାକୁ ଅନୁରୋଧ କଲା ଅଷ୍ଟ୍ରେଲିଆ


(ବେତାର ବ୍ୟୁରୋ) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ତ୍ତମାନ ପ୍ରଥମ ଟେଷ୍ଟ ମ୍ୟାଚ ଆଡିଲେଡରେ ଖେଳାଯାଉଛି। ତେବେ ଆଡିଲେଡରେ ଖେଳାଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚରେ ଖେଳ ଦେଖିବାକୁ ଆସିଥିବା ଦର୍ଶକଙ୍କ ସଂଖ୍ୟା ସବୁଠାରୁ କମ ରହିଛି। ୨୦୧୩ ମସିହାରୁ ଏହି ଆଡିଲେଡ ଗ୍ରାଉଣ୍ଡର ପୁନଃନିର୍ମାଣ ହେବା ପରଠାରୁ ଏହି ଟେଷ୍ଟ ମ୍ୟାଚରେ ସବୁଠାରୁ କମ ଦର୍ଶକ ଖେଳ ଦେଖିବା ପାଇଁ ଆସୁଛନ୍ତି, ଯାହାକି ଅଷ୍ଟ୍ରେଲିଆ ପାଇଁ ଚିନ୍ତାର ବିଷୟ ହୋଇଛି। ଏଥିପାଇଁ ଆଗକୁ ଏହି ଗ୍ରାଉଣ୍ଡରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିବା ନିଷ୍ପତ୍ତି ଉପରେ ବିଚାର କରିବା ପାଇଁ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)କୁ ଅଷ୍ଟ୍ରେଲିଆ ଅନୁରୋଧ କରିଛି।

କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି ଯେ, ଆଡିଲେଡରେ ଖେଳଯାଉଥିବା ଏହି ଟେଷ୍ଟର ପ୍ରଥମ ଦିନରେ ମାତ୍ର ୨୩,୮୦୨ ଜଣ ଦର୍ଶକ ଉପସ୍ଥିତ ଥିଲେ। କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କେଭିନ ରାବଟସ କହିଛନ୍ତି, “ଦର୍ଶକ ମାନେ କଣ ଚାହୁଁଛନ୍ତି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ତାହା ମଧ୍ୟ ଦର୍ଶକଙ୍କ ଉପସ୍ଥିତିରୁ ଜଣା ପଡୁଛି। ଗତବର୍ଷ ଏହି ଗ୍ରାଉଣ୍ଡରେ ବହୁ ସଂଖ୍ୟାରେ ଦର୍ଶକ ଖେଳ ଦେଖିବା ପାଇଁ ଆସିଥିଲେ।“

ଗତ ବର୍ଷ ଏହି ଆଡିଲେଡ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଲାଯାଇଥିବା ASHES ସିରିଜରେ ପ୍ରଥମ ମ୍ୟାଚରେ ୫୫,୦୦୦ ଦର୍ଶକ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଦକ୍ଷିଣଆଫ୍ରିକା ବିରୁଦ୍ଧରେ ଖେଳାଯାଇଥିବା ମ୍ୟାଚରେ ୩୨,୨୫୫ ଜଣ ଦର୍ଶକ ଓ ନ୍ୟୁଜଲ୍ୟାଣ୍ଡ ବିରୁଦ୍ଧରେ ଖେଲାଯାଇଥିବା ମ୍ୟାଚର ପ୍ରଥମ ଦିନରେ ୪୭,୪୪୧ଜଣ ଦର୍ଶକ ଉପସ୍ଥିତ ଥିଲେ। ଚାରିବର୍ଷ ପୂର୍ବରୁ ଭାରତ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଏହି ଗ୍ରାଉଣ୍ଡରେ ୨୫,୬୧୯ ଜଣ ଦର୍ଶକ ଉପସ୍ଥିତ ଥିଲେ। କିନ୍ତୁ ଗତ ଗୁରୁବାର ଦିନ ଏହି ଗ୍ରାଉଣ୍ଡରେ ଦର୍ଶକଙ୍କ ସଂଖ୍ୟା ସବୁଠାରୁ କମ ରହିଥିଲା।

କେଭିନ ରାବଟସ କହିଛନ୍ତି, “ଭାରତ କେବଳ ଏକମାତ୍ର ଦେଶ ଯାହାକୁ ଆରମ୍ଭରୁ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିବାକୁ ନେଇ ସମସ୍ୟା ରହିଛି। ଟେଷ୍ଟ କ୍ରିକେଟକୁ ପୁଣି ଲୋକପ୍ରିୟ କରିବା ପାଇଁ ଗୋଲାପି ବଲରେ ଖେଳିବା ନିହାତି ଜରୁରୀ ଅଟେ, ତେବେ ପାଞ୍ଚଦିନ ପାଇଁ ଖେଳା ଯାଉଥିବା ଏହି ମ୍ୟାଚରେ ଦର୍ଶକଙ୍କ ସଂଖ୍ୟା ଅଧିକ ରହିବ।“

ଅଷ୍ଟ୍ରେଲିଆ ମତରେ, ଆଡିଲେଡ ଗ୍ରାଉଣ୍ଡରେ ଦିବାରାତ୍ରି ମ୍ୟାଚ ଦେଖିବାକୁ ଦର୍ଶକମାନେ ବହୁତ ପସନ୍ଦ କରିଥାନ୍ତି। ଏହି ଗ୍ରାଉଣ୍ଡରେ ଦିବାରାତ୍ର ଟେଷ୍ଟ ମ୍ୟାଚ ନ ହେଉଥିବାରୁ ଦର୍ଶକଙ୍କ ସଂଖ୍ୟା କମିବାରେ ଲାଗିଛି। ତେବେ ୨୦୨୦-୨୧ରେ ଭାରତ ଅଷ୍ଟ୍ରେଲିଆକୁ ଖେଳିବାକୁ ଆସିବା ବେଳେ ଏହି ଦିବାରାତ୍ର ମ୍ୟାଚ ଖେଳିବାକୁ ରାଜି ହେବ ବୋଲି ସେ ଆଶା ରଖିଛନ୍ତି।

#cricket #indiavsaustralia #daynighttestmatch

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon