• padmabati kund

ରିଲିଜ ହେଲା 'କେଦାରନାଥ', ଅଭିନୟରେ ମନ କିଣିଲେ ସାରା


(ବେତାର ବ୍ୟୁରୋ) ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘କେଦାରନାଥ’ ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି। ଏହି ଫିଲ୍ମ ଜରିଆରେ ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ ବଲିଉଡରେ ଡେବ୍ୟୁ କରିଛନ୍ତି। 

ଏହି ଫିଲ୍ମରେ 2013 ମସିହାରେ କେଦାରନାଥରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ସହିତ ଏକ ପ୍ରେମକାହାଣୀକୁ ଚିତ୍ରିତ କରାଯାଇଛି।

କାହାଣୀ

ଫିଲ୍ମର କାହାଣୀ ଆରମ୍ଭ ହୋଇଛି ଜଣେ ପୂଜାରୀଙ୍କ ଝିଅ (ସାରା ଅଲ୍ଲୀ ଖାନ)ଙ୍କ ଠାରୁ, ଯିଏକି ଜଣେ ମୁସଲମାନ ଯୁବକ(ସୁଶାନ୍ତ ସିଂ ରାଜପୁତ)କୁ ଭଲପାଇଛି। ସୁଶାନ୍ତ ସିଂ ରାଜପୁତଙ୍କୁ ଏହି ଫିଲ୍ମରେ ଜଣେ ପିଠୁ ଶ୍ରମିକ ଭାବରେ ଦେଖିବାକୁ ମିଳିବ। ପିଠୁ ମାନେ ପାହାଡି ରାସ୍ତାରେ ଲୋକମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚାଇବା କାମ କରିଥାଆନ୍ତି। ଏହି ଶ୍ରମିକମାନେ କାଠରେ ତିଆରି ଏକ ଜିନିଷକୁ ନିଜ ପିଠିରେ ବାନ୍ଧିରଖନ୍ତି ଓ ଏଥିରେ ଲୋକଙ୍କୁ ବସାଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଥାନ୍ତି। କେଦାରନାଥଙ୍କ ପୀଠରେ ଏପରି ପିଠୁଙ୍କୁ ଦେଖିବାକୁ ମିଳିଥାଏ।

ଫିଲ୍ମ ଆରମ୍ଭରୁ ଏକ ସାଧାରଣ ପ୍ରେମ କାହାଣୀ ଦେଖିବାକୁ ମିଳିଛି। ଯେଉଁଥିରେ ପୁଅ ଓ ଝିଅ ପରସ୍ପରକୁ ଭଲ ପାଇଛନ୍ତି। କିନ୍ତୁ ଉଭୟଙ୍କ ଧର୍ମ ଭିନ୍ନ ଭିନ୍ନ ହୋଇଥିବାରୁ ସେହି ଦୁଇଜଣଙ୍କୁ ଅଲଗା କରିଦିଆଯାଇଛି। କିନ୍ତୁ ଫିଲ୍ମର ଶେଷଆଡକୁ ଅନେକ ରୋମାଞ୍ଚକର ଦୃଶ୍ୟ ରହିଛି। VFX ଗ୍ରାଫିକ୍ସ ସାହାଯ୍ୟରେ କେଦାରନାଥରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ବହୁତ ରୋମାଞ୍ଚକ ଭାବରେ ଚିତ୍ରିତ କରାଯାଇଛି।

ଅଭିନୟ

ଫିଲ୍ମର କାହାଣୀରେ ସେତେଟା ଦମ ନଥିଲେ ମଧ୍ୟ କଳାକାରଙ୍କ ଅଭିନୟ ବହୁତ ଦମଦାର ହୋଇଛି। ନିଜର ଡେବ୍ୟୁ ଫିଲ୍ମ ହିସାବରେ ସାରା ବହୁତ ଭଲ ଅଭିନୟ କରିଛନ୍ତି। ଦର୍ଶକମାନେ ମଧ୍ୟ ସାରାଙ୍କ ଅଭିନୟର ଖୁବ ପ୍ରଶଂସା କରୁଛନ୍ତି। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଦେଖିଲେ ଏହା ତାଙ୍କର ପ୍ରଥମ ଫିଲ୍ମ ବୋଲି ଲାଗୁନାହିଁ। ଅନ୍ୟପଟେ ସୁଶାନ୍ତ ସିଂ ରାଜପୁତ ମଧ୍ୟ ଭଲ ଅଭିନୟ କରିଛନ୍ତି। ତେବେ ସୁଶାନ୍ତ ସିଂ ରାଜପୁତ ପୂର୍ବରୁ ନିଜର ଅଭିନୟର ଯାଦୁ ଦେଖେଇ ସାରିଛନ୍ତି, ଯାହାପରଠାରୁ ତାଙ୍କଠୁ ଦର୍ଶକମାନେ ଅଧିକ ଆଶା ରଖିଥିଲେ।

ଫିଲ୍ମରେ VFX ଇଫେକ୍ଟ୍ସକୁ ବହୁତ ସୁନ୍ଦର ଭାବରେ ବ୍ୟବହାର କରାଯାଇଛି। VFX ଜରିଆରେ ଯେପରି କେଦାରନାଥରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ଚିତ୍ରିତ କରାଯାଇଛି, ତାହା ଖୁବ ଚମତ୍କାର ହୋଇଛି। କିନ୍ତୁ ଫିଲ୍ମର ଗୀତ ଦର୍ଶକଙ୍କୁ ନିରାଶ କରିଛି। ଫିଲ୍ମରେ ‘ନମୋ ନମୋ’ ଗୀତ ବ୍ୟତୀତ ଅନ୍ୟ କୌଣସି ଗୀତ ଦର୍ଶକଙ୍କ ମନକୁ ଛୁଇଁ ପାରିନାହିଁ।

ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ କପୁର। ରୋନି ସ୍କୃୱାଲା ଓ ପ୍ରଜ୍ଞା କପୁର ଏହାର ପ୍ରଯୋଜନା କରିଛନ୍ତି । ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ମଧ୍ୟରେ ବିବାଦ ଯୋଗୁଁ ଏହାର ସୁଟିଙ୍ଗ ଅନେକ ସମୟ ଧରି ବନ୍ଦ ରହିଥିଲା।ମୁଖ୍ୟତଃ  ହିନ୍ଦୁ ଝିଅ ଓ ମୁସଲିମ ପୁଅ ମଧ୍ୟରେ ପ୍ରେମ କାହାଣୀ ଦେଖାଯାଇଥିବାରୁ ଏହାକୁ ନେଇ ଅନେକ ବିବାଦ ମଧ୍ୟ ଦେଖାଦେଇଥିଲା।

#entertainmetnt #bollywood #moviereview #kedarnath

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon