• padmabati kund

ଆଇ ବ୍ରୋ ବହଳିଆ କରିବାକୁ ଆପଣାନ୍ତୁ 6 ଟିପ୍ସ


(ବେତାର ବ୍ୟୁରୋ) ମଣିଷର ଚେହେରାରେ ଆଇବ୍ରୋ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଏହା ଆପଣଙ୍କ ମୁହଁର ସୁନ୍ଦରତା ବଢାଇବାରେ ସାହାଯ୍ୟ କରିଥାଏ। କିଛି ଲୋକଙ୍କ ମୁହଁରେ ଘନ ଆଇବ୍ରୋ ରହିଥିବା ବେଳେ କିଛି ଲୋକଙ୍କ ମୁହଁରେ ହାଲକା ଆଇବ୍ରୋ ରହିଥାଏ। ଶରୀରରେ ହରମୋନର ପରିମାଣ ଅସନ୍ତୁଳିତ ରହିବା କାରଣରୁ, ସଠିକ ମାତ୍ରାର ପୋଷଣ ନପାଇବାରୁ କିମ୍ବା ଅଧିକ ମାତ୍ରାରେ ଆଇବ୍ରୋକୁ ସେଭିଙ୍ଗ କରିବା କାରଣରୁ ଏପରି ସମସ୍ୟା ଦେଖା ଦେଇଥାଏ। ହାଲକା ମାତ୍ରାରେ ଆଇବ୍ରୋ ରହିବା କାରଣରୁ ଆପଣଙ୍କ ସୁନ୍ଦରତା ମଧ୍ୟ କମ ହୋଇଥାଏ।

ଯଦି ଆପଣଙ୍କ ଚେହେରାରେ ହାଲକା ଆଇବ୍ରୋ ରହିଛି ଓ ଆପଣ ଏହାକୁ ଘନ କରିବାକୁ ଚାହୁଁଛନ୍ତି ତେବେ ଜାଣିରଖନ୍ତୁ କିଛି ଘରୋଇ ଉପଚାର।

୧.ନଡିଆ ତେଲ: ତ୍ଵଚା ଓ କେଶର ଯତ୍ନ ପାଇଁ ବ୍ୟବହାର ହେଉଥିବା ପ୍ରାୟ ସମସ୍ତ ପ୍ରସାଧାନ ସାମଗ୍ରୀରେ ନଡିଆ ତେଲର ବ୍ୟବହାର ହୋଇଥାଏ। ନଡିଆ ତେଲରେ ଥିବା ଲଉରିକ ଏସିଡ କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏଥିପାଇଁ ନଡିଆ ତେଲ ନିଅନ୍ତୁ। ଏକ ଛୋଟ ତୁଳା ସାହାଯ୍ୟରେ ନଡିଆ ତେଲ ନେଇ ଆଇବ୍ରୋ ଉପରେ ଲଗାନ୍ତୁ। ରାତିଯାକ ଏପରି ରଖିବା ପରେ ସକାଳୁ ମୁହଁ ଧୋଇ ଦିଅନ୍ତୁ।

୨.ଅଣ୍ଡାର କେଶର: ହାଲକା ଆଇବ୍ରୋକୁ ଘନ କରିବା ପାଇଁ ଅଣ୍ଡାର କେଶର ବହୁତ ଉପଯୋଗୀ ହୋଇଥାଏ। ଏଥିରେ ଥିବା ବାୟୋଟିନ କେଶ ବଢିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଏକ ଅଣ୍ଡାର କେଶର ନିଅନ୍ତୁ ଓ ଏଥିରେ ଅଳ୍ପ ଲେମ୍ବୁରସ ମିଶାନ୍ତୁ। ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଏକ ତୁଳା ସାହାଯ୍ୟରେ ଏହି ମିଶ୍ରଣକୁ ଆଇବ୍ରୋରେ ଲଗାନ୍ତୁ ଓ ଶୁଖିବା ପରେ ଧୋଇ ଦିଅନ୍ତୁ।

୩.ପିଆଜ ରସ: ପିଆଜରେ ମିନେରାଲ୍ସ, ଭିଟାମିନ B6, ଭିଟାମିନ c,ପୋଟାସିୟମ ରହିଥାଏ। ଏହାସହିତ ଏଥିରେ ଥିବା ସଲଫର କେଶକୁ ବଢିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ପିଆଜ ରସକୁ ଆଇବ୍ରୋ ଉପରେ ଲଗାନ୍ତୁ। 15-20 ମିନିଟ ରଖିବା ପରେ ଧୋଇ ଦିଅନ୍ତୁ।

୪.କ୍ଷୀର: କ୍ଷୀରରେ ଅଧିକ ମାତ୍ରାରେ ପ୍ରୋଟିନ, ଭିଟାମିନ ଓ ଏନଜାଇମ ରହିଥାଏ। ଏହା କେଶକୁ ବଢିବାରେ ସାହାଯ୍ୟ କରିବା ସହିତ କେଶକୁ ମଜଭୁତ ମଧ୍ୟ କରିଥାଏ। ଏଥିପାଇଁ ଆଇବ୍ରୋରେ କ୍ଷୀର ଲଗାନ୍ତୁ ଓ ୨୦ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ମୁହଁ ଧୋଇଦିନନ୍ତୁ। ଏପରି କିଛିଦିନ କରିବା ଦ୍ଵାରା ଫରକ ଜାଣିପାରିବେ।

୫.ଏଲୋଭେରା: ହାଲକା ଆଇବ୍ରୋକୁ ଘନ ଓ ବହଳିଆ କରିବା ପାଇଁ ଆପଣ ଏଲୋଭେରାର ବ୍ୟବହାର କରିପାରିବେ। ଏଥିପାଇଁ ଏକ ଏଲୋଭେରାର ପତ୍ର ନେଇ ଏହାର ଜେଲକୁ ବାହାର କରନ୍ତୁ। ଏହି ଜେଲକୁ ଆଇବ୍ରୋରେ ଲଗାନ୍ତୁ ଓ ୧୫-୨୦ ମିନିଟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ।

୬.ମେଥି: ମେଥିରେ ଥିବା ପ୍ରୋଟିନ ଓ ମିକୋଟିନିକ ଏସିଡ କେଶକୁ ବଢିବାରେ ସାହାଯ୍ୟ କରିଥାଏ। ହାଲକା ଆଇବ୍ରୋକୁ ଘନ ଓ ବହଳିଆ କରିବା ପାଇଁ ମେଥିର ବ୍ୟବହାର କରିପାରିବେ। ରାତିରେ ଅଳ୍ପ ମେଥି ପାଣିରେ ବତୁରାଇ ରଖନ୍ତୁ। ସକାଳୁ ମେଥିକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରନ୍ତୁ। ଏହି ମିଶ୍ରଣକୁ ଆଇବ୍ରୋରେ ଲଗାନ୍ତୁ ଓ ୧୫ ମିନିଟ ରଖିବା ପରେ ଧୋଇ ଦିଅନ୍ତୁ।

#health #eyebrow

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon