• padmabati kund

ଗୋଟିଏ ମ୍ୟାଚରେ 6ଟି କ୍ୟାଚ ଧରି ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ଥ


(ବେତାର ବ୍ୟୁରୋ) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଯୁବା ଖେଳାଳୀ ୱିକେଟ କିପର ରିଷଭ ପନ୍ଥ ଶନିବାର ଏକ ନୂଆ ରେକର୍ଡ କରିଛନ୍ତି। ଗୋଟିଏ ମ୍ୟାଚରେ ଛଅଟି କ୍ୟାଚ ଧରି ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ସହ ସମାନ ହୋଇଯାଇଛନ୍ତି।

ଭାରତର ଏହି 21ବର୍ଷୀୟ ଯୁବା ଖେଳାଳୀ ରିଷଭ ପନ୍ଥ ଗୋଟିଏ ମ୍ୟାଚରେ ଛଅଟି କ୍ୟାଚ ଧରିଛନ୍ତି। ଏହାସହିତ ସେ ପ୍ରଥମ ଭାରତୀୟ ୱିକେଟକିପର ହେଇଛନ୍ତି ଯିଏକି ଅଷ୍ଟ୍ରେଲିଆରେ ଗୋଟିଏ ମ୍ୟାଚରେ ସବୁଠାରୁ ଅଧିକ କ୍ୟାଚ ଧରିଛନ୍ତି।

ଏହାପୂର୍ବରୁ ଏହି ରେକର୍ଡ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ଥିଲା। ମହେନ୍ଦ୍ର ସିଂ ଧୋନି 2008 ମସିହାରେ ପର୍ଥରେ ଖେଳଯାଉଥିବା ଟେଷ୍ଟମ୍ୟାଚରେ 5ଟି କ୍ୟାଚ ଧରିଥିଲେ। ଏହାବ୍ୟତୀତ ସେ 2014 ମସିହାରେ ମେଲବର୍ଣ୍ଣରେ ଗୋଟିଏ ଟେଷ୍ଟ ମ୍ୟାଚରେ 5ଟି କ୍ୟାଚ ଧରିଥିଲେ। ସେଥିମଧ୍ୟରୁ 4ଟି କ୍ୟାଚ ଓ ଗୋଟିଏ ଷ୍ଟମ୍ଫ ରହିଥିଲା।

ଆଡିଲେଡ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ତାର ପ୍ରଥମ ଇନିଙ୍ଗ୍ସରେ 235ରନରେ ଅଲଆଉଟ ହୋଇଛି। ଏହା ପୂର୍ବରୁ ଭାରତ ନିଜର ପ୍ରଥମ ଇନିଙ୍ଗ୍ସରେ 250ରନ କରିଥିଲା। ଅଷ୍ଟ୍ରେଲିଆ ଦଳକୁ 235ରନରେ ଅଲଆଉଟ କରିବାରେ ରିଷଭ ପନ୍ଥଙ୍କ ମୁଖ୍ୟ ଭୂମିକା ରହିଛି। ମ୍ୟାଚର ତୃତୀୟ ଦିନ ଶନିବାରରେ ତିନୋଟି କ୍ୟାଚ ଧରି ମିଚେଲ ଷ୍ଟାର୍କ, ଟ୍ରେବିସ ହେଡ ଓ ଜୋଶ ହେଜଲଉଡଙ୍କୁ ଆଉଟ କରିଥିଲେ। ଏହାପୂର୍ବରୁ ମ୍ୟାଚର ଦ୍ଵିତୀୟ ଦିନରେ ସେ ଉସ୍ମାନ ଖ୍ୱାଜା, ପିଟର ହୈଡ୍ସକମ୍ବ ଓ ଅଷ୍ଟ୍ରେଲିଆର ଅଧିନାୟକ ଟିମ ପେନଙ୍କୁ ଆଉଟ କରିଥିଲେ।

ରିଷଭଙ୍କ ବ୍ୟତୀତ ମହେନ୍ଦ୍ର ସିଂ ଧୋନୀ ହେଉଛନ୍ତି ଏକମାତ୍ର ଭାରତୀୟ ୱିକେଟକିପର ଯିଏକି ଗୋଟିଏ ଟେଷ୍ଟମ୍ୟାଚରେ ଛଅଟି କ୍ୟାଚ ଧରିଛନ୍ତି। ଧୋନୀ 2009 ମସିହାରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ବୋଲିଂଟନ ଟେଷ୍ଟରେ ଏହି ରେକର୍ଡ କରିଥିଲେ।

ତେବେ ଗୋଟିଏ ଟେଷ୍ଟ ମ୍ୟାଚରେ ୱିକେଟକିପର ଭାବରେ ସବୁଠାରୁ ଅଧିକ କ୍ୟାଚ ନେବାର ରେକର୍ଡ ପାକିସ୍ଥାନର ୱାସିମ ବାରି, ଇଂଲଣ୍ଡର ବବ ଟେଲର, ନ୍ୟୁଜିଲାଣ୍ଡର ଇୟନ ସ୍ମିଥ ଓ ୱେଷ୍ଟଇଣ୍ଡିଜର ରିଡଲି ଜୈକବ୍ସଙ୍କ ନାମରେ ଅଛି। ସେମାନେ ଗୋଟିଏ ମ୍ୟାଚରେ 7ଟି ୱିକେଟ ନେଇଛନ୍ତି।

ଅଷ୍ଟ୍ରେଲିଆ ବିରୁଦ୍ଧରେ ଛଅଟି ୱିକେଟ ନେଇଥିବା ଅନ୍ୟ ଖେଳାଳୀ

ରିଷଭ ପନ୍ଥଙ୍କ ଆଗରୁ ଅନ୍ୟ ଦେଶର ଖେଳାଳୀମାନେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଛଅଟି ୱିକେଟ ନେଇସାରିଛନ୍ତି। ସେଥିମଧ୍ୟରେ ଅଛନ୍ତି ଦକ୍ଷିଣଆଫ୍ରିକାର ଡେନିସ ଲିଣ୍ଡସେ, ଇଂଲଣ୍ଡର ଜ୍ୟାକ ରସେଲ, ଏଲିକ ଷ୍ଟିବର୍ଡ, କ୍ରିସ ରିବର୍ଡ ଓ ମେଟ ପ୍ରାୟର। ଅଷ୍ଟ୍ରେଲିଆ ବିରୁଦ୍ଧରେ ଗୋଟିଏ ମ୍ୟାଚରେ ସାତଟି କ୍ୟାଚ ଧରିବାର ରେକର୍ଡ ୱେଷ୍ଟଇଣ୍ଡିଜର ରିଡଲି ଜୈକବଙ୍କ ନାମରେ ରହିଛି। ସେ 2000 ମସିହାରେ ମେଲବର୍ଣ୍ଣରେ ଏହି ରେକର୍ଡ କରିଥିଲେ।

#cricket #indiavsaustralia #rishavpanth #mahendrasinghdhoni

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon