• ବେତାର ବ୍ୟୁରୋ

ଟିଭି ଦର୍ଶକଙ୍କ ପସନ୍ଦ ତାଲିକାରୁ ହଟିଲା ବିଗବସ 12


(ବେତାର ବ୍ୟୁରୋ) ଟେଲିଭିଜନ ଦୁନିଆର ବିବାଦୀୟ ରିଆଲିଟି ଶୋ’ ‘ବିଗବସ’ ସବୁବେଳେ ଚର୍ଚ୍ଚାରେ ରହିଥାଏ। ହେଲେ ଚଳିତ ଥର ପ୍ରସାରିତ ହେଉଥିବା ‘ବିଗବସ12’ ଦର୍ଶକଙ୍କ ମନରେ ସେତେଟା ଘର କରି ପରିନାହିଁ। ଲୋକଙ୍କ ମନୋରଞ୍ଜନ କରିବା ପାଇଁ ଶୋ’ର ପ୍ରସ୍ତୁତକର୍ତ୍ତା ଭିନ୍ନ ଭିନ୍ନ ପ୍ରୟାସ କରୁଥିଲେ ମଧ୍ୟ ସଫଳ ହୋଇପାରୁନାହିଁ। ଲୋକପ୍ରିୟତା ହରାଇବା ସହ ଏହା ଟିଆରପି ରେଟିଙ୍ଗ ତାଲିକାରେ ମଧ୍ୟ ସ୍ଥାନ ପାଇନାହିଁ।

ବୋର୍ଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ (BARC) ତରଫରୁ 48ତମ ସପ୍ତାହରେ ହୋଇଥିବା ରେଟିଙ୍ଗ ଅନୁସାରେ ଅମିତାଭ ବଚ୍ଚନଙ୍କ ଗେମ ଶୋ’ ‘କୌନ ବନେଗା କାରୋଡ଼ପତି’କୁ ବହୁତ ଫାଇଦା ମିଳିଛି। ଶୋ’ର ଶେଷ ସପ୍ତାହରେ ଟିଆରପି ରେଟିଙ୍ଗ ତାଲିକାରେ ଏହା ଶୀର୍ଷ ଦଶ ଶୋ’ ମଧ୍ୟରେ ସ୍ଥାନ ପାଇଛି। ଏହି ସପ୍ତାହରେ ଏହି ଶୋ’ ସପ୍ତମ ସ୍ଥାନରେ ରହିଥିବା ବେଳେ ବିବାଦୀୟ ରିଆଲିଟି ଶୋ’ ଶୀର୍ଷ 20 ତାଲିକାରେ  ମଧ୍ୟ ସ୍ଥାନ ପାଇ ପାରିନାହିଁ।

ଏହି ତାଲିକାରେ କଲର୍ସ ଚ୍ୟାନେଲରେ ପ୍ରସାରିତ ଏକତା କପୁରଙ୍କ ଶୋ’ ନାଗିନ ପ୍ରଥମ ସ୍ଥାନରେ ରହିଛି। ଲଗାତାର ଭାବରେ ଏହି ଧାରାବାହିକ ଦର୍ଶକ ମନୋରଞ୍ଜନ କରିବାରେ ସଫଳ ହୋଇପାରିଛି ଓ ଦର୍ଶକମାନେ ଏହି ଶୋ’କୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ତାଲିକାରେ ଦ୍ଵିତୀୟ ସ୍ଥାନରେ ମଧ୍ୟ ଏକତା କପୁରଙ୍କ ଧାରାବାହିକ ‘କୁଣ୍ଡଳୀ ଭାଗ୍ୟ’ ରହିଛି।

ଏହି ଟିଆରପି ରେଟିଙ୍ଗ ତାଲିକାରେ ତୃତୀୟ ସ୍ଥାନରେ ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲରେ ପ୍ରସାରିତ ସିଙ୍ଗିଙ୍ଗ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ’ ରହିଥିବା ବେଳେ, ଚତୁର୍ଥ ସ୍ଥାନରେ ‘କୁମକୁମ ଭାଗ୍ୟ’, ପଞ୍ଚମ ସ୍ଥାନରେ ‘କୁଲ୍ଫି କୁମାର ବାଜେୱାଲା’ ରହିଛି।

ଷ୍ଟାରପ୍ଲସରେ ପ୍ରସାରିତ ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହେ’ ଏହି ତାଲିକାରେ ଶ୍ରେଷ୍ଠ ଦଶ ମଧ୍ୟରେ ସ୍ଥାନ ପାଇବାରେ ସଫଳ ହୋଇଛି। ଏହା ଧାରାବାହିକ ତାଲିକାରେ ଷଷ୍ଠ ସ୍ଥାନରେ ରହିଥିବା ବେଳେ, ସପ୍ତମ ସ୍ଥାନରେ ରହିଛି ‘କୌନ ବନେଗା କରୋଡପତି’, ଅଷ୍ଟମ ସ୍ଥାନରେ ‘ତାରକ ମେହେତା କା ଉଲ୍ଟା ଚଷମା’, ନବମ ସ୍ଥାନରେ ‘ରାଧାକୃଷ୍ଣ’ ଓ ଦଶମ ସ୍ଥାନରେ ‘ଗୁଡ୍ଡନ ତୁମସେ ନା ହୋ ପାୟେଗା’ ରହିଛି।

ବହୁତ ଚେଷ୍ଟା କରାଯିବା ପରେ ମଧ୍ୟ ଏକତା କପୁରଙ୍କ ଶୋ’ ‘କଶୌଟି ଜିନ୍ଦେଗୀ କି’ ସେତେଟା ଲୋକପ୍ରିୟତା ହାସଲ କରିପାରିନାହିଁ। ତେବେ ତାଲିକାରେ ଏହି ଧାରାବାହିକକୁ ଦ୍ଵାଦଶ ସ୍ଥାନ ମିଳିଛି।

#entertainment #tvshow #TRPrating

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon