• ବେତାର ବ୍ୟୁରୋ

ଫର୍ଣ୍ଣିଚର କିଣୁଥିଲେ ଏହି ବାସ୍ତୁନିୟମ ଉପରେ ଧ୍ୟାନ ଦିଅନ୍ତୁ


(ବେତାର ବ୍ୟୁରୋ) ସମସ୍ତେ ନିଜ ନିଜ ଘରେ କିଛି ନା କିଛି ଫର୍ଣ୍ଣିଚର ରଖିଥାଆନ୍ତି। ଏହା ଆପଣଙ୍କ ଆବଶ୍ୟକତାକୁ ପୂରଣ କରିବା ସହିତ ଘରର ସୌନ୍ଦର୍ଯ୍ୟ ବଢାଇଥାଏ। ବାସ୍ତୁଶାସ୍ତ୍ରରେ ଏହି ଫର୍ଣ୍ଣିଚରର ଅନେକ ଗୁରୁତ୍ଵ ରହିଛି। ବାସ୍ତୁ ନିୟମ ଅନୁସାରେ ଯଦି ଫର୍ଣ୍ଣିଚର କିଣାନଯାଏ ତେବେ ଏହା ଆପଣଙ୍କ ଘର ଉପରେ ଅଶୁଭ ପ୍ରଭାବ ପକାଇଥାଏ। ତେଣୁ ଫର୍ଣ୍ଣିଚର କିଣିବା ବେଳେ ଏହାର ସୁନ୍ଦରତା ଦେଖିବା ସହିତ ଏହା ତିଆରି ହୋଇଥିବା କାଠ, ଶୁଭଦିନ ଉପରେ ମଧ୍ୟ ଗୁରୁତ୍ଵ ଦେବାକୁ ପଡିବ। 

ଏହାବ୍ୟତୀତ ଏହାକୁ ଘରର କେଉଁ ଦିଗରେ ରଖିବେ ସେ ବିଷୟରେ ମଧ୍ୟ ଧ୍ୟାନ ଦେବାକୁ ପଡିବ।

ତେବେ ଆପଣ ଯଦି ନିଜ ଘର ପାଇଁ ଫର୍ଣ୍ଣିଚର କିଣୁଛନ୍ତି, ତେବେ କେଉଁ କେଉଁ ବାସ୍ତୁ ନିୟମ ଉପରେ ଧ୍ୟାନ ଦେବେ ଜାଣନ୍ତୁ।

. ପ୍ରଥମେ ଫର୍ଣ୍ଣିଚର କିଣିବା ପାଇଁ ସବୁବେଳେ ଏକ ଶୁଭଦିନ ବାଛନ୍ତୁ। କେବେବି ଭୁଲରେ ଶନିବାର, ମଙ୍ଗଳବାର କିମ୍ବା ଅମାବାସ୍ୟା ଦିନ ଫର୍ଣ୍ଣିଚର କିଣନ୍ତୁ ନାହିଁ। ଏହିଦିନ ମାନଙ୍କରେ ଫର୍ଣ୍ଣିଚର କିଣିବା ଦ୍ଵାରା ଘରର ସୁଖ-ଶାନ୍ତି ନଷ୍ଟ ହୋଇଯାଇଥାଏ।

. ଫର୍ଣ୍ଣିଚର କିଣିବା ସମୟରେ ଏହା କେଉଁ କାଠରେ ତିଆରି ହୋଇଛି ସେ ବିଷୟରେ ମଧ୍ୟ ଧ୍ୟାନ ଦିଅନ୍ତୁ। ଚନ୍ଦନ, ଶାଗୁଆନ, ଶାଳ, ନିମ୍ବ, ଶିଶୁ ଅଶୋକ କାଠରେ ତିଆରି ଫର୍ଣ୍ଣିଚର କିଣନ୍ତୁ।

. କେବେବି ପୁରୁଣା ଫର୍ଣ୍ଣିଚର କିଣନ୍ତୁ ନାହିଁ କିମ୍ବା ବହୁଦିନ ଧରି ରହିଥିବା କାଠରେ ଫର୍ଣ୍ଣିଚର ତିଆରି କରନ୍ତୁ ନାହିଁ।

. ଫର୍ଣ୍ଣିଚର ତିଆରି କରିବା ପାଇଁ କାଠ କିଣିବା ବେଳେ ଶୁଭ ମୂହୁର୍ତ୍ତ ଦେଖି କାଠ କିଣନ୍ତୁ।

. ଫର୍ଣ୍ଣିଚରକୁ ଅଧିକା ମୁନିଆଁ କରି ତିଆରି କରନ୍ତୁ ନାହିଁ, କାରଣ ଅଧିକା ମୁନିଆଁ ଫର୍ଣ୍ଣିଚରରୁ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।

. ଯଦି ଆର୍ଥିକ ସମସ୍ୟା ଠାରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି ତେବେ ହାଲକା ଫର୍ଣ୍ଣିଚରକୁ ଘରର ଉତ୍ତର-ପୂର୍ବ ଦିଗରେ ରଖନ୍ତୁ। ଭାରି ଓ ଓଜନିଆ ଫର୍ଣ୍ଣିଚରକୁ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରଖନ୍ତୁ।

. ଯଦି ଶୁଭଦିଗରେ ଫର୍ଣ୍ଣିଚର ରଖି ପାରୁନାହାନ୍ତି ତେବେ ସୋଫା ସେଟ, ଆଲମାରୀ ଆଦିକୁ ଘରର କବାଟ ଠାରୁ ଛଅରୁ ଆଠ ଇଞ୍ଚ ଦୂରରେ ରଖନ୍ତୁ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#astrology #vastutips #buyingfurniture

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon