• padmabati kund

ରେଡମିର ୪ କ୍ୟାମେରା ବିଶିଷ୍ଟ ଫୋନ ବିକ୍ରି ଆରମ୍ଭ ବୁଧବାରରୁ


(ବେତାର ବ୍ୟୁରୋ) ସାଓମିର ନୂଆ ସ୍ମାର୍ଟଫୋନ ରେଡମି ନୋଟ ୬ ପ୍ରୋ କିଣିବାକୁ ଇଚ୍ଛା ରଖିଥିବା ଗ୍ରାହକଙ୍କ ପାଇଁ ରହିଛି ଖୁସି ଖବର।  Redmi Note 6 Proକୁ ଆସନ୍ତା ଡିସେମ୍ବର ୧୨ତାରିଖ ବୁଧବାରରୁ ବିକ୍ରି ପାଇଁ ଉପଲବ୍ଧ ହେବ। ସୋମବାର କମ୍ପାନୀ ତରଫରୁ ଏହି ଘୋଷଣା କରାଯାଇଛି। ଗତ ନଭେମ୍ବର ମାସରେ ଲଞ୍ଚ ହୋଇଥିବା ଏହି ସ୍ମାର୍ଟଫୋନର ସବୁଠାରୁ ବଡ ବିଶେଷତ୍ଵ ହେଉଛି, ଏହି ସ୍ମାର୍ଟଫୋନରେ ଦୁଇଟି ଫ୍ରଣ୍ଟ କ୍ୟାମେରା ଓ ଦୁଇଟି ବ୍ୟାକ କ୍ୟାମେରା ରହିଛି। ଅର୍ଥାତ ଏହି ସ୍ମାର୍ଟଫୋନରେ ମୋଟ ଚାରିଟି କ୍ୟାମେରା ରହିଛି।

ସାଓମି ଇଣ୍ଡିଆର ରେଡମି ଇଣ୍ଡିଆ ଟ୍ଵିଟର ଆକାଉଣ୍ଟରେ ଏ ବିଷୟରେ ସୂଚନା ଦିଆଯାଇଛି। ଏହି ସ୍ମାର୍ଟଫୋନକୁ ଡିସେମ୍ବର ୧୨ ତାରିଖ ବୁଧବାର ଅପରାହ୍ନ ୧୨ଟାରୁ ବିକ୍ରି ଆରମ୍ଭ ହେବ। ଏହା ଫ୍ଲିପକାର୍ଟ ଓ mi.com ରେ ଉପଲବ୍ଧ ହେବ।

Redmi Note 6 Proର ମୂଲ୍ୟ

 Redmi Note 6 Proର ୪ଜିବି ରାମ +୬୪ଜିବି ଫୋନ ଷ୍ଟୋରେଜ ଥିବା ସ୍ମାର୍ଟଫୋନ ଟ.୧୩,୯୯୯ରେ ଉପଲବ୍ଧ ହେବ। ସେହିପରି ୬ଜିବି ରାମ +୬୪ଜିବି ଇନବିଲ୍ଡ ଷ୍ଟୋରେଜ ଥିବା ସ୍ମାର୍ଟଫୋନ ଟ.୧୫,୯୯୯ରେ ଉପଲବ୍ଧ ହେବ। ଏହି ଫୋନ ସହିତ ଅତି ପତଳା କେସ ମଧ୍ୟ ମିଳିବ। ଏହା କଳା, ନୀଳ,ଲାଲ ଓ ରୋଜ ଗୋଲ୍ଡ ରଙ୍ଗରେ ଉପଲବ୍ଧ ହେବ।

 Redmi Note 6 Proର ଫିଚର

ଏଥିରେ ୬.୨୬ଇଞ୍ଚ ଫୁଲ ଏଚ.ଡି+୨୨୮୦x ୧୦୮୦ ପିକ୍ସେଲ ରିଜୋଲ୍ୟୁସନ ରହିଛି ଓ ଏହାର କାଚର ସୁରକ୍ଷା ପାଇଁ କନିଙ୍ଗ ଗୋରିଲ୍ଲା ଗ୍ଳାସ ମଧ୍ୟ ଦିଆଯାଇଛି। ଫୋନରେ ୧.୮ଗିଗାହାର୍ଜ  ଅକ୍ଟାକୋର ସ୍ନାପଡ୍ରାଗନ ୬୩୬ ପ୍ରୋସେସର ଦିଆଯାଇଛି, ଯାହାଫଳରେ ଫୋନ ହ୍ୟାଙ୍ଗ ପ୍ରାୟତଃ ହୁଏନାହିଁ ଓ ବ୍ୟାଟେରୀ କ୍ଷମତା ବଢିଥାଏ।

ଫିଙ୍ଗର ସେନ୍ସର,ଶକ୍ତିଶାଳୀ କ୍ୟାମେରା

ସାଓମିର ଏହି ସ୍ମାର୍ଟଫୋନକୁ ଆଲିମିନିୟମ ୟୁନିବଡିରେ ପ୍ରସ୍ତୁତ କରାଯାଇଛି। ଏଥିରେ ଫିଙ୍ଗର ପ୍ରିଣ୍ଟ ସେନ୍ସର ସହିତ ଇନ୍ଫ୍ରାରେଡ ସେନ୍ସର ମଧ୍ୟ ରହିଛି। ଏହାର ଦୁଇଟି ଯାକ ସିମସ୍ଲଟରେ ୪G ସିମ ବ୍ୟବହାର କରିପାରିବେ।

ଫଟୋ ଉଠାଇବା ପାଇଁ ଫୋନରେ ଅପର୍ଚର ଏଫ/୧.୯, ଡୁଆଲ ପିକ୍ସେଲ ଅଟୋଫୋକସ, EIS ଓ ଡୁଆଲ-ଟୋନ ଏଲ.ଇ.ଡି ଫ୍ଲାସ ସହିତ ୧୨ମେଗାପିକ୍ସେଲ ପ୍ରାଇମେରୀ ସେନ୍ସର ଓ ୫ ମେଗାପିକ୍ସେଲ ସେକେଣ୍ଡାରୀ ସେନ୍ସର ରହିଛି। ଏହା ସାହାଯ୍ୟରେ କମ ଆଲୁଅରେ ମଧ୍ୟ ଆପଣ ସ୍ପଷ୍ଟ ଫଟୋ ଉଠାଇପାରିବେ।

ସାଓମି  Redmi Note 6 Proରେ 4000mahବ୍ୟାଟେରୀ ରହିଛି। ଏହି ବ୍ୟାଟେରୀ କ୍ଵିକ ଚାର୍ଜ 3.0 ଟେକ୍ନୋଲୋଜି ସପୋର୍ଟ କରୁଛି। ସ୍ମାର୍ଟଫୋନ ଆଣ୍ଡ୍ରଏଡ 8.1 ଓରିୟୋ ଅପରେଟିଙ୍ଗ ସିଷ୍ଟମ MIUIରେ ଚାଲୁଛି। କନେକ୍ଟିଭିଟି  ପାଇଁ  Redmi Note 6 Proରେ 4ଜି VOLTE, 3G, ୱାଇ-ଫାଇ, ବ୍ଲୁ-ଟୁଥ ଓ ଜି.ପି.ଏସ ଅପ୍ସନ ମଧ୍ୟ ରହିଛି।    

#mobile #redminote6pro

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon