• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ : ଜାଣନ୍ତୁ କେଉଁରାଶିର ହେଇପାରେ ଚାକିରୀରେ ପଦୋନ୍ନତି


(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

(ବେତାର ବ୍ୟୁରୋ) ଏହି ସପ୍ତାହ ମୂଳା ନକ୍ଷତ୍ର (କେତୁ) ରୁ ଆରମ୍ଭ ହୋଇ ଉତ୍ତରଭାଦ୍ରପଦା(ଶନି) ନକ୍ଷତ୍ରରେ ସମାପ୍ତ ହେବ। ଏହାବ୍ୟତୀତ ସପ୍ତାହର ଶେଷ ଆଡକୁ ଡିସେମ୍ବର 16ରେ ଧନୁରାଶିରେ ସୂର୍ଯ୍ୟ ଗୋଚର କରୁଥିବାରୁ ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ। ଏହି ସମୟରେ ଗ୍ରହଙ୍କ ପ୍ରଭାବରେ ଛଅଟି ରାଶିର ବ୍ୟକ୍ତିଙ୍କୁ ଘର, ଗାଡି, ବିଦେଶଯାତ୍ରା ଓ ଧନଲାଭର ସୁଯୋଗ ମିଳିବ। ତେବେ ଜାଣିରଖନ୍ତୁ ଏ ସପ୍ତାହଟି ଆପଣଙ୍କର କିପରି କଟିବ।

ମେଷ: ସପ୍ତାହର ଆରମ୍ଭରେ ମାନସିକ ଦୁଃଶ୍ଚିନ୍ତା ବଢିବ। ଆୟ ସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇବ। କୌଣସି ତୀର୍ଥସ୍ଥାନକୁ ପରିବାର ସହିତ ବୁଲିବାକୁ ଯାଇପାରନ୍ତି। ସପ୍ତାହର ମଧ୍ୟଭାଗରେ ପରିବାର ମଧ୍ୟରେ ବିଶୃଙ୍ଖଳା ଦେଖାଦେଇପାରେ। ଅବିଭାବକଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ।

ବୃଷ: ଆୟ ବୃଦ୍ଧି କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ବୈବାହିକ ଜୀବନରେ ଅଶାନ୍ତି ଦେଖାଦେବ। ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇପାରେ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ସିନିୟର ଅଧିକାରୀଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀଙ୍କୁ ଉଚିତ ଫଳ ପାଇଁ ପରିଶ୍ରମ କରିବାକୁ ପଡିବ।

ମିଥୁନ: ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ପିତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇପାରେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ପାଇବେ। ଭାବିଛିନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ।

କର୍କଟ: ଘର ପାଇଁ କିଛି ନୂତନ ଆସବାବ ପତ୍ର କିଣିପାରନ୍ତି। ବୈବାହିକ ଜୀବନରେ ଅଶାନ୍ତି ଦେଖାଦେଇପାରେ। ଖାଦ୍ୟପେୟ ପ୍ରତି ସଚେତନ ହୁଅନ୍ତୁ। କୌଣସି କଥା ପାଇଁ ସାମାନ୍ୟ ଭୟଭୀତ ରହିବେ। ମାଲିମକୋଦ୍ଦମା କେସରେ ବିଜୟୀ ହେବେ।

ସିଂହ: ପରିବାର ମଧ୍ୟରେ କୌଣସି ଶୁଭକାର୍ଯ୍ୟ ଅନୁଷ୍ଠିତ ହେବ। ସମସ୍ତ କାର୍ଯ୍ୟକୁ ଆଗ୍ରହର ସହ କରିବେ। ସପ୍ତାହର ଶେଷ ଆଡକୁ ବିଦେଶ ଯାତ୍ରା କରିପାରନ୍ତି। ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ। ବ୍ୟୟ ବୃଦ୍ଧି ପାଇବ। ଚାକିରୀରେ ପଦୋନ୍ନତି ହୋଇପାରେ।

କନ୍ୟା: ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ, ପରିବାର ପାଇଁ କିଛି ନୂତନ ଦ୍ରବ୍ୟ କିଣିବେ। ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀ ଓ ସହକର୍ମୀଙ୍କ ଠାରୁ ସହଯୋଗ ପାଇବେ।

ତୁଳା: ସପ୍ତାହରେ ଆପଣ ବହୁତ ଖୁସି ରହିବେ। ନିଜ କଥାରେ ଅନ୍ୟମାନଙ୍କୁ ଆକର୍ଷିତ କରିପାରିବେ। ପାରିବାରିକ ଜୀବନ ସେତେଟା ଭଲ ରହିବ ନାହିଁ ଓ ଭାଇଭଉଣୀଙ୍କ ସହ କୌଣସି କଥାକୁ ନେଇ ଝଗଡା ହୋଇପାରେ। ଆୟ ବୃଦ୍ଧି ପାଇବ।

ବିଛା: ସପ୍ତାହର ଆରମ୍ଭରେ କିଛିଟା ଦୁଃଶ୍ଚିନ୍ତା ଆସିପାରେ କିନ୍ତୁ ଏହା ଆପଣଙ୍କ ଉପରେ କିଛି ପ୍ରଭାବ ପକାଇବ ନାହିଁ। ପରିବାର ମଧ୍ୟରେ ବିଶୃଙ୍ଖଳା ଦେଖାଦେବ। ଜମିବାଡି ମାମଲାକୁ ନେଇ ବିବାଦ ଦେଖାଦେବ। ଆୟ ବୃଦ୍ଧି ପାଇବ ଓ ଚାକିରୀରେ ପଦୋନ୍ନତି ହୋଇପାରେ।

ଧନୁ: ଏହି ସପ୍ତାହରେ ଦୁରସ୍ଥାନ ଯାତ୍ରା ଯୋଗ ରହିଛି। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। କର୍ମକ୍ଷେତ୍ରରେ ସିନିୟର ଅଧିକାରୀ ଆପଣଙ୍କ ଉପରେ ନଜର ରଖିବେ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ।

ମକର: ଅନ୍ୟମାନଙ୍କୁ କିଛି କହିବା ଆଗରୁ ଭଲ ଭାବରେ ଭାବନ୍ତୁ, କାରଣ ଆପଣଙ୍କ କଥା କାହାକୁ ଆଘାତ ଦେଇପାରେ। ବ୍ୟୟ ବୃଦ୍ଧି ପାଇବ। ପୂର୍ବରୁ କରିଥିବା କାମ ପାଇଁ ପ୍ରଶଂସିତ ହେବେ। ଆଇନ ବିରୁଦ୍ଧରେ କିଛି କାମ କରନ୍ତୁ ନାହିଁ।

କୁମ୍ଭ: ସପ୍ତାହର ଆରମ୍ଭରେ ଆପଣ କ୍ରୋଧୀ ହୋଇପାରନ୍ତି, କିନ୍ତୁ ସପ୍ତାହର ଶେଷ ଭାଗକୁ ଆପଣଙ୍କ ମନ ଶାନ୍ତ ରହିବ ଓ ସମସ୍ତ କାର୍ଯ୍ୟକୁ ସଠିକ ଭାବରେ କରିବେ। ପରିବାର ଓ ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ଦୁରସ୍ଥାନକୁ ଯାତ୍ରା କରିବେ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ।

ମୀନ: ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ। କୋର୍ଟକଚେରୀ ମାମଲାରେ ଜୟଯୁକ୍ତ ହେବେ। ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବ। ଛାତ୍ରଛାତ୍ରୀମାନଙ୍କୁ ସାଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ଜୀବନସାଥୀଙ୍କ ସହଯୋଗ ପାଇବେ।   

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon